ମୁମ୍ବାଇ: ଗୁରୁବାର ମଧ୍ୟ ପ୍ରଫିଟରେ ବନ୍ଦ ହୋଇଛି ଘରୋଇ ସେୟାର ବଜାର । ବିଶେଷ କରି ଗାଡି, ଫାଇନାନ୍ସ ଓ ଆଇଟି କମ୍ପାନୀ ସେୟାରରେ ସେଲଅଫ ଯୋଗୁଁ ବଜାରରେ ବୃଦ୍ଧି ବଜାରରୁ ବଳ ଦେଇଛି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 272.21 ପଏଣ୍ଟ ବଢି 48,949.76ରେ ବନ୍ଦ ହୋଇଛି । ଆଜିର କାରବାରର ହ୍ରାସ-ବୃଦ୍ଧି ରହିଛି ଆଉ ସେନସେକ୍ସ ସର୍ବୋଚ୍ଚ 49,011.31 ଓ ସର୍ବନିମ୍ନ 48,614.11 ପଏଣ୍ଟ ଛୁଇଁଛି ।
ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 106.95 ପଏଣ୍ଟ ମଜବୁତ ହୋଇ 14,724.80 ପଏଣ୍ଟରେ ପହଞ୍ଚିଛି ।
ସେନସେକ୍ସ ସେୟାରରେ ବଜାଜ ଅଟୋ , ଏଚଡିଏଫସି, ଇମ୍ଫୋସିସ , ଟେକ ମହିନ୍ଦ୍ରା ଓ ଆଇସିଆଇସିଆଇ ବ୍ୟାଙ୍କ ଆଦି ଲାଭରେ ରହିଛି । ଅନ୍ୟପଟେ ପାୱାରଗ୍ରୀଡ , ଓଏନଜିସି , ବଜାଜ ଫିନସର୍ଭ , ଇଣ୍ଡସଇଣ୍ଡ ବ୍ୟାଙ୍କ ଓ ଏନଟିପିସି ସାମିଲ ରହିଛି । ସେନସେକ୍ସ ସେୟାରରେ 20 ଟି ଲାଭରେ ରହିଛି ।