ନୂଆଦିଲ୍ଲୀ: ଗୁରୁବାର ଭାରତର ସୁନା ବଜାରରେ ବଡ ହ୍ରାସ ଦେଖାଯାଇଥିଲା । ଏହି ମୂଲ୍ୟବାନ ଧାତୁ ଦରରେ ୦.୫୭ ପ୍ରତିଶତ ହ୍ରାସ ହୋଇ ୪୭ ହଜାର ୨୨୦ ଟଙ୍କାରେ ପହଞ୍ଚିଥିଲା । ତେବେ ଗତକାଲି(ଗୁରୁବାର) ଭଳି ଆଜି ମଧ୍ୟ ଦେଶରେ ସୁନା ଦର କମିଛି ଏବଂ ବିଶ୍ବ ବଜାରରେ ଏହାର ଦାମ୍ 1816.7 Troy ounce ରହିଛି । ଏହା ପୂର୍ବରୁ ବିଶ୍ବ ବାଜରରେ ସୁନା ଦରରେ ୦.୧୮ ବୃଦ୍ଧି ଘଟିଥିଲା । ଭାରତରେ ଆଜି ୨୪ କ୍ୟାରେଟ ସୁନା ମୂଲ୍ୟ ୪୭,୩୨୯ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ୧ ଗ୍ରାମ ପିଛା ୪,୩୬୨ ଟଙ୍କାରେ ବିକ୍ରି ହୋଇଛି ।
ପ୍ରକାଶ ଥାଉକି, ଗତ ୩୦ ଦିନ ମଧ୍ୟରେ ସୁନା ଦରରେ ୪.୨୪ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଥିଲା । ଯାହାର ହାରାହାରି ଦାମ୍ ୧୭୩୯.୭ ଡଲାର ଅଟେ । ସୁନା ଭଳି ଆଜି ରୂପା ଦରରେ ମଧ୍ୟ ହ୍ରାସ ଦେଖିଯାଇଛି । ୦.୦୬% କମିଛି ରୂପା । ଫଳରେ ଆଜି ଏହି ଧାତୁ ୨୫.୨ ଡଲାର Troy ounceରେ କାରବାର ହେଉଛି ।
ଏହାବ୍ୟତୀତ ପ୍ଲାଟିନମର ବଜାର ଦରରେ ୦.୦୫% ବୃଦ୍ଧି ପରିଲକ୍ଷିତ ହୋଇଛି । ପ୍ଲାଟିନମ ଆଜି ୧୦୭୮.୦ ଡଲାର Troy ounceରେ ବିକ୍ରି ହେଉଛି ।