ETV Bharat / business

ନିବେଶକଙ୍କ ମଧ୍ୟରେ ଛନକା: ୧୫୪୬ ପଏଣ୍ଟ ତଳକୁ ଖସିଲା ସେନ୍‌ସେକ୍ସ - ସେନ୍‌ସେକ୍ସ ୫୭ ହଜାର ତଳକୁ ଖସିଲା

ମଙ୍ଗଳବାର ମଧ୍ୟ ସେୟାର ବଜାରରେ ସେୟାର ମୂଲ୍ୟ ହ୍ରାସ ପାଇବା ଜାରି ରହିଥିଲା । ସୋମବାର ପରେ ନିବେଶକମାନେ ଆଶା କରିଥିଲେ ଯେ ବଜାରରେ ସୂଚକାଂକରେ କିଛିଟା ଉନ୍ନତି ହେବ । ତେବେ ତାହା ଦେଖିବାକୁ ମିଳିନାହିଁ । ଅଧିକ ପଢ଼ନ୍ତୁ

investors-are-in-tension-after-sensex-and-nifty-indices-continue-to-fall-down
ନିବେଶକଙ୍କ ମଧ୍ୟରେ ଛନକା: ୧୫୪୬ ପଏଣ୍ଟ ତଳକୁ ଖସିଲା ସେନ୍‌ସେକ୍ସ
author img

By

Published : Jan 25, 2022, 4:07 PM IST

ମୁମ୍ବାଇ: ମଙ୍ଗଳବାର ମଧ୍ୟ ସେୟାର ବଜାରରେ ସେୟାର ମୂଲ୍ୟ ହ୍ରାସ ପାଇବା ଜାରି ରହିଥିଲା । ସୋମବାର ପରେ ନିବେଶକମାନେ ଆଶା କରିଥିଲେ ଯେ ବଜାରରେ ସୂଚକାଂକରେ କିଛିଟା ଉନ୍ନତି ହେବ । ତେବେ ତାହା ଦେଖିବାକୁ ମିଳିନାହିଁ । ମଙ୍ଗଳବାର ମଧ୍ୟ ବଜାରରେ ଲଗାତାର ସେୟାର ମୂଲ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳିଥିଲା ।

ଆରମ୍ଭରୁ ହିଁ ସୂଚକାଂକ ହ୍ରାସ ହୋଇଥିଲା । ସେନ୍‌ସେକ୍ସ ଆରମ୍ଭରୁ ୮୮୨ ଅଙ୍କ ଖସି ଯାଇଥିଲା । ସେପଟେ ନିଫ୍ଟି ୨.୬୬ ପ୍ରତିଶତ କମି ୧୭ ହଜାର ପଏଣ୍ଟରେ ରହିଥିଲା । ପ୍ରି-ଓପେନିଂରେ ସେନ୍‌ସେକ୍ସ ୩୩୫.୫ ଅଙ୍କ ଖସି ୫୭,୧୫୬ ପଏଣ୍ଟରେ ପହଞ୍ଚି ଥିଲା ।

ଗତ ଦୁଇ ମାସ ମଧ୍ୟରେ ଘରୋଇ ସେୟାର ବଜାରରେ ଆଜି ହେଉଛି ସବୁଠାରୁ କ୍ଷତିଦାୟୀ ଦିନ । କାରଣ ଦୁଇ ମାସ ମଧ୍ୟରେ ପ୍ରଥମ ଥର ପାଇଁ ସେନ୍‌ସେକ୍ସ ମୋଟ ୧୫୪୬ ଅଙ୍କ ଖସିଛି । ଗୋଟିଏ ସମୟରେ ଏହା ୫୭ ହଜାର ପଏଣ୍ଟରୁ ତଳକୁ ଖସି ୫୬ ହଜାର ସ୍ତରକୁ ଚାଲି ଆସିଥିଲା । ତେବେ ଏହାପରେ ପୁନଃ ବଜାରରେ କିଛିଟା ସୁଧାର ଦେଖାଦେଇଥିଲା । ଗତ ସେସନରେ ଏହା ୫୭, ୪୯୧ରେ ବନ୍ଦ ହୋଇଛି ।

ସେପଟେ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ନିଫ୍ଟି ୨.୬୬ ପ୍ରତିଶତ କମି ୧୭,୧୪୯ ଅଙ୍କରେ ପହଞ୍ଚିଛି । ନଭେମ୍ବର ମାସ ପରେ ଉଭୟ ନିଫ୍ଟି ଓ ସେନ୍‌ସେକ୍ସ ସୂଚକାଂକରେ ଏତେମାତ୍ରାରେ ହ୍ରାସ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଟାଟା ଷ୍ଟିଲ୍‌ ସେୟାର ମୂଲ୍ୟ ୬ ପ୍ରତିଶତ ହ୍ରାସ ପାଇଛି । ତା ଛଡ଼ା ବଜାଜ ଫିନ୍‌ସର୍ଭ, ୱିପ୍ରୋ, ଟେକ୍‌ ମହିନ୍ଦ୍ରା, ଟାଇଟନ, ରିଲାୟନ୍ସ ଓ ଏଚସିଏଲ ଭଳି କମ୍ପାନୀଗୁଡ଼ିକୁ ମଧ୍ୟ ଭାରି କ୍ଷତି ସହିବାକୁ ପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.