ETV Bharat / business

ଅର୍ଥ ବ୍ୟବସ୍ଥା ସୁଧାରିବାକୁ ସରକାରଙ୍କୁ ଟିପ୍ସ ଦେଲେ ରାଜନ

ଦେଶରେ ହେଉଥିବା ଆର୍ଥିକ ଆଲୋଚନା ଓ ଚର୍ଚ୍ଚାକୁ ନ ଦବାଇ ତା ଉପରେ ବିଚାର କରିବା ଆବଶ୍ୟକ । ଏହା ଦ୍ବାରା ଅର୍ଥବ୍ୟବସ୍ଥାକୁ ଫାଇଦା ମିଳିବା ସହ ଅଭିବୃଦ୍ଧି ବଢିବ । ଲଣ୍ଡନର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏହା କହିଛନ୍ତି ।

author img

By

Published : Oct 24, 2019, 6:16 PM IST

ଫାଇଲ ଫଟୋ

ଲଣ୍ଡନ: ଭାରତର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାର ଅର୍ଥନୀତିଜ୍ଞ ଓ ବୁଦ୍ଧିଜୀବୀଙ୍କ ପରାମର୍ଶ ନେବା ଦରକାର । ଏଥିପାଇଁ ଦେଶରେ ହେଉଥିବା ଆର୍ଥିକ ଆଲୋଚନା ଓ ଚର୍ଚ୍ଚାକୁ ନ ଦବାଇ ତା ଉପରେ ବିଚାର କରିବା ଆବଶ୍ୟକ । ଫଳରେ ଅର୍ଥବ୍ୟବସ୍ଥାକୁ ଫାଇଦା ମିଳିବା ସହ ଅଭିବୃଦ୍ଧି ବଢିବ । ଲଣ୍ଡନର ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏହା କହିଛନ୍ତି ।

ରାଜନ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଅର୍ଥବ୍ୟବସ୍ଥା ଧିମେଇପଡିଛି । ଏପଟେ ବେକାରୀ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏଭଳି ସମସ୍ୟାର ସମାଧାନ ପାଇଁ ସରକାର ଭିନ୍ନ ପଦକ୍ଷେପ ନେଇ ବିଚାର କରିବା ଦରକାର ।

ଆଲୋଚନା ହେଲେ ତାହାକୁ ବନ୍ଦ କରିବା ଅର୍ଥ ଆପଣ ପ୍ରତିକ୍ରିୟା ଶୁଣୁନାହାନ୍ତି । ଆଉ ଯଦି ଆପଣ ଏପରି କରନ୍ତି ତେବେ ଉଚିତ ସମୟରେ ଆପଣ ସଠିକ ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ ବୋଲି ରାଜନ ରୋକଠୋକ କହିଛନ୍ତି ।

ଏଥିସହ ସେ କହିଛନ୍ତି ଯେ, ‘ ଆଲୋଚନାକୁ ଦବାଇବା ଦ୍ବାରା କେବଳ ପ୍ରଂଶସା ସାମ୍ନାକୁ ଆସେ । ସମସ୍ତଙ୍କ ପାଇଁ ଆଦର୍ଶ ହୋଇଯିବେ । ହେଲେ ଏଭଳି ଭାବନା ଦ୍ବାରା ବାସ୍ତବରେ ଯାହା ଏକ ସୁଦୃଢ ସରକାର ଭିତରେ ଦରକାର ତାହା ମିଳିବ ନାହିଁ । ’ କେବଳ ଏତିକି ନୁହେଁ ରାଜନ ତାଙ୍କ କାର୍ଯ୍ୟକାଳ ସମୟରେ ଉପୁଜିଥିବା ସମସ୍ୟାର ଉଦାହରଣ ଦେଇ ଟିପ୍ସ ଦେଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.