ମୁମ୍ବାଇ: ବୈଶ୍ବିକ ବଜାରରେ ବହୁମୁଲ୍ୟ ଧାତୁ ମହଙ୍ଗା ଯୋଗୁଁ ଗୁରୁବାର ଘରୋଇ ବଜାରରେ ସୁନା ଦାମ ହୁ ହୁ ହୋଇ ବଢୁଛି । ଦିଲ୍ଲୀ ସରଫରା ବଜାରରେ ସୁନା ଦାମ 10 ଗ୍ରାମ ପିଛା 223 ଟଙ୍କା ବଢି 50,184 ଟଙ୍କା ରହିଛି । ସେହିପରି ରୂପା କିଲୋ ପିଛା 1275 ଟଙ୍କା ଉଛୁଳି 52,930 ଟଙ୍କା ରହିଛି ।
ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଆଉନ୍ସ ପ୍ରିତି 1,813 ଡଲାର ଓ ରୂପା 18.94 ଡଲାର ସହ ଗୁରୁବାର କାରବାର ବନ୍ଦ ହୋଇଛି ।
କୋରୋନା ଭାଇରସ ମାମଲା ବୃଦ୍ଧି ଅନିଶ୍ଚିତତା ମଧ୍ୟରେ ନିବେଶର ସୁରକ୍ଷିତ ଉତ୍ସ ସୁନା ପାଲଟିଛି । ଏଥିଯୋଗୁଁ ନିବେଶକ ଏଥିରେ ପର୍ଯ୍ୟାପ୍ତ ପୁଞ୍ଜି ଖଟାଉଛନ୍ତି । ଯେଉଁଥିପାଇଁ ସୁନା ଓ ରୂପା ଦାମ ମଧ୍ୟ ବଢିବାରେ ଲାଗୁଛି ।