ETV Bharat / business

କୋରୋନା ସତର୍କତା: ଟଙ୍କା ଧରିବା ପରେ 20 ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ ହାତ

author img

By

Published : Mar 23, 2020, 2:16 PM IST

ଟଙ୍କା ଧରିବା ପରେ 20 ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ ହାତ । ଭାରତୀୟ ବ୍ୟାଙ୍କ ଆସୋସିଏସନର ନିର୍ଦ୍ଦେଶ । ଅଧିକ ପଢନ୍ତୁ...

wash hands after handling currency notes appeals IBA
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏନେଇ ରବିବାର ଜନତା କର୍ଫ୍ୟୁ ମଧ୍ୟ ଲାଗୁ ହୋଇଥିଲା । ଦେଶର 22ଟି ରାଜ୍ୟରେ ଲକଡାଉନ ସ୍ଥିତି ରହିଛି । ଏଥିରେ ସାମିଲ ହୋଇଛି ଭାରତୀୟ ବ୍ୟାଙ୍କ ଆସୋସିଏସନ । କୋରୋନା ସଂକ୍ରମଣ ରୋକିବା ପାଇଁ ଜାରି ହୋଇଛି ଗାଇଡ ଲାଇନ ।

ଆପଣ ପ୍ରତିଦିନ ବ୍ୟବହାର କରୁଥିବା ଟଙ୍କା ମାଧ୍ୟମରେ ମଧ୍ୟ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥିବାରୁ ଏଭଳି ପରାମର୍ଶ ଦିଆଯାଇଛି । ଏହି ଗାଇଡ୍‌ ଲାଇନରେ କୁହାଯାଇଛି ଯେ, ହାତରେ ଟଙ୍କା ଧରିବା ପରେ ଅତି କମରେ 20 ସେକେଣ୍ଡ ପର୍ଯ୍ୟନ୍ତ ଭଲ ଭାବେ ହାତ ଧୁଅନ୍ତୁ । ଏହା ସହିତ ଏଭଳି ସମୟରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ବ ଦେବାକୁ କୁହାଯାଇଛି । ଯଥା ସମ୍ଭବ ୟୁପିଆଇ, କ୍ରେଡିଟ କାର୍ଡ ଓ ଡେବିଟ କାର୍ଡରେ ଦେଣନେଣ କରିବାକୁ ପରାମର୍ଶ ଦିଆଯାଇଛି ।

ଅତ୍ୟାବଶ୍ୟକୀୟ ସ୍ଥଳେ ଲୋକଙ୍କୁ ବ୍ୟାଙ୍କ ଆସିବାକୁ କୁହାଯାଇଛି । ନଚେତ ମୋବାଇଲ ଓ ଅନଲାଇନ ଜରିଆରେ ଟ୍ରାଞ୍ଜାକ୍ସନ କରନ୍ତୁ । ଅନ୍ୟପଟେ ‘କୋରୋନା ସେ ଡରୋନା, ଡିଜିଟାଲ କରୋନା’ ନାମରେ କୋରୋନାକୁ ନେଇ ଏକ କ୍ୟାମ୍ପେନ ଜାରି କରିଛି ବ୍ୟାଙ୍କ ଆସୋସିଏନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.