ETV Bharat / business

ଆର୍ଥିକ ଅନିଶ୍ଚିତତା, 3 ମାସରେ 36 ପ୍ରତିଶତ କମିଲା ସୁନା ଚାହିଦା

ବିଶ୍ବ ସ୍ବର୍ଣ୍ଣ ପରିଷଦ(ଡବ୍ଲୁଜିସି)ର ସଦ୍ୟ ରିପୋର୍ଟ ଅନୁସାରେ,‘ଗହଣା ଓ ନିବେଶ ଉଭୟ କ୍ଷେତ୍ରରେ ସୁନା ଚାହିଦା କମିଛି । ଯେବେ ଯାଏଁ କାରିଗର ପୁଣି କାମକୁ ଫେରିନାହାନ୍ତି କି ଯୋଗାଣ ଆରମ୍ଭ କରି ନାହାନ୍ତି , ସେବେ ଯାଏଁ ସ୍ଥିତି ଚ୍ୟାଲେଞ୍ଜିଙ୍ଗ ରହିବ ।’ ଅଧିକ ପଢ଼ନ୍ତୁ...

gold demand falls
ଆର୍ଥିକ ଅନିଶ୍ଚିତତା, 3 ମାସରେ 36 ପ୍ରତିଶତ କମିଲା ସୁନା ଚାହିଦା
author img

By

Published : Apr 30, 2020, 7:08 PM IST

ନୂଆଦିଲ୍ଲୀ: ଦରଦାମରେ ହ୍ରାସ ବୃଦ୍ଧି ଓ କୋରୋନା ସଙ୍କଟ ମଧ୍ୟରେ ଅର୍ଥନୀତି ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି । ଏଥିପାଇଁ ଜାନୁଆରୀ ମାର୍ଚ୍ଚ ତ୍ରୈୟମାସରେ ଦେଶରେ ସୁନା ଚାହିଦା 36 ପ୍ରତିଶତ ହ୍ରାସ ହୋଇଛି ।

ତ୍ରୈୟମାସ ଶେଷ ସୁଦ୍ଧା ଦେଶବ୍ୟାପି ଲକଡାଉନ ଜାରି କରାଯାଇଥିବା ମଧ୍ୟରେ ସୁନା ଚାହିଦା 101.9 ଟନ ରହିଛି । ବିଶ୍ବ ସ୍ବର୍ଣ୍ଣ ପରିଷଦ(ଡବ୍ଲୁଜିସି)ର ସଦ୍ୟ ରିପୋର୍ଟ ଅନୁସାରେ,‘ଗହଣା ଓ ନିବେଶ ଉଭୟ କ୍ଷେତ୍ରରେ ସୁନା ଚାହିଦା କମିଛି । ଯେବେ ଯାଏଁ କାରିଗର ପୁଣି କାମକୁ ଫେରିନାହାନ୍ତି କି ଯୋଗାଣ ଆରମ୍ଭ କରି ନାହାନ୍ତି, ସେବେ ଯାଏଁ ସ୍ଥିତି ଚ୍ୟାଲେଞ୍ଜିଙ୍ଗ ରହିବ ।’

ତଥ୍ୟ ଅନୁସାରେ ଦେଶର ସୁନା ଚାହିଦା 37,580 କୋଟି ଟଙ୍କା ରହିଛି । ଯାହାକି 2019 ଆଲୋଚ୍ୟ ତ୍ରୈୟମାସରେ 47,000 କୋଟି ଟଙ୍କା ତୁଳନାରେ 20 ପ୍ରତିଶତ କମ । ପରିଷଦର ଭାରତୀୟ ପରିଚାଳନାର ପ୍ରବନ୍ଧକ ନିର୍ଦ୍ଦେଶକ ସୋମସୁନ୍ଦର ପିଆର କହିଛନ୍ତି କି, ଏହି ତ୍ରୈୟମାସରେ ଘରୋଇ ବଜାରରେ ସୁନା ଦାମ ଅଧିକ ଉଛୁଳିଥିବା ଦେଖିବାକୁ ମିଳିଛି ।

10 ଗ୍ରାମ ସୁନା ଦାମ ପାଖାପାଖି 25 ପ୍ରତିଶତ ବୃଦ୍ଧି ପାଇ 36,875 ଟଙ୍କାରେ ପହଞ୍ଚିଯାଇଛି । ଗତ ବର୍ଷ ଏହି ଅବଧିରେ ଦାମ 29,555 ଟଙ୍କା ରହିଥିଲା । ତେବେ ଏଥର ସୁନା ଚାହିଦା ହ୍ରାସ ହେବା ନେଇ ଅନେକ କାରଣ ରହିଥିବା ନେଇ ପିଆର ଜଣାଇଛନ୍ତି ।

@ପିଟିଆଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.