ETV Bharat / business

ପ୍ରଥମ ଥର: 600 ଅରବ ଡଲାର ଡେଇଁଲା ବିଦେଶୀ ମୁଦ୍ରା ଭଣ୍ଡାର

author img

By

Published : Jun 11, 2021, 10:56 PM IST

ପ୍ରଥମ ଥର 600 ଅରବ ଡଲାର ଟପିଲା ଭଣ୍ଡାର । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର 2021 ଜୁନ 4 ରେ ସମାପ୍ତ ସପ୍ତାହରେ 605.008 ଅରବ ଡଲାର ସହ ରେକର୍ଡ ସ୍ତରରେ ପହଞ୍ଚିଛି । ଅଧିକ ପଢନ୍ତୁ..

ପ୍ରଥମ ଥର :  600 ଅରବ ଡଲାର ଡେଇଁଲା ବିଦେଶୀ ମୁଦ୍ରା ଭଣ୍ଡାର

ମୁମ୍ବାଇ: ରେକର୍ଡ ସ୍ତରରେ ବିଦେଶୀ ମୁଦ୍ରା ଭଣ୍ଡାର । ପ୍ରଥମ ଥର 600 ଅରବ ଡଲାର ଟପିଲା ଭଣ୍ଡାର । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର 2021 ଜୁନ 4 ରେ ସମାପ୍ତ ସପ୍ତାହରେ 6.842 ଅରବ ଡଲାର ବଢି 600 ଅରବ ଡଲାର ପାର କରିଛି ।

ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ସାପ୍ତାହିତ ତଥ୍ୟ ଅନୁସାରେ ସମୀକ୍ଷାଧୀନ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 605.008 ଅରବ ଡଲାର ସହ ରେକର୍ଡ ସ୍ତରରେ ପହଞ୍ଚିଛି । ବିଦେଶୀ ମୁଦ୍ରା ଭଣ୍ଡାର ସମ୍ପତ୍ତି(FCA)ରେ ବୃଦ୍ଧି ଯୋଗୁଁ ଭଣ୍ଡାର ବଢିଛି । ମୋଟ ବିଦେଶୀ ମୁଦ୍ରା ଭଣ୍ଡାର ଗୁରୁତ୍ବପୂର୍ଣ୍ଣ ଅଂଶ ବିଦେଶୀ ମୁଦ୍ରା ସମ୍ପତ୍ତି । ଆଉ ଏଫସିଏ ବୃଦ୍ଧି ଦ୍ବାରା ବିଦେଶୀ ମୁଦ୍ରା ବଢିଥାଏ ।

ଏହା ପୂର୍ବରୁ 2021 ମେ 28 ରେ ସମାପ୍ତ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାର 5.271 ଅରବ ଡଲାପର ବଢି 598.165 ଅରବ ଡଲାର ହୋଇଥିଲା । ଆରବିଆଇ ତଥ୍ୟ ଅନୁସାରେ ବିଦେଶୀ ମୁଦ୍ରା ସମ୍ପତ୍ତି ଆଲୋଚ୍ୟ ସପ୍ତାହରେ 7.362 ଅରବ ଡଲାର ବଢି 560.890 ଅରବ ଡଲାର ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.