ETV Bharat / business

ସର୍ବୋଚ୍ଚ ରେକର୍ଡ ସ୍ତରରେ ସୁନା, 10 ଗ୍ରାମକୁ ବଢିଲା 2 ହଜାର ଟଙ୍କା - record on gold price

ଶକ୍ତିଶାଳୀ ବୈଶ୍ବିକ ସଙ୍କେତ କାରଣରୁ ସୁନା ଓ ରୂପା ଦାମ ଜୋରଦାର ଉଛୁଳିଛି । ନିବେଶର ସୁରକ୍ଷିତ ସାଧନ ଭାବେ ସୁନା ଦାମ ମଙ୍ଗଳବାର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ।

Gold prices today surge ₹2,000 per 10 gram, hit record high
ସର୍ବୋଚ୍ଚ ରେକର୍ଡ ସ୍ତରରେ ସୁନା, 10 ଗ୍ରାମକୁ ବଢିଲା 2 ହଜାର ଟଙ୍କା
author img

By

Published : Apr 7, 2020, 11:59 PM IST

ମୁମ୍ବାଇ: ବିଦେଶୀ ବଜାରରେ ମଜବୁତ ସଙ୍କେତ ମଧ୍ୟରେ ସୁଦୃଢ ଘରୋଇ ବଜାର । ଏଥିଯୋଗୁଁ ମଙ୍ଗଳବାର ସୁନା ଦାମ ସର୍ବାଧିକ ରେକର୍ଡ ସ୍ତରରେ ପହଞ୍ଚିଛି ।

MCXରେ ପ୍ରାରମ୍ଭିକ କାରବାର ସମୟରେ 10ଗ୍ରାମ ସୁନା ଦାମ 2000 ଟଙ୍କା ବୃଦ୍ଧି ପାଇ 45,724 ଟଙ୍କାରେ ପହଞ୍ଚିଛି । ଯାହାକି ସର୍ବୋଚ୍ଚ ସ୍ତର ଅଟେ । ଶକ୍ତିଶାଳୀ ବୈଶ୍ବିକ ସଙ୍କେତ କାରଣରୁ ସୁନା ଓ ରୂପା ଦାମ ଜୋରଦାର ଉଛୁଳିଛି । ଆନ୍ତର୍ଜାତୀୟ ବଜାରରେ ମଙ୍ଗଳବାର କ୍ରମାଗତ ପଞ୍ଚମ ଦିନ ପାଇଁ ସୁନା ଜାରି ରହିଛି। ସେହିପରି ରୂପା କିଲୋ 6 ପ୍ରତିଶତ ବଢି 43,650 ଟଙ୍କାରେ ପହଞ୍ଚିଛି ।

ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଫ୍ୟୁଚର ମାର୍କେଟ କୋମକ୍ସରେ ସୁନା ଆଉନ୍ସ ପ୍ରତି 1,742.20 ଡଲାରରେ ପହଞ୍ଚିଛି । ଯାହା ଅକ୍ଟୋବର 18 ପରେ ସର୍ବୋଚ୍ଚ ସ୍ତର । ସେହିସମୟରେ ସୁନା କମେକ୍ସରେ ଆଉନ୍ସ ପ୍ରତି 1,749.10ରେ ପହଞ୍ଚିଥିଲା ।

ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ, ଚଳିତବର୍ଷ ସୁନା ଦାମ ଆଉନ୍ସ ପିଛା 2000 ଡଲାର ଛୁଇଁପାରେ । ସେହିପରି ଭାରତୀୟ ବଜାରରେ ଜୁନ ସୁଦ୍ଧା 10 ଗ୍ରାମ ପିଛା ସୁନା ଦାମ 50,000 ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।

ନିବେଶର ସବୁଠୁ ସୁରକ୍ଷିତ ସାଧନ ଭାବେ ସୁନାକୁ ନିଆଯାଏ । ଏଥିପାଇଁ ସୁନାର ଚାହିଦା ବୃଦ୍ଧି ସହ ଏହାର ଦାମ ମଧ୍ୟ ହୁ ହୁ ହୋଇ ବୃଦ୍ଧି ପାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.