ETV Bharat / business

କ୍ଷତିରେ ଅଟୋ ଶିଳ୍ପ : ପାସେଞ୍ଜର ଯାନ ବିକ୍ରି 51 ପ୍ରତିଶତ ହ୍ରାସ

author img

By

Published : Apr 14, 2020, 6:23 PM IST

କୋରୋନା ମହାମାରୀ ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏଥିଯୋଗୁଁ ବ୍ୟବସାୟିକ କାର୍ଯ୍ୟକଳାପ ଠପ ରହିଛି । ଫଳରେ ଗାଡି ବିକ୍ରି ହ୍ରାସ ସହ ଅଟୋ ଶିଳ୍ପକୁ ବଡ ଝଟକା ମିଳିଛି ।

Domestic passenger vehicle sales plunge 51% in March hit by coronavirus pandemic: SIAM
କ୍ଷତିରେ ଅଟୋ ଶିଳ୍ପ : ପାସେଞ୍ଜନର ଯାନ ବିକ୍ରି 51 ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ଅଣାୟତ ଅଟୋମୋବାଇଲ ଶିଳ୍ପକୁ ଗୁରୁତର ପ୍ରଭାବ ପକାଇଛି ଲକଡାଉନ । 2020 ମାର୍ଚ୍ଚ ମାସରେ ପାସେଞ୍ଜର ଯାନ ବିକ୍ରି 51 ପ୍ରତିଶତ ହ୍ରାସ ପାଇଛି । ମୋଟ ରୂପରେ ଦେଖିବାକୁ ଗଲେ ଗାଡି ବିକ୍ରି 45ପ୍ରତିଶତ କମିଛି । ଅଟୋ ନିର୍ମାତା ମହାସଂଘ ସିଆମ ଏ ନେଇ ସୂଚନା ଦେଇଛି ।

ମାର୍ଚ୍ଚରେ ମୋଟ ପାସେଞ୍ଜର ଯାନ ବିକ୍ରି 1,43,014 ରହିଛି ।ଯାହାକି ଗତ ବର୍ଷ ମାର୍ଚ୍ଚରେ 2,91,861 ତୁଳନାରେ 51 ପ୍ରତିଶତ କମ । ଏଭଳି ଭାବେ କମର୍ସିଆଲ ଗାଡି ବିକ୍ରି 88.95 ପ୍ରତିଶତ କମି 13,027 ରହିଛି । ଯାହା ଗତ ବର୍ଷ ମାର୍ଚ୍ଚରେ 1,09,022 । ସେହିପରି ଦୁଇ-ଚକିଆ ଯାନ ବିକ୍ରି ମଧ୍ୟ ଭାରୀ ହ୍ରାସ ପାଇ 8,66,849 ରହିଛି । ଯାହା 2019 ମାର୍ଚ୍ଚରେ 14,40,593 ବିକ୍ରି ତୁଳନାରେ 39.83 ପ୍ରତିଶତ କମ ।

କୋରୋନା ମହାମାରୀ ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏଥିଯୋଗୁଁ ବ୍ୟବସାୟିକ କାର୍ଯ୍ୟକଳାପ ଠପ ରହିଛି । ଫଳରେ ଗାଡି ବିକ୍ରି ହ୍ରାସ ସହ ଅଟୋ ଶିଳ୍ପକୁ ବଡ ଝଟକା ମିଳିଛି ।

ଆଲୋଚ୍ୟ ଆର୍ଥିକ ବର୍ଷରେ ଦେଶର ମୋଟ 21,548,494 ୟୁନିଟ ବିକ୍ରି ହୋଇଥିଲା ବେଳେ ପାସେଞ୍ଜର ଯନ ବିକ୍ରି 17.82 ପ୍ରତିଶତ କମିଛି ।

ସିଆମର ଅଧ୍ୟକ୍ଷ ରାଜନ ବଢେରା କହିଛନ୍ତି ଯେ, ‘‘ମାର୍ଚ୍ଚ ମାସ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ସମୟ । ସାର୍ବଜନୀକ ପ୍ରତିବନ୍ଧକ ଯୋଗୁ ଗତ ସପ୍ତାହରେ ଗାଡି ବିକ୍ରି ଓ ଉତ୍ପାଦନ ସମ୍ପୁର୍ଣ୍ଣ ଠପ ହୋଇପଡିଛି । ଉତ୍ପାଦନ ବନ୍ଦ ଯୋଗୁଁ ନୂଆ ଗାଡି ଆସୁନଥିବା ବେଳେ ସୋରୁମ ବନ୍ଦ ଯୋଗୁଁ ଗାଡି ବିକ୍ରି ହେଉନି । ଏସବୁ କାରଣରୁ ପ୍ରତିଦିନ ଗାଡି ଉଦ୍ୟୋଗକୁ ପ୍ରାୟ 2300 କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.