ETV Bharat / business

ଭାରତରେ ଅଶୋଧିତ ତୈଳ ଲିଟର 11 ଟଙ୍କା - ଭାରତରେ ତେଲ ଦାମ

କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ଏବେ ହେଉଥିବା ବାରଣ ଯୋଗୁଁ ଆଗକୁ ତୈଳ ଚାହିଦା ଆହୁରୀ ହ୍ରାସ ପାଇବ । ଫଳରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦାମ 20 ଡଲାରକୁ ଖସିପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

brent crude price falls to 26 dollar per barrel
ଭାରତରେ ଅଶୋଧିତ ତୈଳ ଲିଟର 11 ଟଙ୍କା
author img

By

Published : Mar 19, 2020, 5:52 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ସହ ଶସ୍ତା ହେଲା ଅଶୋଧିତ ତୈଳ ଦାମ । ବୁଧବାର ଅଶୋଧିତ ତୈଳ ଦାମ ହ୍ରାସ ପାଇ 18 ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଯେତେବେଳେ କି ଭାରତୀୟ ବଜାରରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା 1,672 ଟଙ୍କା ଅର୍ଥାତ ଲିଟର ପ୍ରତି 10.51 ଟଙ୍କା କମିଛି ।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା 400 ଟଙ୍କା କମି 1,695 ଟଙ୍କାରେ କାରବାର କରୁଛି । ଏହା ପୂର୍ବରୁ ଏହାର ଦାମ 1,695 ଟଙ୍କା କମିଥିଲା ।

ଏକ ବ୍ୟାରେଲରେ 159 ଲିଟର ଅଶୋଧିତ ତେଲ ଥାଏ | ଏହା ଅନୁଯାୟୀ ନୂଆ ଦରରେ ଭାରତରେ ଏକ ଲିଟର ଅଶୋଧିତ ତୈଳ ଦାମ ଏବେ 10.51 ଟଙ୍କା ହେବ ।

କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ଏବେ ହେଉଥିବା ବାରଣ ଯୋଗୁଁ ଆଗକୁ ଚାହିଦା ଆହୁରୀ ହ୍ରାସ ପାଇବ ବୋଲି କୁହାଯାଇଛି । ଫଳରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦାମ 20 ଡଲାରକୁ ଖସିପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.