ନୂଆଦିଲ୍ଲୀ: ଉପସ୍ଥାପନା ହୋଇଯାଇଛି ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ଆଗତ ବଜେଟରେ ସମସ୍ତଙ୍କୁ ଖୁସ କରିବାକୁ ଚେଷ୍ଟା କରିଛନ୍ତି ଅର୍ଥମନ୍ତ୍ରୀ । ତେବେ ଏଥର ଫୋକସରେ ରହିଛନ୍ତି ଦିବ୍ୟାଙ୍ଗ । ବଜାରକୁ ପ୍ରବେଶ କରିବ ଦିବ୍ୟାଙ୍ଗଙ୍କ ପାଇଁ ନୂଆ କଏନ । ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ତେବେ ମୁଖ୍ୟତଃ 1, 2 , 5 , 10 ଓ 20 ଟଙ୍କିଆ ନୂଆ କଏନ ମାର୍କଟକୁ ଆସିବ । ଯେଉଁ କଏନକୁ ଦିବ୍ୟାଙ୍କମାନଙ୍କୁ ଚିହ୍ନିବାରେ ସହଜ ହେବ । କାରଣ ଅନେକ ସମୟରେ ଟଙ୍କା ଚିହ୍ନି ନପାରି ଦିବ୍ୟାଙ୍କ ମାନେ ଠକାମିର ଶିକାର ହୋଇଥାନ୍ତି । ଏସମସ୍ତ ଠକାମିକୁ ରୋକିବା ପାଇଁ ମାର୍କେଟରେ ଏଣ୍ଟ୍ରି କରିବ ନୂଆ କଏନ ।