ନୂଆଦିଲ୍ଲୀ: ଫେଷ୍ଟିଭ ସେଲରେ ପ୍ରବଳ ପ୍ରଫିଟ । ଆକର୍ଷଣୀୟ ଅଫର ଦେଖି ଅନଲାଇନ ସପିଙ୍ଗରେ ମସଗୁଲ ଗ୍ରାହକ । ଯେଉଁଥିପାଇଁ ଭାରତର ସର୍ବବୃହତ୍ତ ଇ-କମର୍ସ ୱେବସାଇଟ ଆମାଜନ ଏବେ ଲାଭ ଗାଦିରେ । ଜାଣି ଆଶ୍ଚର୍ଯ୍ୟ ହେବେ ମାତ୍ର 36 ଘଣ୍ଟାରେ ଆମାଜନ 750 କୋଟି ଟଙ୍କାର ସ୍ମାର୍ଟଫୋନ ବିକ୍ରି କରିଛି ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଯେଉଁ 750 କୋଟି ଟଙ୍କାର ସ୍ମାର୍ଟଫୋନ ବିକ୍ରି ହୋଇଛି, ସେସବୁ ପ୍ରିମିୟମ ସେଗମେଣ୍ଟର । କେବଳ ଆମାଜନ ନୁହେଁ ଫିପକାର୍ଟରେ ମଧ୍ୟ Big Billion Days ସେଲର ଆରମ୍ଭ ଗତ ଥର ତୁଳନାରେ ବହୁତ ଅଧିକା ହୋଇଛି । ତେବେ କେତେ ଆୟ ଓ ଲାଭ ହୋଇଛି ସେ ନେଇ ଫ୍ଲିପକାର୍ଟ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
ନ୍ୟୁଜ ଏଜେନ୍ସି ପିଟିଆଇ ମୁତାବକ, ଚଳିତଥର ସେଲର ଗୋଟିଏ ଦିନ ପୂର୍ବରୁ ଆମାଜନ ପ୍ରାଇମ ପାଇଁ ସର୍ବାଧିକ ଲୋକ ସାଇନ ଅପ କରିଥିଲେ ।ଏଥିସହ କଷ୍ଟମର ଓ ରିଟେଲର ଭାଗୀଦାର ମଧ୍ୟ ଜବରଦସ୍ତ ଥିଲା । ଯାହାକି ଆମାଜନ ପାଇଁ ଏହା ଏକ ପ୍ରଥମ ବଡ ଆରମ୍ଭ ବୋଲି କମ୍ପାନୀର ବରିଷ୍ଠ ଭାଇସ ପ୍ରେସିଡେଣ୍ଟ ଓ ଇଣ୍ଡିଆ ହେଡର ଅମିତ ଅଗ୍ରୱାଲ କହିଛନ୍ତି ।
ତେବେ ବଡ କଥା ହେଉଛି , ସର୍ବାଧିକ ଲୋକ ଆମାଜନ ହିନ୍ଦୀ ପ୍ଲାର୍ଟଫର୍ମ ଜରିଆରେ ଆସୁଛନ୍ତି । ପ୍ରକାଶ ଥାଉ ଯେ, ଚଳିତ ବର୍ଷ ପ୍ରଥମଥର ପାଇଁ ଆମାଜନ ପକ୍ଷରୁ ବ୍ୟବସାୟକୁ ସମ୍ପ୍ରସାରିତ ପାଇଁ ହିନ୍ଦୀ ୟୁଜର ଇଣ୍ଟରଫେସ ଅଣାଯାଇଥିଲା ।