ମୁମ୍ବାଇ: ସିଟେକ୍ସ ଓ ଇରୱେନ ସିଂହ ବ୍ରିଚ ସମେତ ସମ୍ଭାବିତ ନିବେଶକ ଉପରେ ଭୁଲ ସୂଚନା ଦେଇ କିଛି ଲୋକଙ୍କ ଦ୍ବାରା ଅବୈଧ ଲାଭ କମାଯାଉଛି। ଏନେଇ ୟେସ ବ୍ୟାଙ୍କ ବୋର୍ଡର ଅଡିଟ କମିଟିର ପୂର୍ବତନ ପ୍ରମୁଖ ଉତ୍ତମ ପ୍ରକାଶ ଅଗ୍ରୱାଲ ସିକ୍ୟୁରିଟିଜ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ(ସେବି) ପାଖରେ ଅଭିଯୋଗ ଦାଖଲ କରିଛନ୍ତି।
ନିକଟରେ ଅଗ୍ରୱାଲ ୟେସ ବ୍ୟାଙ୍କ ବୋର୍ଡରୁ ସ୍ବତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟିର ପ୍ରମୁଖ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ଏନେଇ ସ୍ପଷ୍ଟ କରିନାହାଁନ୍ତି । ଏହାର କନେକ୍ସନ ଅଭ୍ୟନ୍ତରୀଣ ବ୍ୟାପର ସହ ଜଡିତ। ଏହାର ଯାଞ୍ଚ ସେବି ଦ୍ବାରା ହେବା ଦରକାର।
ସେବିର ଅଧ୍ୟକ୍ଷ ଅଜୟ ତ୍ୟାଗୀ ଓ ସଦସ୍ୟ ମହାଲିଙ୍ଗମଙ୍କୁ ପତ୍ର ଲେଖି ଇଷ୍ଟ୍ୟିଚ୍ୟୁଟ ଅଫ ଚାଟର୍ଡ ଆକାଉଣ୍ଟସ ଅଫ ଇଣ୍ଡିଆର ପୂର୍ବ ଅଧ୍ୟକ୍ଷ ଅଗ୍ରୱାଲ ଘଟଣାର ଶୃଙ୍ଖଳାର ଖୁଲାସା କରିଛନ୍ତି।
ଏହି ପତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, କର୍ପୋରେଟ ମନ୍ତ୍ରାଣଳୟ ସଚିବ ଇଞ୍ଜିନୀ ଶ୍ରୀନିବାସ, ଏନଏସଇର ପ୍ରବନ୍ଧ ନିର୍ଦ୍ଦେଶକ ଓ ସିଇଓ ବିକ୍ରମ ଲିମଏ ଓ ବିଏସଇର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ସିଇଓ ଆଶିଷ ଚୌହାନଙ୍କୁ ମଧ୍ୟ ପଠାଯାଇଛି। ପତ୍ର ପାଇଥିବା ନେଇ ସ୍ବୀକାର କରିଛି NSE।