ETV Bharat / business

ହିରୋ ମୋଟକର୍ପରେ ଆୟକରର ଚଢାଉ, ଖସିଲା ୪ ପ୍ରତିଶତ ଅଂଶଧନ

author img

By

Published : Mar 23, 2022, 4:57 PM IST

ହ୍ରାସ ପାଇଲା ହିରୋ ମୋଟକର୍ପର ଅଂଶଧନ । ତେବେ ଆଜି ଆୟକର ବିଭାଗ ପକ୍ଷରୁ ହିରୋ ମୋଟକର୍ପର ବିଭିନ୍ନ ସ୍ଥାନରେ ଥିବା ଅଫିସ ସମେତ ନିର୍ଦ୍ଦେଶଙ୍କ ଘର ଉପରେ ଆୟକର ଫାଙ୍କିବା ଅଭିଯୋଗରେ ଚଢାଉ କରାଯାଇଛି । ଅଧିକ ପଢନ୍ତୁ

ହିରୋ ମୋଟକର୍ପରେ ଆୟକର ବିଭାଗର ଚଢାଉ, ଖସିଲା ୪ ପ୍ରତିଶତ ହିରୋର ଅଂଶଧନ

ନୂଆଦିଲ୍ଲୀ: ହ୍ରାସ ପାଇଲା ହିରୋ ମୋଟକର୍ପର ଅଂଶଧନ । ତେବେ ଆଜି ଆୟକର ବିଭାଗ ପକ୍ଷରୁ ହିରୋ ମୋଟକର୍ପର ବିଭିନ୍ନ ସ୍ଥାନରେ ଥିବା ଅଫିସ ସମେତ ନିର୍ଦ୍ଦେଶଙ୍କ ଘର ଉପରେ ଆୟକର ଫାଙ୍କିବା ଅଭିଯୋଗରେ ଚଢାଉ କରାଯାଇଛି । ଫଳରେ ଏହି ଚଢାଉ ପରେ ୪ ପ୍ରତିଶତ ହିରୋ ମୋଟକର୍ପର ଅଂଶଧନ ହ୍ରାସ ପାଇଛି ।

ସେହିପରି ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆଇଟି(Income Tax) ବିଭାଗ ପକ୍ଷରୁ ଏହି ଚଢାଉ ଜାରି ରହିଛି । ଏଥିସହ ବିଭିନ୍ନ ସ୍ଥାନରେ ଥିବା କମ୍ପାନୀର ଅଫିସ, ବରିଷ୍ଠ ଅଧିକାରୀଙ୍କ ଘର ସହିତ ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ପୱନ ମୁଜାଂଲଙ୍କ ଘରେ ମଧ୍ୟ ଚଢାଉ ଜାରି ରହିଛି । ତେବେ ଆଜି ଟ୍ରେଡିଂ ଆରମ୍ଭ ହେବା ପରେ ହିରୋ ମୋଟକର୍ପର ଅଂଶଧନ ତଥା ସୂଚକାଙ୍କ ୨୪୩୩.୦୫ ରହିଥିଲା ।

ସେହିଭଳି ଗତକାଲି ହିରୋ ମୋଟକର୍ପର ୨୪୨୧.୩୦ ସୂଚକାଙ୍କ ରହିଥିଲା । ମାତ୍ର ଆଜି ଆୟକର ବିଭାଗର ଚଢାଉ ପରେ ଅପରାହ୍ନ ୦୧.୧୨ ସୁଦ୍ଧା ସୂଚକାଙ୍କ ୨୪୩୩.୦୫ରୁ ହ୍ରାସ ପାଇ ୨୩୨୮.୮୫ ରହିଛି । ତେବେ ଏହା ପାଖପାଖି ୩.୮୧ପ୍ରତିଶତ ହ୍ରାସ ପାଇଛି । ଅନ୍ୟପଟେ ଆୟକର ବିଭାଗର ଖବର ଅନୁଯାୟୀ, ଏହି ଚଢାଉ ଦିଲ୍ଲୀ, ଗୁରଗ୍ରାମ ସହ ଉତ୍ତର ଭରତର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଏଥସହ ଏହି ଆସନ୍ତାକାଲି(ଗୁରୁବାର) ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.