ମୁମ୍ବାଇ: ମାନ୍ଦାବସ୍ଥା ଆଶଙ୍କାରେ ସୁନା ଚାହିଦା ଆକାଶଛୁଆଁ । ଫଳରେ ଦାମ ଲଗାତାର ବଢିଚାଲିଛି । ଗୁରୁବାର ପ୍ରଥମ ଥର ପାଇଁ ସୁନା 10 ଗ୍ରାମ ପିଛା 47 ହଜାର ପାର କରିଛି ।
ବୈଶ୍ବିକ ବଜାରରେ ସୁନା ଦାମ ଜୋରଦାର ବୃଦ୍ଧି ଯୋଗୁଁ ଘରୋଇ ବଜାରରେ ତାହାର ପ୍ରଭାବ ଦେଖିବାରୁ ମିଳିଛି । ଦେଶବ୍ୟାପୀ ଲକଡାଉନ ଯୋଗୁଁ ଘରୋଇ ସ୍ପଟ୍ ବଜାର ବନ୍ଦ ଅଛି, କିନ୍ତୁ ଫ୍ୟୁଚର ବଜାରରେ ସୁନା କ୍ରମାଗତ ଭାବରେ ଏକ ନୂତନ ଶିଖରକୁ ସ୍ପର୍ଶ କରୁଛି ।
ସେପଟେ ରୂପା କିଲୋ ପିଛା 124 ଟଙ୍କା ବଢି 44155 ଟଙ୍କାର କାରବାର କରୁଥିଲା ।
କମୋଡିଟି ବଜାର ବିଶେଷଜ୍ଞ କହିବା ଅନୁଯାୟୀ, କୋରୋନା ସଙ୍କଟ ମଧ୍ୟରେ ବୈଶ୍ବିକ ଅର୍ଥବ୍ୟବସ୍ଥାକୁ ମାନ୍ଦାବସ୍ଥା ପ୍ରବେଶ କଲାଣି । ଏହି ଆଶଙ୍କାରେ ନିବେଶକଙ୍କ ସୁରକ୍ଷିତ ନିବେଶ ସୁନା ପାଲଟିଛି । ଏଥିଯୋଗୁଁ ସୁନାର ଦାମ ମଧ୍ୟ ବଢିଚାଲିଛି ।