ETV Bharat / business

20 ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଅଭିଯାନ, ପାକିସ୍ତାନ ବାର୍ଷିକ ଜିଡିପିର 83% - Atmanirbhar Bharat Abhiyan almost 83% of Pakistans annual GDP

ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ୍ ହେଉଛି ଭାରତର ମୋଟ ଜିଡିପିର 10 ପ୍ରତିଶତ। ସଙ୍କଟ ମଧ୍ୟରେ ଏହା ହେଉଛି ପଞ୍ଚମ ବୃହତ୍ତମ ଘୋଷଣା। ହେଲେ ଏହି ପ୍ୟାକେଜ୍ ପାକିସ୍ତାନ ବାର୍ଷିକ ଜିଡିପିର 83 ପ୍ରତିଶତ ବୋଲି ସୂଚନା ମିଳିଛି।

India's Rs 20 lakh crore Atmanirbhar Bharat Abhiyan
20 ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଅଭିଯାନ, ପାକିସ୍ତାନ ବାର୍ଷିକ ଜିଡିପିର ପ୍ରାୟ 83%
author img

By

Published : May 13, 2020, 2:27 PM IST

ନୂଆଦିଲ୍ଲୀ: ଏଣିକି ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତକୁ କେହି ଅଟକାଇ ପାରିବେ ନାହିଁ। ଏବେ ଦେଶର ଶ୍ରମିକ ଏବଂ ଚାଷୀମାନେ ଏଥିରୁ ଲାଭବାନ ହେବେ। ଏପରି କିଛି ଅଭିଭାଷଣ ସହ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ।

ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ୍ ହେଉଛି ଭାରତର ମୋଟ ଜିଡିପିର 10 ପ୍ରତିଶତ। ସଙ୍କଟ ମଧ୍ୟରେ ଏହା ହେଉଛି ପଞ୍ଚମ ବୃହତ୍ତମ ଘୋଷଣା। ହେଲେ ଏହି ପ୍ୟାକେଜ୍ ପାକିସ୍ତାନ ବାର୍ଷିକ ଜିଡିପିର 83 ପ୍ରତିଶତ ବୋଲି ସୂଚନା ମିଳିଛି।

କେବଳ ପାକିସ୍ତାନ ନୁହେଁ, ଡଲାର ଦୃଷ୍ଟିରୁ ଦେଖିବାକୁ ଗଲେ 149ଟି ଦେଶର ବାର୍ଷିକ ଜିଡିପି ତୁଳନାରେ ଅଧିକ ବୋଲି ବିଶ୍ବ ବ୍ୟାଙ୍କର ଜିଡିପି ସୂଚକାଙ୍କ ଦର୍ଶାଉଛି। ଅନ୍ୟପଟେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସହାୟତା ବ୍ୟତୀତ ସରକାର ଗତ ମାସରେ 1.74 ଲକ୍ଷ କୋଟି ଟଙ୍କା ଘୋଷଣା କରି ଗରିବ ଲୋକଙ୍କୁ ସୁବିଧା ଯୋଗାଇବେ। ଏହା ସହିତ ନଗଦ ଟ୍ରାନ୍ସଫର, 50 ଲକ୍ଷ ଟଙ୍କା ବୀମା କଭର ଏବଂ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।

କୋରୋନା ପାଇଁ ତୃଣମୂଳ ସ୍ତରରୁ ସମସ୍ତେ ପ୍ରଭାବିତ ହୋଇଛନ୍ତି। ଏହି ମହାମାରୀ ଦେଶକୁ ନୁହେଁ ସାରା ବିଶ୍ବକୁ ଛିନଛତ୍ର କରିସାରିଲାଣି ବୋଲି ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ମଙ୍ଗଳବାର କହିଛନ୍ତି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.