ETV Bharat / business

ଦୁର୍ବଳ ଟଙ୍କା, 39 ହଜାର ଛୁଇଁଲାଣି ସୁନା ! - Gold continues bull

ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ ହ୍ରାସ ପାଉଥିବାରୁ ଗହଣା ମହଙ୍ଗା ହେଉଛି । ଲଗାତାର 3 ଦିନ ଧରି ସୁନା ଦର ବୃଦ୍ଧି ପାଇ 39 ହଜାର ଛୁଇଁବା ଉପରେ । ସେପଟେ ରୂପା ମଧ୍ୟ କିଲୋ ପିଛା 45 ହଜାର ପାର କଲାଣି ।

ପ୍ରତିକାତ୍ମକ ଫଟୋ
author img

By

Published : Aug 23, 2019, 4:49 PM IST

ନୂଆଦିଲ୍ଲୀ: ଆହୁରି ବଢିଲା ସୁନା ଦାମ । ଲଗାତାର 3 ଦିନ ଧରି ସୁନା ଦର ବୃଦ୍ଧି ପାଇ 39 ହଜାର ଛୁଇଁବା ଉପରେ । ସେପଟେ ରୂପା ମଧ୍ୟ କିଲୋ ପିଛା 45 ହଜାର ପାର କଲାଣି । ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ ହ୍ରାସ ପାଉଥିବାରୁ ଗହଣା ମହଙ୍ଗା ହେଉଛି ।

ଗୁରୁବାର 10 ଗ୍ରାମ ସୁନାର ଦର 150 ଟଙ୍କା ବୃଦ୍ଧି ପାଇ 38 ହଜାର 970ରେ ପହଞ୍ଚିଥିଲା । ସେହିପରି ରୂପା ମଧ୍ୟ କିଲୋପିଛା 60 ଟଙ୍କା ବଢି 45 ହଜାର 100 ଛୁଇଁଛି । ସର୍ବଭାରତୀୟ ସର୍ଫରା ସଂଘ ପକ୍ଷରୁ ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।

99.9 ପ୍ରତିଶତ ଏବଂ 99.5 ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ଯଥାକ୍ରମେ 150 ଟଙ୍କା ଲେଖାଏଁ ବଢି 38, 970 ଓ 38,820 ଟଙ୍କା ରହିଛି ।

ସୂଚନା ଅନୁଯାୟୀ, ଗୁରୁବାର ଡରାର ତୁଳନାରେ ଟଙ୍କାର 25 ପଇସା ଖସିଛି । ଯାହା ଫଳରେ ଟଙ୍କାର ବିନିମୟ ମୁଲ୍ୟ 71 ଟଙ୍କା 81 ପଇସା ରହିଛି । ଯାହାକି 6 ମାସର ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

Intro:Body:

BLANK FOR NEWS

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.