ETV Bharat / business

ଟ୍ରେଡୱାର ଟକ୍କର: ଫସିଲା ଆମେରିକା, ଫାଇଦାରେ ଭାରତ - dispute

ଚୀନ ପଛରେ ଆମେରିକା । ଚୁପ ବସିନି ଚୀନ । ଇଟାର ଜବାବ ପଥରରେ ଦେଇଛି ଡ୍ରାଗନ । ଆଉ ଏହି ଜବାବ-ଉତ୍ତର ଭିତରେ ଫସିଚାଲିଛନ୍ତି ଆମେରିକୀୟ ଚାଷୀ । ହେଲେ ଏହା ଭାରତକୁ ଦେଇପାରେ ଫାଇଦା । ଖାସ କରି ଭାରତର ଶହ ଶହ ସୋୟାବିନ ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ ।

ପ୍ରତିକାତ୍ମକ ଫଟୋ
author img

By

Published : May 17, 2019, 12:43 PM IST

ନୂଆଦିଲ୍ଲୀ: ଯେସାକୁ ତେସା ପଥରେ ଆମେରିକା ଓ ଚୀନର ଟ୍ରେଡୱାର । ଇଟାର ଜବାବ ପଥରରେ ଦେଇଛି ଚୀନ । ଆମେରିକା ଉପରେ ଲଗାଇଛି 25 ପ୍ରତିଶତ ଆମଦାନୀ ଶୁଳ୍କ । ତେବେ ଏହି ଯୁଦ୍ଧ ବିଶ୍ବ ପ୍ରତି ବିପଦ ଆଣିପାରେ । ହେଲେ ଭାରତକୁ ମିଳିପାରେ ଫାଇଦା । ଖାସ କରି ଏହି ବାଣିଜ୍ୟିକ ଯୁଦ୍ଧ ଭାରତୀୟ ସୋୟାବିନ ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ

ଚୀନର 200 ଆରବ ଡଲାର ବସ୍ତୁ ଉପରେ 25 ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା । ଏହି ପ୍ରସଙ୍ଗରେ ଚୁପ ନ ରହି ଡ୍ରାଗନ ମଧ୍ୟ ଆମେରିକାକୁ ଦେଇଛି କଡା ଜବାବ । ତେବେ ଏହି ଛକାପଞ୍ଝା ଭିତରେ ଫସିଯାଇଛନ୍ତି ଆମରିକୀୟ ସୋୟାବିନ ଚାଷୀ । ଯଦି ଚୀନ ଚଢା ଦରରେ ଟିକସ ଆଦାୟ କରେ ତେବେ ସୋୟାବିନ ରପ୍ତାନୀ କରିବା ଆମେରିକା ପାଇଁ କଷ୍ଟକର ହେବ ।

ସେପଟେ ଭାରତରେ ଯେଉଁ ପରିମାଣରେ ସୋୟାବିନ ଉତ୍ପାଦନ ହେଉଛି ସେହି ହିସାବରେ ରପ୍ତାନୀ ହେଉନାହିଁ । ଚାଷୀଙ୍କୁ ସେମାନଙ୍କ ପାରିଶ୍ରମିକ ବି ମିଳୁନି । ଖର୍ଚ୍ଚ ତୁଳନାରେ ଆୟ ମଧ୍ୟ ବହୁତ କମ ରହିଛି । ଏପରି କ୍ଷେତ୍ରରେ ସୁଯୋଗର ଲାଭ ଉଠାଇ ଭାରତ ସୋୟାବିନ ରପ୍ତାନୀ ସମ୍ବନ୍ଧରେ ଚୀନ ସହ କଥାବାର୍ତ୍ତା ହେବା ନିହାତି ଦରକାର । ଯାହାର ସିଧା ସଳଖ ଫାଇଦା ଭାରତୀୟ ଚାଷୀଙ୍କୁ ମିଳିପାରିବ ।

Intro:Body:

fhjfh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.