ETV Bharat / business

କୋରୋନା ସଙ୍କଟ, ଆସନ୍ତା ବର୍ଷକୁ ଟଳିପାରେ LIC ଲିଷ୍ଟିଙ୍ଗ - lic listing

କୋରୋନା ଯୋଗୁଁ ସ୍ଥଗିତ ହେବ ଷ୍ଟକ ବଜାରରେ LIC ଲିଷ୍ଟିଙ୍ଗ ଓ ଆଇଡିବିଆଇ ବ୍ୟାଙ୍କରେ ଥିବା ସରକାରଙ୍କ ଅବଶିଷ୍ଟ ଅଂଶଧନକୁ ମଧ୍ୟ ବିକ୍ରି କାମ । ଅଧିକ ପଢନ୍ତୁ..

covid-19 impact
କୋରୋନା ସଙ୍କଟ, ଆସନ୍ତା ବର୍ଷକୁ ଟଳିପାରେ LIC ଲିଷ୍ଟିଙ୍ଗ
author img

By

Published : Jun 1, 2020, 12:52 PM IST

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC)କୁ ତାଲିକାଭୁକ୍ତ କରିବା ଓ ଆଇଡିବିଆଇ ବ୍ୟାଙ୍କରେ ସରକାରୀ ଅଂଶଧନ ବିକ୍ରୟ କାମ ଆସନ୍ତା ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ହୋଇପାରେ । କୋଭିଡ-19 ସଙ୍କଟ ଯୋଗୁଁ ବଜାର ମୂଲ୍ୟାଙ୍କନ ତଳମୁହାଁ ରହିଥିବା ଯୋଗୁଁ 2020-21ରେ ଏହି କାମ ହେବା ସମ୍ଭାବନା ରହିଛି ।

ଚଳିତ ଆର୍ଥିକ ବର୍ଷରେ ସରକାର ଷ୍ଟକ ବଜାରରେ LICକୁ ତାଲିକା ଭୁକ୍ତ ବା ଲିଷ୍ଟିଙ୍ଗ ଓ ଆଇଡିବିଆଇ ବ୍ୟାଙ୍କର ଅଂଶଧନ ବିକ୍ରି କରି 90,000 କୋଟି ଟଙ୍କା ବିନିବେଶ ପାଇଁ ଯୋଜନା କରିଥିଲେ । ଏହା ସରକାରଙ୍କ 2.10 ଲକ୍ଷ କୋଟି ଟଙ୍କାର ବିନିବେଶ (ପୁଞ୍ଜି ପ୍ରତ୍ୟାହାର)ଲକ୍ଷ୍ୟର ଗୁରୁତ୍ବପୂର୍ଣ୍ଣ ଅଂଶ ।

2020-21 ଆର୍ଥିକ ବର୍ଷର ସାଧାରଣ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଏଲଆଇସିରୁ ସରକାରୀ ପୁଞ୍ଜି ପ୍ରତ୍ୟାହାର ନେଇ ଘୋଷଣା କରିଥିଲ । ଏଲଆଇସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବାକୁ ଏକ ଆଇପିଓ ଅଣାଯିବ ।

ହେଲେ କୋଭିଡ-19 ମହାମାରୀ ସଙ୍କଟ ପରେ ବଜାରର ସ୍ଥିତିକୁ ଦେଖି ଚଳିତ ଆର୍ଥିକ ବର୍ଷରେ ଏଲଆଇସିର ଆଇପିଓ ଆଣିବା କଷ୍ଟକର ଲାଗୁଛି । ଏହା ବ୍ୟତୀତ ବଜାରରେ ଏଲଆଇସିର ଆଇପିଓକୁ ଭଲ ସଦସ୍ୟତା ସେତେଟା ଭଲ ରେସପନ୍ସ ମିଳିବା ସମ୍ଭାବନା କମ ରହିଛି ।

ପ୍ରକାଶ ଯେ, ଏଲଆଇସିରେ ସରକାରଙ୍କ 100 ପ୍ରତିଶତ ଓ ଆଇଡିବିଆଇ ବ୍ୟାଙ୍କରେ 46.5 ପ୍ରତିଶତ ଅଂଶଧନ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.