ETV Bharat / business

ପୁଣି ବଢିଲା ଡିଜେଲ ଦାମ, ପେଟ୍ରୋଲ ଅପରିବର୍ତ୍ତିତ

author img

By

Published : Jul 15, 2020, 12:57 PM IST

ବଢିଚାଲିଛି ଡିଜେଲ ଦାମ । ଗୋଟିଏ ଦିନର ବ୍ରେକ ପରେ ପୁଣି ମହଙ୍ଗା ଡିଜେଲ । ଦିଲ୍ଲୀରେ ଡିଜେଲ ଦାମ 81.18 ଟଙ୍କାକୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ..

ପୁଣି ବଢିଲା ଡିଜେଲ ଦାମ, ପେଟ୍ରୋଲ ଅପରିବର୍ତ୍ତିତ
ପୁଣି ବଢିଲା ଡିଜେଲ ଦାମ, ପେଟ୍ରୋଲ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଗୋଟିଏ ଦିନର ବିରାମ ପରେ ପୁଣି ବଢିଲା ଡିଜେଲ ଦାମ । ହେଲେ ପେଟ୍ରୋଲ ଦାମ ଲଗାତାର 16 ଦିନ ଧରି ସ୍ଥିର ରହିଛି ।

ବୁଧବର ତେଲ ମାର୍କେଟିଂ କମ୍ପାନୀ ଡିଜେଲ ଦାମ ବୃଦ୍ଧି କରିଛି । ଦିଲ୍ଲୀରେ ଲିଟର ପିଛା ଡିଜେଲ ଦାମ 13 ପଇସା ବଢିଥିବା ବେଳେ କୋଲକାତାରେ 16 ପଇସା , ମୁମ୍ବାଇରେ 13 ପଇସା ଓ ଚେନ୍ନାଇରେ 11 ପଇସା ବଢାଇ ଦିଆଯାଇଛି । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ଲଗାତାର ଦ୍ବିତୀୟ ଦିନ ବୃଦ୍ଧି ଜାରି ରହିଛି ।

ବେଞ୍ଚମାର୍କ ଅଶୋଧିତ ତୈଳ ଦାମ ବ୍ଯାରେଲ ପ୍ରତି 43 ଡଲାର ଉପରେ ରହିଛି । ଯେତେବେଳେ କି ଆମେରିକୀୟ ଅଶୋଧିକ ଡବ୍ଲ୍ୟୁଟିଆଇ ଦାମ ବ୍ୟାରେଲ ପିଛା 40 ଡଲାର ଉପରେ ଜାରି ରହିଛି । ଅଶୋଧିତ ତୈଳ ଦାମ ବଢିବା ଦ୍ବାରା ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧିରୁ ରିଲିଫ ମିଳିବା କଷ୍ଟକର ହେବ ।

ଇଣ୍ଡିଆନ ଅଏଲ ୱେବସାଇଟ ଅନୁସାରେ ଦିଲ୍ଲୀ, କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ଡିଜେଲ ଦାମ ବୃଦ୍ଧି ପାଇ ଲିଟର ପ୍ରତି କ୍ରମଶଃ 81.18, 76.33 , 79.40 ଓ 78.22 ଟଙ୍କା ରହିଛି । ସେହିଭଳି ଏହି 4 ମହାନଗର ନିଗମରେ ପେଟ୍ରୋଲ ଦାମ ଲିଟର ପିଛା ଅପରିବର୍ତ୍ତିତ ରହିବା ସହ ଯଥାକ୍ରମେ 80.43 , 82.10 , 87.19 ଟଙ୍କା ଓ 83.63 ଟଙ୍କା ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.