ନୂଆଦିଲ୍ଲୀ: ଆଜି ବି ଉପରମୁହାଁ ବହୁ ମୂଲ୍ୟ ଧାତୁ ଦାମ । ବୈଶ୍ବିକ ବଜାରରେ ସୁନା ଓ ରୂପା ଦାମ ବୃଦ୍ଧି ଅନୁରୂପ ଦିଲ୍ଲୀ ସରଫରା ବଜାରରେ ଗୁରୁବାର ବଢିଛି ସୁନା ଦାମ । ଆଜି ସୁନା ଦାମ ବୃଦ୍ଧି ପାଇ 10 ଗ୍ରାମ ପ୍ରତି 49 ହଜାର ନିକଟତର ହୋଇଛି ।
ଏହା ପୂର୍ବ କାରବାର ଅଧିବେଶନରେ ସୁନା ଦାମ 10 ଗ୍ରାମ ପ୍ରତି 48,406 ଟଙ୍କାରେ କାରବାର ବନ୍ଦ କରିଥିଲା । ଏପେଟ ରୂପା କିଲୋ ମଧ୍ୟ 555 ଟଙ୍କା ବୃଦ୍ଧି ପାଇ ଆଜି 63,502 ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ରୂପା କିଲୋ 62,947 ଟଙ୍କା ଥିଲା ।
ଅନ୍ତର୍ଜାତୀୟ ବଜାରରେ ସୁନା ଦାମ ଲାଭ ସହ ଆଉନ୍ସ ପିଛା 1,841 ଡଲାର ହୋଇଥିଲା ବେଳେ ରୂପା ଆଉନ୍ସ ପାଖାପାଖୀ24.16 ଡଲାରରେ ସ୍ଥିର ଅଛି ।