ନୂଆଦିଲ୍ଲୀ: ଅକ୍ଟୋବର ସୁଦ୍ଧା ଭାରତର ନିଜସ୍ବ ଘରୋଇ ପେମେଣ୍ଟ ପ୍ଲାର୍ଟଫର୍ମ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ(ୟୁପିଆଇ)ର କାରବାର ସଂଖ୍ୟା 100 କୋଟିରେ ପହଞ୍ଚିଛି । ଲଞ୍ଚର 3 ବର୍ଷ ଭିତରେ ୟୁପିଆଇ ଏତେ ବଡ ଉପଲବ୍ଧି ହାସଲ କରିପାରିଛି ।
ଏପରି ଭାବେ ୟୁପିଆଇ ଉପଭୋକ୍ତାଙ୍କ ସଂଖ୍ୟା ଏବେ 10 କୋଟି ପାରକରିଛି । ଏଥିସହ ଏହା ବିଶ୍ବର ଦ୍ରୁତ ଗ୍ରହଣୀୟ ପେମେଣ୍ଟ ସିଷ୍ଟମର ମାନ୍ୟତା ପାଇବାକୁ ସକ୍ଷମ ହୋଇଛି ।
ଏହି ଉପଲବ୍ଧିରେ ଖୁସି ଜାହିର କରି ୟୁପିଆଇ ପ୍ଲାଟଫର୍ମ ପରିଚାଳନା କରୁଥିବା ନ୍ୟାସନାଲ ପେମଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ଏହାକୁ ବିଶ୍ବ ସ୍ତରକୁ ନେବାକୁ ଇଚ୍ଛା ରଖିଛି । ଆଗକୁ ସିଙ୍ଗାପୁର ଓ ସଂଯୁକ୍ତ ରାଷ୍ଟ୍ର ଆରବରେ ଏହି ୟୁପିଆଇକୁ ଲାଗୁ ନେଇ ଲକ୍ଷ୍ୟ ରଖିଛି ।
ୟୁପିଆଇ ଜରିଆରେ ଗ୍ରାହକ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନନେଇ ବି ନିଜ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇପାରୁଛନ୍ତି । 2016ରେ ନୋଟବନ୍ଦୀ ପରେ ଏହା ଅଧିକ କାର୍ଯ୍ୟକାରୀ ହୋଥିଲା । ଇମେଲ ଭଳି ହ୍ୟାଣ୍ଡେଲ ଅଥବା କ୍ବିଆର କୋଡ ସ୍କାନ କରି ଏଥିରେ ଅର୍ଥ ପଠାଯାଇପାରିବ ।
କେବଳ ପେମେଣ୍ଟ ନୁହେଁ ଅନ୍ୟ ପ୍ଲାର୍ଟଫର୍ମରେ ମଧ୍ୟ ୟୁପିଆଇ ଦ୍ରୁତଗାମୀ ହୋଇପାରିଛି । ଯାହାକି ଭାରତର ପେମେଣ୍ଟ ପ୍ଲାର୍ଟଫର୍ମ ପାଇଁ ଏକ ବଡ ସଫଳତା ବୋଲି ରୂପେ ନେଟୱର୍କ ପରିଚାଳନା କରୁଥିବା ଏନପିସିଆଇ ସିଇଓ ଦିଲ୍ଲୀପ ଆସବେ କହିଛନ୍ତି ।
ଏନସିପିଆଇ ସ୍ମାର୍ଟଫୋନ ଜରିଆରେ ଡିଜିଟାଲ ପେମେଣ୍ଟକୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ୟୁପିଆଇର ପ୍ରଚଳନ କରିଥିଲା ।