ETV Bharat / business

କୋରୋନା ମୁକାବିଲା; 15 ମାସରେ ଭାରତକୁ ମିଳିବ 160 ବିଲିୟନ ଡଲାର - କୋରୋନା ମୁକାବିଲା

କୋରୋନା ମହାମାରୀ ମୁକାବିଲା ପାଇଁ ଭାରତକୁ ଜରୁରୀକାଳୀନ ସହାୟତା 160 ବିଲିୟନ ଡଲାର ଦେବାକୁ ଯୋଜନା ରଖିଛି ବିଶ୍ବ ବ୍ୟାଙ୍କ। ଅଧିକ ଖବର ପଢନ୍ତୁ...

World Bank to roll out USD 160 billion
କୋରୋନା ମୁକାବିଲା; 15 ମାସରେ ଭାରକୁ ମିଳିବ 160 ବିଲିୟନ ଡଲାର
author img

By

Published : Apr 3, 2020, 9:27 AM IST

ନୂଆଦିଲ୍ଲୀ: ଆଗାମୀ 15 ମାସ ମଧ୍ୟରେ ବିଶ୍ବ ବ୍ୟାଙ୍କ କୋରୋନା ମହାମାରୀ ମୁକାବିଲା ପାଇଁ ଭାରତକୁ ଜରୁରୀକାଳୀନ ସହାୟତା 160 ବିଲିୟନ ଡଲାର ଦେବାକୁ ଯୋଜନା ରଖିଛି। ତେବେ ଏହା ପୂର୍ବରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଜରୁରୀକାଳୀନ ପାଣ୍ଠି 1 ବିଲିୟନ ଆମେରିକୀୟ ଡଲାର ଦେବାକୁ ଅନୁମୋଦନ କରିସାରିଛି।

ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ ୱାଶିଂଟନ୍ ଭିତ୍ତିକ ବିକାଶ ପ୍ରଦାନକାରୀ ବୋର୍ଡ ଫାଷ୍ଟ-ଟ୍ରାକ୍ ସଙ୍କଟ ପାଣ୍ଠିର ପ୍ରଥମ ପର୍ଯ୍ୟାୟରେ 25 ଟି ଦେଶରେ 1.9 ବିଲିୟନ ଡ଼ଲାର୍ ପ୍ରୋଜେକ୍ଟ ଯାଉଛି । ଏହାସହ ଆଗାମୀ ଦିନରେ ଅନ୍ୟ 40 ଟି ଦେଶରେ କାର୍ଯ୍ୟ କରାଯିବାକୁ ଯୋଜନା ରଖାଯାଇଛି।

ବିଶ୍ୱ ବ୍ୟାଙ୍କ ସଭାପତି ଡେଭିଡ୍ ମାଲପାସ୍ କହିଛନ୍ତି, “ଆମେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର କୋଭିଡ୍ 19 ମହାମାରୀର ଜବାବ ଦେବା ଏବଂ ଅର୍ଥନୀତିକ ଏବଂ ସାମାଜିକ ପୁନରୁଦ୍ଧାର ପାଇଁ ସମୟକୁ କମ୍ କରିବା ପାଇଁ କାର୍ଯ୍ୟ କରୁଛୁ।

କୋରୋନାର କୋପରେ ସବୁଠାରୁ ଗରିବ ତଥା ଅସୁରକ୍ଷିତ ଦେଶଗୁଡିକ ଅଧିକ ପ୍ରଭାବିତ ହେବେ । ସମଗ୍ର ବିଶ୍ୱରେ ଆମର ଦଳ ଦେଶ ତଥା ଆଞ୍ଚଳିକ ସମାଧାନ ଉପରେ ଧ୍ୟାନ ଦେଇ ରହିଛନ୍ତି। ଏକ ପ୍ରକାର ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ “ବିପର୍ଯ୍ୟୟ ଡ୍ରଡାଉନ୍” ବ୍ୟବହାର ସହିତ ବ୍ୟାଙ୍କ 1.7 ବିଲିୟନ ଡ଼ଲାରର ଅର୍ଥକୁ ପୁନଃ ନିୟୋଜିତ କରିବାକୁ କାର୍ଯ୍ୟ କରୁଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.