ETV Bharat / business

ସେୟାରବଜାର ସମୀକ୍ଷା, ସପ୍ତାହ ସାରା ପ୍ରଫିଟ ଜାରି

author img

By

Published : Nov 1, 2019, 5:46 PM IST

ପୂରା ସପ୍ତାହ ବହୁ ଆଶା-ଆଶଙ୍କା ଭିତରେ ସେୟାର ସୂଚକାଙ୍କ ଉପରମୁହାଁ ରହିଛି । ଆଜି(ଶୁକ୍ରବାର) କାରବାର ଶେଷ ସୁଦ୍ଧା ସେନସେକ୍ସ 40,165 ପାର କରିଛି । ସେପଟେ 50 ସେୟାର ଉପରେ ଆଧାରିତ ନିଫ୍ଟି 11,898ରେ କାରବାର ବନ୍ଦ କରିଛି ।

ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ଚଳିତ ସପ୍ତାହ ଭାରତୀୟ ସେୟାର ବଜାର ପାଇଁ ବେଶ ଲାଭଦାୟକ ଥିଲା । ଆଜିର କାରବାର ସହ ସରିଲା ଏହି ସପ୍ତାହର ପ୍ରଫିଟ, କ୍ଷତି । ତେବେ ବହୁ ଆଶା-ଆଶଙ୍କା ଭିତରେ ସେୟାର ସୂଚକାଙ୍କ ଉପରମୁହାଁ ରହିଛି । ସେହିପରି ଆଜି(ଶୁକ୍ରବାର) କାରବାର ଶେଷ ସୁଦ୍ଧା ସେନସେକ୍ସ 40,165 ପାର କରିଛି ।

ଗତ 100ଦିନର ରେକର୍ଡ ଭାଙ୍ଗିବା ସହ ଐତିହାସିକ ସ୍ତରରେ ପହଞ୍ଚିଛି ସେନସେକ୍ସ । ଏଥିଯୋଗୁଁ ନିବେଶକ ବି ପୂରା ମାଲାମାଲ । ଆଜି ମଧ୍ୟ ବିଦେଶୀ କୋଷ ପ୍ରବାହ ଓ ସକରାତ୍ମକ ଘରୋଇ ଓ ବୈଷୟିକ ସଙ୍କେତ ମଧ୍ୟରେ ସେୟାର ସବୁ ବମ୍ପର ବୃଦ୍ଧି ସହ ଉପରକୁ ଉଠିଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 35.98 ପଏଣ୍ଟ ବୃଦ୍ଧି ପାଇ 40,165.03 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 71.85 ପଏଣ୍ଟ ଅଭିବୃଦ୍ଧି ସହ 11,898.65 ରେ କାରବାର ବନ୍ଦ କରିଛି ।

ତେବେ ସେନସେକ୍ସର କମ୍ପାନୀଗୁଡିକ ମଧ୍ୟରେ ଟାଟା ଷ୍ଟିଲ, ବେଦାନ୍ତ ଆଦି ସେୟାର ବୃଦ୍ଧି ପାଇଥିବା ବେଳେ ୟସ ବ୍ୟାଙ୍କ, ଟିସିଏସ ଓ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସେୟାର ଖସିଥିବା ଜଣାପଡିଛି ।

Intro:Body:

dgr

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.