ETV Bharat / business

U, V, W, L, Z କିମ୍ବା swoosh ? ଜାଣନ୍ତୁ ଅର୍ଥନୀତି ପୁନଃରୁଦ୍ଧାର ବିଭିନ୍ନ ଆକାର - ଅର୍ଥନୀତି ରିକୋଭରି

ଆଲ୍ଫାବେଟରେ ଆର୍ଥିକ ସୁଧାରର ଆକୃତି । U, V, W, L, Z କିମ୍ବା Swoosh , ଏସବୁ ସେହି ରିକୋଭରିର ନାଁ ଯାହା ଆର୍ଥିକ ଡାଟା କୁ ଗ୍ରାଫରେ ଦେଖାଯାଇଥାଏ । ଆଉ ଏହା ଦର୍ଶାଏ ଯେ ଦେଶ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ କେତେ ସମୟ ନେଇପାରେ...

U, V, W, L, Z or swoosh? Various shapes of economic recovery explained

author img

By

Published : Jul 14, 2020, 1:38 PM IST

ହାଇଦ୍ରାବାଦ : କୋରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ବରେ ଲାଗୁ ଲକଡାଉନ ଧୀରେ ଧୀରେ କୋହଳ ହେଉଛି । ଏଥିସହିତ ବର୍ତ୍ତମାନ କୋରୋନାର ପୂର୍ବବସ୍ଥାକୁ ଫେରିବାରେ ଅର୍ଥନୀତି କେଉଁ ପଥରେ ଯିବ ତାହା ଉପରେ ନଜର ରହିଛି ।

ଗତ ସପ୍ତାହରେ ଭାରତର ବ୍ୟୟ ସଚିବ ଟି ଭି ସୋମନାଥନ କହିଛନ୍ତି କି ଅର୍ଥନୀତି ପୁନଃରୁଦ୍ଧାର ନେଇ କେନ୍ଦ୍ର ସରକାର ଆଶାବାଦୀ ଅଛନ୍ତି । ଏବଂ ଭି-ଆକୃତିର ରିକୋଭରି ଆଶା କରୁଛନ୍ତି । ସେ କହିଛନ୍ତି କି ଏହି ବର୍ଷ V ର ନିମ୍ନ ଭାଗରେ ଏବଂ ପରବର୍ତ୍ତୀ ବର୍ଷ V ର ଉପର ଅଂଶ ହେବ ।

ଜୁନ ମାସରେ ହୋଇଥିବା ଏକ ଅନୁସନ୍ଧାନ ରିପୋର୍ଟରେ ବର୍ଣ୍ଣନା କରାଯାଇଛି କି, ଭାରତର ଆର୍ଥିକ ସୁଧାର ଆକୃତି 'V' ପରିବର୍ତ୍ତେ 'U' କିମ୍ବା 'W' ହେବାର ସମ୍ଭାବନା ଅଛି । କାରଣ କୋରୋନା ପ୍ରଭାବ ସେହି ଦେଶ ଉପରେ ଗଭୀର ଉପରେ ପଡିଛି, ଯାହା ପୂର୍ବରୁ ହିଁ ସଂଘର୍ଷ କରିଆସୁଛି ।

ଏଥିମଧ୍ୟରେ ବ୍ୟାଙ୍କ ଅଫ ଆମେରିକା , ଆମେରିକାକୁ ଚେତାବନୀ ଦେଇଛି କି ସମଗ୍ର ରାଷ୍ଟ୍ରରେ କୋରୋନା ସଂକ୍ରମଣ ଆରମ୍ଭରେ ଭି- ଆକାରରରୁ ଉଛୁଳି W-ଓ L ଆକାରର ଆର୍ଥିକ ମାନ୍ଦାବସ୍ଥାରେ ବଦଳୁଛି ।

କୋରୋନା ଭାଇରସ ମହାମାରୀ ବ୍ୟାପିବା ପରେ ଦୁନିଆରେ ମାନ୍ଦାବସ୍ଥା ଆଡକୁ ଗତି କରୁଛି । ଆର୍ଥିକ ସୁଧାର ପ୍ରକ୍ରିୟାର ସମ୍ଭାବ୍ୟ ଆକାର ବିଷୟରେ ଆଲୋଚନା ତୀବ୍ର ହୋଇଛି । ଅର୍ଥନୀତିଜ୍ଞମାନେ ସାଧାରଣତ U, V କିମ୍ବା W ଆକୃତିର ପୁନରୁଦ୍ଧାର ପରି ଶବ୍ଦ ବ୍ୟବହାର କରୁଛନ୍ତି । ଯାହା ଦେଶ ପୁନରୁଦ୍ଧାର ପାଇଁ ସମୟ ନେଇପାରେ ।

ସାଧାରଣତଃ ରିକୋଭରି 6 ଆକାରରେ ହୋଇଥାଏ । L, U, V, W, Z ଏବଂ Swoosh । ଏସବୁ ମୂଳତଃ ଆନୁମାନିକ ଆକାରରୁ ନିଜ ନାଁକୁ ନେଇଥାନ୍ତି । ଯେତେବେଳେ ଆର୍ଥିକ ତଥ୍ୟ ଗ୍ରାଫରେ ଦେଖାଯିବ । ସେବେ ପୁନରୁଦ୍ଧାର ବିଭିନ୍ନ ଆକାରଗୁଡିକ କ’ଣ ପ୍ରତିନିଧିତ୍ୱ କରେ ତାହା ଏଠାରେ ରହିଛି..

V - ଆକାର ରିକୋଭରି

V - ଆକାର ରିକୋଭରି
V - ଆକାର ରିକୋଭରି

ଭି ଆକୃତିର ପୁନରୁଦ୍ଧାର ମୌଳିକ ଭାବରେ ସୂଚାଇଥାଏ ଯେ ତୀବ୍ର ଅର୍ଥନୈତିକ ଅବନତିର ସମ୍ମୁଖୀନ ହେବା ପରେ ଅର୍ଥନୀତି ଶୀଘ୍ର ଏବଂ ଦୃଢତାରେ ପୁନରୁଦ୍ଧାର ହେବ । ଏକ ଭି-ଆକାର ରିକୋଭରିକୁ ମାନ୍ଦାବସ୍ଥା ସମୟରେ ସର୍ବୋତ୍ତମ ପରିସ୍ଥିତି ଭାବରେ ବିବେଚନା କରାଯାଏ । କାରଣ ଏହା ସୂଚାଇଥାଏ ଯେ ହ୍ରାସ ସାମୟିକ ଥିଲା ଏବଂ ଅର୍ଥବ୍ୟବସ୍ଥାକୁ କୌଣସି ସ୍ଥାୟୀ କ୍ଷତି ପହଞ୍ଚିନାହିଁ ।

U-ଆକାର ରିକୋଭରି

U-ଆକାର ରିକୋଭରି
U-ଆକାର ରିକୋଭରି

ଅର୍ଥନୈତିକ ପୁନରୁଦ୍ଧାରର ପରିପ୍ରେକ୍ଷୀରେ U-ଆକୃତିର ପୁନରୁଦ୍ଧାର ଏକ V-ଆକୃତି ସହିତ ସମାନ ।

କିନ୍ତୁ ଗତି ଅଧିକ ଧୀରେ ଧୀରେ ଏବଂ ଅଧିକ ସମୟ ଧାରଣ କରିଥାଏ | U- ଆକୃତିର ପୁନରୁଦ୍ଧାର ପରିସ୍ଥିତିରେ ଆର୍ଥିକ କ୍ଷତି ଅଧିକ ସମୟ ଧରି ରହିପାରେ ।

W-ଆକାର ରିକୋଭରି

W-ଆକାର ରିକୋଭରି
W-ଆକାର ରିକୋଭରି

W ଆକୃତିର ପୁନରୁଦ୍ଧାରକୁ ଡବଲ୍ ଡିପ୍ ମାନ୍ଦୀ ବା ଡବଲ୍ ଡିପ୍‌ ପୁନରୁଦ୍ଧାର ମଧ୍ୟ କୁହାଯାଏ । ଏହି ପରିପ୍ରେକ୍ଷୀରେ, ଅର୍ଥନୀତି ଏକ ମାନ୍ଦାବସ୍ଥାରେ ବୁଡ଼ିଯାଏ ଏବଂ ତା’ପରେ ପୁଣି ସୁସ୍ଥ ହୋଇଯାଏ । ପରେ ପୁଣି ଦ୍ବିତୀୟ ମାନ୍ଦାବସ୍ଥାକୁ ଖସି ପୂର୍ବ ଭଳି ଅଣ୍ଟା ସଳଖିଥାଏ । ଏହା ଏକ W ଭଳି ଡାଉନ୍-ଅପ୍, ଡାଉନ୍ ଅପ୍ ପାର୍ଟନ ଦେଖାଯାଉଥାଏ ।

L- ଆକାର ରିକୋଭରି

V - ଆକାର ରିକୋଭରି
V - ଆକାର ରିକୋଭରି

ଏହା ହେଉଛି ମାନ୍ଦାବସ୍ଥାର ସବୁଠାରୁ ଭୟଙ୍କର ରୂପ । କୌଣସି ପୁନରୁଦ୍ଧାର ନାହିଁ । ଏହି ପରିପ୍ରେକ୍ଷୀରେ ଦେଶ ଏକ ମଜବୁକ ଆର୍ଥିକ ଅବନତିର ଶିକାର ହୋଇଥାଏ । ଏହି ଆକାଳନରେ ବିକାଶ ଦର ଅନେକ ତ୍ରୟମାସ ଯାଏଁ ସୁଧୁରିବ ନାହିଁ ଏବଂ ଅର୍ଥବ୍ୟବସ୍ଥାକୁ ଲମ୍ବା ସମୟ ଧରି କ୍ଷତି ସଙ୍କେତ ଦେଇଥାଏ ।

Z-ଆକାରର ରିକୋଭରି

ପୁନରୁଦ୍ଧାରର Z- ଆକୃତି ହେଉଛି ସବୁଠାରୁ ଆଶାବାଦୀ ରୂପ । ଭି ଆକୃତିର ଅପେକ୍ଷା ଭଲ । ଏହି ପରିଦୃଶ୍ୟରେ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥାରେ ଗତି କରୁଛି । କିନ୍ତୁ ପରେ ପୁଣି ସଙ୍କଟ ପୂର୍ବ ସ୍ତରଠାରୁ ବି ପୁଣି ଅଧି ଉପରକୁ ଉଛୁଳିଥାଏ ।

Swoosh- ଆକାର ରିକୋଭରି

Swoosh ଆକାର ରିକୋଭରି Nike’s logo ଭଳି ଦେଖାଯାଇଥାଏ । ଏହି ରିକୋଭରିରେ ଏକ ତୀବ୍ର ହ୍ରାସ ପରେ ଏକ କ୍ଷୁଦ୍ର ଆଶିଂକ ଅଭିବୃଦ୍ଧି ଆସିଥାଏ । ପୁଣି ଏକ ଲମ୍ବା ଧୀମା ପୁନରୁଦ୍ଧାର ଆସିଥାଏ । ଏହା ଦର୍ଶାଏ ଯେ ଅର୍ଥନୀତି ଫେରି ଆସିବାକୁ ସମୟ ନେଉଛି ।

କଣ ଆର୍ଥିକ ସୁଧାର ବାସ୍ତବରେ ଆକୃତି ଓ ପାର୍ଟନର ପାଳନ କରିଥାଏ ?

ଇଟିଭି ଭାରତ ସହ କଥାବାର୍ତ୍ତା ସମୟରେ ପୂର୍ବତନ ଆର୍ଥିକ ସଚିବ ସୁବାଷ ଚନ୍ଦ ଗର୍ଗ କହିଛନ୍ତି କି, ‘‘ ବାସ୍ତିବିକ ଅର୍ଥବ୍ୟବସ୍ଥା, ବ୍ୟବଧାନ ପରେ , ଚାହିଦା ଓ ଯୋଗାଣର ଗତିଶୀଳତା ଆଧାରରେ ଠିକ ହୋଇଯାଇଥାଏ । U, V ଇତ୍ୟାଦି ଆକୃତି ବିଲୋପନର ଆରମ୍ଭ ଏବଂ ଶେଷ ପଏଣ୍ଟ ଦୃଷ୍ଟିରୁ ପୁନରୁଦ୍ଧାର ପଥ ବିଷୟରେ କେବଳ ଭିଜୁଆଲ୍ ବୁଝାମଣା ପ୍ରଦାନ କରେ

ଗର୍ଗ ଏହା ମଧ୍ୟ କହିଛନ୍ତି ଯେ, ପୁନରୁଦ୍ଧାରର ସଠିକ୍ ପଥ ପୂର୍ବାନୁମାନ କରିବା କଷ୍ଟକର, କିନ୍ତୁ ଯଦି ଗୁରୁତ୍ୱପୂର୍ଣ୍ଣ ନୀତିଗତ କାର୍ଯ୍ୟକୁ ବିଚାରକୁ ନିଆଯାଏ ତେବେ ଏହା ଅସମ୍ଭବ ନୁହେଁ। ଭାରତ କେଉଁ ପ୍ରକାରର ପୁନରୁଦ୍ଧାର ଦେଖିପାରେ , ଏହି ପ୍ରଶ୍ନର ଉତ୍ତରେ ଗର୍ଗ କହିଛନ୍ତି, ‘‘ମୁଁ ଆଶା କରୁଛି 2020-21 ମସିହାରେ ଭାରତୀୟ ଅର୍ଥବ୍ୟବସ୍ଥା ପ୍ରାୟ 10 ପ୍ରତିଶତ ହ୍ରାସ ପାଇବ ଏବଂ 2019-20 ଦୃଷ୍ଟିରୁ 2021-22 ରେ U ଆକୃତିର ପୁନରୁଦ୍ଧାର ଦେଖିବାକୁ ମିଳିପାରେ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.