ETV Bharat / business

ବଜେଟ: ହଟିପାରେ MAT, ଉପକୃତ ହେବେ ଜନତା

ଆଉ କିଛି ସମୟ ପରେ ଉପସ୍ଥାନ ହେବାକୁ ଯାଉଛି ମୋଦି ସରକାର 2.0ର ପ୍ରଥମ ପୂର୍ଣ୍ଣଙ୍ଗ ବଜେଟ । ନିବେଶ ଠାରୁ ନିଯୁକ୍ତି ସମସ୍ତ କ୍ଷେତ୍ରରେ ସରକାର ପ୍ରାଧ୍ୟାନ୍ୟ ଦେଉଥିବାବେଳେ ବଜେଟ ଉପରେ ସଭିଙ୍କ ନଜର ରହିଛି ।

author img

By

Published : Jul 5, 2019, 10:35 AM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଶୁକ୍ରବାର ସଂସଦରେ ଆଗତ ହେବ ମୋଦି ସରକାରର ଦ୍ବିତୀୟ ଇନିଂସର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ । ବଜେଟ ଉପସ୍ଥାପନ କରିବେ ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ନିଯୁକ୍ତି ଠାରୁ ନିବେଶକ ପ୍ରତିଟି କ୍ଷେତ୍ର ଉପରେ ସରକାର ପ୍ରାଧାନ୍ୟ ଦେଇପାରନ୍ତି ।

ବଜେଟରେ ଆୟକର ଛାଡ ସୀମା ବୃଦ୍ଧି କରାଯିବା ସହ କମ୍ପାନୀର ଆର୍ଥିକ ବିକାଶ ପାଇଁ ନ୍ୟୁନତମ ବିକଳ୍ପ ଟ୍ୟାକ୍ସ(MAT)କୁ ବନ୍ଦ କରିବା ନେଇ ବିଶେଷଜ୍ଞ ମତ ଦେଇଛନ୍ତି । ବଜେଟରେ ଏହି ବଡ ଘୋଷଣା ହେଲେ ସାଧାରଣ ଲୋକେ ଏବଂ ମଧ୍ୟମ ବର୍ଗ ବିଶେଷ ଉପକୃତ ହେବେ । ଚଳିତ ଆର୍ଥିକ ବର୍ଷରେ ବଜେଟ ନେଇ ଅନ୍ୟାନ୍ୟ ହିତାଧିକାରୀଙ୍କ ବ୍ୟତୀତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥାମାନଙ୍କ ସହ ବିଚାରବିମର୍ଶ କରାଯାଇଛି । ଏପରିକି ସିଆଇଆଇ ଓ ଏଫଆଇସିସିଆଇଙ୍କ ସହିତ ମଧ୍ୟ ବଜେଟ ନେଇ ସରକାର ମତ ବିନିମୟ କରିଛନ୍ତି ।

ମ୍ୟାଟ(MAT) ଆୟକର ଟ୍ୟାକ୍ସ ଅଧିନିୟମରେ ଆସିଥାଏ । ଯେଉଁ କମ୍ପାନୀଗୁଡିକ ଅଧିକ ଲାଭବାନ ହୋଇଥାଏ ଏବଂ ନିଜ ସେୟାର ହୋଲ୍ଡରମାନଙ୍କୁ ମଧ୍ୟ ଲାଭାଂଶ ଦେଇଥାନ୍ତି କିନ୍ତୁ କର ଭରନ୍ତି ନାହିଁ । ସେଭଳି କମ୍ପାନୀମାନଙ୍କ ଉପରେ ମୁଖ୍ୟତଃ ମ୍ୟାଟ ଲାଗୁ କରାଯାଇଥାଏ ।

ମ୍ୟାଟ(MAT) ଲାଗୁ ହେବା ପରେ କମ୍ପାନୀଗୁଡିକୁ ସରକାରଙ୍କୁ ନିର୍ଦ୍ଦିଷ୍ଟ ଲାଭାଂଶ ଦେବାକୁ ପଡୁଥିଲା । ତେବେ ଦେଶର ସମସ୍ତ କମ୍ପାନୀ ସହ ବିଦେଶୀ କମ୍ପାନୀଗୁଡିକରେ ମଧ୍ୟ ମ୍ୟାଟ(MAT) ଲାଗୁ ରହିଛି ।

ତେବେ ସରକାରକୁ ଏକ ନିର୍ଦ୍ଦିଷ୍ଟ ଲାଭାଂଶ ଦିଆଯିବା ଫଳରେ ସିଧାସଳଖ ମାର୍କେଟରେ ଦାରଦାମ ବୃଦ୍ଧି ରହୁଥିଲା । ତେବେ ଏହାକୁ ହଟାଗଲେ ସାଧାରଣ ଲୋକେ ଲାଭାବାନ ହେବେ ବୋଲି ବିଶେଷଜ୍ଞ ଦଳ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.