ETV Bharat / business

ଅନ୍ୟ ଦେଶ ପାଇଁ ଭାରତ କବାଟ ବନ୍ଦ କଲେ ଫାଇଦା ମିଳିବ ନାହିଁ: ସୁବ୍ରମଣ୍ୟମ - shutting indias doors to other countries will not help CEA

MCCI ଦ୍ବାରା ଆୟୋଜିତ ଏକ ୱେବିନାରରେ ସୁବ୍ରମଣ୍ୟମ କହିଛନ୍ତି ଯେ, ‘‘ଭାରତକୁ ଅନ୍ୟ ଦେଶ ସହ ପ୍ରତିଯୋଗିତା କରିବାକୁ ହେବ । ଅନ୍ୟଠାରୁ ନିଜକୁ ଅଲଗା କରିବା ଦ୍ବାରା କିଛି ସାହାଯ୍ୟ ମିଳିବ ନାହିଁ । ’’

ଅନ୍ୟ ଦେଶ ପାଇଁ ଭାରତ କବାଟ ବନ୍ଦ କଲେ  ଫାଇଦା ମିଳିବ ନାହିଁ : ସୁବ୍ରମଣ୍ୟମ

author img

By

Published : Jun 24, 2020, 5:45 PM IST

କୋଲକତା: ଅନ୍ୟ ଦେଶର ବାଟ ବନ୍ଦ କରିବା ଦ୍ବାରା ଭାରତକୁ କୌଣସି ଫାଇଦା ମିଳିବ ନାହିଁ । ଭାରତ ଓ ଚୀନ ବିବାଦ ଏବଂ ଚୀନ ସାମଗ୍ରୀ ବହିଷ୍କାର ନେଇ ତେଜିଥିବା ବିରୋଧ ମଧ୍ୟରେ ଏଭଳି କହିଛନ୍ତି ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ ।

ସେ କହିଛନ୍ତି କି, ଆମଦାନୀ ଉପରେ ରୋକ ଲଗାଇବା ଓ ଘରୋଇ ଉତ୍ପାଦନ ଉପରେ ଜୋର ନୀତିର ଅନୁସରଣ ଭାରତ 1991 ପର୍ଯ୍ୟନ୍ତ କରିଛି । ଆଉ ଏହା ପରେ ଏଭଲି ମନୋଭାବକୁ ଗୁରୁତ୍ବ ଦିଆଯାଇନି ।

MCCI ଦ୍ବାରା ଆୟୋଜିତ ଏକ ୱେବିନାରରେ ସୁବ୍ରମଣ୍ୟମ କହିଛନ୍ତି କି, ‘‘ ଭାରତକୁ ଅନ୍ୟ ଦେଶ ସହ ପ୍ରତିଯୋଗିତା କରିବାକୁ ହେବ । ଏବଂ ଅନ୍ୟଠାରୁ ନିଜକୁ ଅଲଗା କରିବା ଦ୍ବାରା କିଛି ସାହାଯ୍ୟ ମିଳିବ ନାହିଁ । ’’

ଏଥିସହ ସେ ସ୍ପଷ୍ଟ କରିଛନ୍ତି କି, ଉପରୋକ୍ତ ସବୁ କଥା ପରେ ବି ଏଥିରେ କିଛି ବ୍ୟତିକ୍ରମ ଅଛି । ମୁଁ କହିବି ନାହିଁ କି ଦେଶ ସୀମାରେ ଯେଉଁମାନେ ସମସ୍ୟା ସୃଷ୍ଟି ସେମାନଙ୍କ ସହ କାରବାର ଜାରି ରଖିବା ଦରକାର ।

ମୁଖ୍ୟ ଆର୍ଥିକ ପରାମର୍ଶଦାତା ଏଭଳି ସମୟରେ ଏସବୁ କହିଛନ୍ତି ଯେବେ ଭାରତ ଓ ଚୀନ ସୀମାରେ ହିସାଂତ୍ମକ ସଂଘର୍ଷରେ 20 ଯବାନ ସହିଦ ହୋଇଛନ୍ତି । ଏ ନେଇ ଦେଶରେ ଚୀନ ବିରୋଧୀ ନିଆଁ ତେଜିବାରେ ଲାଗିଛି ।

ଏଥିସହ ସେ କହିଛନ୍ତି କି, ବର୍ତ୍ତମାନ ଅନିଶ୍ଚିତତା ମୁଖ୍ୟ ରୂପରେ ସ୍ବାସ୍ଥ୍ୟ କାରଣରୁ ରହିଛି । ଆଉ ଏହା ସମ୍ଭତଃ ସେତେବେଳେ ଦୂର ହେବ ଯେବେ କୋଭିଡ-19 ଚିକିତ୍ସା ପାଇ ଟୀକା ଉପଲବ୍ଧ ହୋଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.