ETV Bharat / business

ପଙ୍ଗୁ ଆର୍ଥିକ ଗତିବିଧି ! ଭାରତର ଜିଡିପି ଅନୁମାନ ଖସାଇଲା ଏସବିଆଇ

author img

By

Published : Jun 1, 2021, 8:46 PM IST

ଜିଡିପି ଆକଳନ ସଂଶୋଧନ କଲା ଏସବିଆଇ । କୋଭିଡ ପ୍ରଭାବରେ ଭାରତର ଅଭିବୃଦ୍ଧି ହାର ହ୍ରାସ ହେବ ପ୍ରକାଶ ହୋଇଛି ରିପୋର୍ଟ । ଅଧିକ ପଢନ୍ତୁ..

SBI slashes FY22 GDP growth estimate to 7.9pc

ମୁମ୍ବାଇ: କୋଭିଡ-19ର ଦ୍ବିତୀୟ ଲହର ଓ ଏହାକୁ ପ୍ରତିହିତ ପାଇଁ ଲାଗୁ ପ୍ରତିବନ୍ଧକ ପୁଣି ଆର୍ଥିକ ଗତିବିଧିକୁ କରିଦେଲା ପଙ୍ଗୁ । ଆଉ ଏହାର ସଙ୍କେତ ଭାରତୀୟ ଷ୍ଟେଟ ବ୍ୟାଙ୍କର ସଂଶୋଧିତ ବିକାଶ ଦୃଷ୍ଟିକୋଣରୁ ଜଣାପଡିଛି । ଏସବିଆଇ ଚଳିତ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ହ୍ରାସ କରିଛି ।

ସଦ୍ୟ ଏସବିଆଇ ଇକୋରାପ ରିପୋର୍ଟରେ ଭାରତର ମୋଟ ଘରୋଇ ଉତ୍ପାଦ ପାଇଁ 7.9 ପ୍ରତିଶତର ବୃଦ୍ଧି ଅନୁମାନ ଲଗାଇଛି । ଯାହାକି ପୂର୍ବ 10.4 ପ୍ରତିଶତ ବୃଦ୍ଧି ଅନୁମାନ ଠାରୁ କମ । ତେବେ ଏଥିରେ କୁହାଯାଇଛି କି ‘‘ ଆମେ ସରକାରୀ ଅନୁମାନ ଅନୁସାରେ ଜୁଲାଇ ମଧ୍ୟରୁ ପ୍ରତି ଦିନ 1 କୋଟି ଟୀକାକରଣ ଉତ୍କଟ ଆଶା ସହ ଏହି ସଂଖ୍ୟାକୁ ଉପର ଆଡକୁ ଅଗ୍ରଗତି ଆଶା ରଖିଛୁ ।

ଏଥିରେ ଆହୁରି ମଧ୍ୟ ନୋଟ କରାଯାଇଛି କି, ଏଥର ଅର୍ଥବ୍ୟବସ୍ଥା ଉପରେ ‘ଅସମାନ ଭାବେ ବଡ’ ପ୍ରଭାବ ପଡିବା ସମ୍ଭାବନା ରହିଛି । କାରଣ ଗ୍ରାମାଞ୍ଚଳ ସହର ଭଳି ନମନୀୟ ନୁହେଁ । ଚାହିଦାରେ ବୃଦ୍ଧି ଦ୍ବାରା ଆର୍ଥିକ ବର୍ଷ 22 ର ମୋଟ ଘରୋଇ ଉତ୍ପାଦନର ଅନୁମାନରେ ବଡ ପାର୍ଥକ୍ୟ ଆସିବା ସମ୍ଭାବନା ନାହିଁ । ଏଣୁ ଏହା କେବଳ ସାମାନ୍ୟ ପିକଅପ ହୋଇପାରେ ।

ସୋମବାର ଭାରତ ଏହାର ଅର୍ଥବ୍ୟବସ୍ଥାରେ 7.3 ପ୍ରତିଶତ ସଙ୍କୁଚନ ସୂଚନା ଦେଇଛି । ଏସବିଆଇ ଇକୋରାପରେ ଉଲ୍ଲେଖ କରାଯାଇଛି କି , ଅସ୍ଥାୟୀ ଆକଳନରେ ଆର୍ଥିକ ବର୍ଷ 2021 ପାଇଁ ବାସ୍ତବିକ ମୋଟ ଘରୋଇ ଉତ୍ପାଦକୁ ଦ୍ବିତୀୟ ଅଗ୍ରିମ ଅନୁମାନ ଅନୁସାରେ 134.09 ଲକ୍ଷ କୋଟି ଟଙ୍କାରୁ ସଂଶୋଧିତ କରି 135.13 ଲକ୍ଷ କୋଟି ଟଙ୍କା କରିଦିଆଯାଇଛି ।

ଏଭଳି ଭାବେ ଆର୍ଥିକ ବର୍ଷ 21 ପାଇଁ ବାସ୍ତବିକ ମୋଟ ଘରୋଇ ଉତ୍ପାଦର ବୃଦ୍ଧି -7.3 ପ୍ରତିଶତ ରେକର୍ଡ କରାଯାଇଛି । ଯାହା ପୂର୍ବର ଏସବିଆଇ ଅନୁମାନ -8.0 ପ୍ରତିଶତ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.