ETV Bharat / business

market update: ଦୁର୍ବଳ ପୁଞ୍ଜି ବଜାର କାରବାର, ରେକର୍ଡ ସ୍ତରରୁ ଖସିଲା ସେୟାର ସୂଚକାଙ୍କ

author img

By

Published : Jun 16, 2021, 8:30 PM IST

ଆମେରିକା ଫେଡରାଲ ରିଜର୍ଭର ମୁଦ୍ରାନୀତି ସମୀକ୍ଷା ବୈଠ ପରିଣାମ ଆସିବା ପୂର୍ବରୁ ସତର୍କ ହୋଇଛନ୍ତି ନିବେଶକ । ଏହାର ପ୍ରଭାବରେ ଘରୋଇ ଇକ୍ୟୁଟି ବଜାରରେ କାରବାର ତଳମୁହାଁ ରହିଛି । ଅଧିକ ପଢନ୍ତୁ..

market update: ଦୁର୍ବଳ ପୁଞ୍ଜି ବଜାର କାରବାର , ରେକର୍ଡ ସ୍ତରରୁ ଖସିଲା ସେୟାର ସୂଚକାଙ୍କ

ମୁମ୍ବାଇ: 2 ଦିନର ରେକର୍ଡ ବୃଦ୍ଧି ପରେ ବୁଧବାର ହ୍ରାସ ହେଲା ସେୟାର ବଜାର । ଆମେରିକା ଫେଡରାଲ ରିଜର୍ଭର ମୁଦ୍ରାନୀତି ସମୀକ୍ଷା ବୈଠକ ପରିଣାମ ଆସିବା ପୂର୍ବରୁ ସତର୍କ ହୋଇଛନ୍ତି ନିବେଶକ । ଏହାର ପ୍ରଭାବରେ ଘରୋଇ ଇକ୍ୟୁଟି ବଜାରରେ କାରବାର ତଳମୁହାଁ ରହିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଏଚଡିଏଫସି ତଥ୍ୟା ଏଚଡିଏଫସି ବ୍ୟାଙ୍କ ସେୟାରରେ ଜୋରଦାଲ ସେଲଅଫ ଯୋଗୁଁ ଏହି ହ୍ରାସ ଦେଖାଦେଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 271.07 ପଏଣ୍ଟ ହ୍ରାସ ହୋଇ 52,501.98 ପଏଣ୍ଟରେ ବନ୍ଦ ହୋଇଛି । ମଙ୍ଗଳବାର ଏହା 52,773.05 ପଏଣ୍ଟର ରେକର୍ଡ ସ୍ତରରେ ବନ୍ଦ ହୋଇଥିଲା ।

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 101.70 ପଏଣ୍ଟ ହ୍ରାସ ହୋଇ 15,767.55 ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସର ସେୟାରରେ ପ୍ରାୟ 2 ପ୍ରତିଶତ ହ୍ରାସ ସହ ସର୍ବାଧିତ କ୍ଷତିରେ ପାୱରଗ୍ରୀଡର ସେୟାର ରହିଛି । ଏହା ବ୍ୟତିତ ଇଣ୍ଡସଇଣ୍ଡ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ , ଏଲ ଆଣ୍ଡ ଟି, ଅଲ୍ଟ୍ରାଟେକ ସିମେଣ୍ଟ , ବଜାଜ ଫାଇନାନ୍ସ ବି ହ୍ରାସରେ ରହିଛି ।

ଅନ୍ୟପଟେ ନେସଲେ , ଏନଟିପିସି, ଓଏନଜିସି, ବଜାଜ ଫିନସର୍ଭ , ହିନ୍ଦୁସ୍ତାନ ୟୁନିଲିଭର ଓ ଇମ୍ଫୋସିସ ସମେତ ଅନ୍ୟ ସେୟାର ବି ଲାଭରେ ରହିଛି ।

ସେପଟେ ଆମେରକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 1 ପଇସା ହ୍ରାସ ହୋଇ 73.32 ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.