ନୂଆଦିଲ୍ଲୀ: 2019 ଅକ୍ଟୋବର 31। ଭାରତ ସେୟାର ବଜାରରେ ସେନସେକ୍ସ ପ୍ରଥମଥର 40,390 ପଏଣ୍ଟ ଛୁଇଁଥିଲା। ଯାହାକି ସର୍ବୋଚ୍ଚ ସ୍ତରରେ ପହଞ୍ଚି ସବୁ ରେକର୍ଡ ଭାଙ୍ଗିଥିଲା। ଏନେଇ ଔଦ୍ୟୋଗିକ ଜଗତରେ ଖୁସିର ଲହରୀ ଖେଳିଯାଇଥିଲା ବେଳେ ନିବେଶକଙ୍କ ଗୋଟିଏ ଦିନରେ କୋଟି କୋଟି କମେଇଥିଲେ । ସେପଟେ ଅର୍ଥବ୍ୟବସ୍ଥା ମଧ୍ୟ ସୁଦୃଢ ନେଇ ସଙ୍କେତ ମିଳୁଥିଲା । ଏସବୁକୁ ପରଖି ଗଣମାଧ୍ୟମରେ ବେଶ ଖବର ପ୍ରକାଶ କରିଛି । କିନ୍ତୁ ଏଥିମଧ୍ୟମରେ ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଖବର କେବଳ ରିପୋର୍ଟରେ ରହିଯାଇଥିଲା ।
2019 ଅକ୍ଟୋବର 30କୁ ଭାରତର ପ୍ରମୁଖ ଆର୍ଥିକ ସେବା ସମୂହରୁ ଗୋଟିଏ, ଜେଏମ ଫାଇନ୍ସିଆଲ ଭାରତ 13 ରାଜ୍ୟରେ ହୋଇଥିଲା ନିଜ ଗବେଷଣା ଆଧାରରେ ଏକ ରିପୋର୍ଟ ଜାରି କରିଥିଲା । ଏଥିରେ ଦର୍ଶାଯାଇଥିଲା ଯେ, ଦେଶରେ ଖାଦ୍ୟପଦାର୍ଥ ଦର ହ୍ରାସ ପାଉଥିବା ଯୋଗୁଁ କୃଷି ଆୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ଏହା ଦ୍ବାରା ଆଗାମୀ ଦିନରେ କୃଷକଙ୍କ ଆୟ ଦ୍ବିଗୁଣା କରିବା କଷ୍ଟକର ହୋଇପଡିବ। ଏହି ରିପୋର୍ଟ ଜାରି ହେବାର କିଛିଦିନ ପୂର୍ବରୁ ଜଣାପଡିଥିଲା କି, ଦେଶରେ ବିକ୍ରି ହେଉଥିବା ଉପଭୋକ୍ତା ବସ୍ତୁ (ଏଫଏମସିଜି)ର ବଜାର ସେପ୍ଟେମ୍ବରରେ ହ୍ରାସ ପାଇ 2 ପ୍ରତିଶତକୁ ଖସି ପଡିଛି। ଯାହାକି ଗ୍ରାମୀଣ ଭାରତରେ ଆୟତନ ବୃଦ୍ଧିର ଗୋଟିଏ ବର୍ଷ ପୂର୍ବରୁ ଏହା 16 ପ୍ରତିଶତ ରହିଥିଲା। ଗତ 7 ବର୍ଷରେ ପ୍ରଥମ ଥର ଏଫଏମସିଜିର ଗ୍ରାମୀଣ ବିକାଶ ଦର ସହରୀ ବିକାଶ ଠାରୁ କମିଛି।
ଏହି ଖବର ଦ୍ବୟକୁ ତଉଲେଇ ଦେଖିଲେ ମନେହୁଏ ଯେ, ଦେଶ ଗ୍ରାମୀଣ ଅର୍ଥନୀତିର ବର୍ତ୍ତମାନ ସ୍ଥିତିରେ ଗଭୀର ନୀତିଗତ ଅନ୍ତଦୃଷ୍ଟି ରହିଛି । ଏଥିସହ ସ୍ଥିତି ଅତ୍ୟନ୍ତ ଜଟିଳ ବୋଲି ଜଣାପଡୁଛି । ପ୍ରଥମ ଗ୍ରାମୀଣ ଆୟ ପ୍ରତି ସତର୍କ କରୁଥିବା ବେଳେ ଦ୍ବିତୀୟ ଦିଗ ବିଗୁଡିଥିବା ଗ୍ରାମୀଣ ଚାହିଦାର ପ୍ରତିଫଳିତ କରୁଛି । ଏହି ତଥ୍ୟକୁ ଦୃଷ୍ଟିକୁ ନେଲେ କହିବା ପ୍ରାସଙ୍ଗିକ କି, ଦେଶ ଅର୍ଥନୀତି ମାନ୍ଦାବସ୍ଥା ଭିତରେ ଗତି କରୁଛି । ଗତ 10 ବର୍ଷରେ ଦେଶରେ ଦୈନିକ ବ୍ରାଣ୍ଡେଡ ଜିନିଷର ଆବଶ୍ୟକତା ବହୁତ ପରିମାଣରେ ଗ୍ରାମୀଣ ଭାରତକୁ ପ୍ରଭାବିତ କରୁଛି । ଯେଉଁଥିରେ 80 କୋଟି ଜନସଂଖ୍ୟା ଓ ଦେଶର ଏଫଏମସିଜିର ମୋଟ ବିକ୍ରିର 36 ପ୍ରତିଶତ ଅଂଶ ରହିଛି । ଏହା ଗ୍ରାମୀଣ ଚାହିଦାର ମହତ୍ବ ଓ ଦେଶରେ ସମଗ୍ର ଆର୍ଥିକ ବିକାଶ ଏବଂ ଏହାର ଯୋଗଦାନକୁ ଦର୍ଶାଉଛି । ଏହି ସମ୍ବନ୍ଧରେ ଭାରତରେ ଗ୍ରାମୀଣ ବିକାଶର ଗତିଶୀଳତା ବୁଝିବା ଦରକାର । ଏଣୁ ଖସୁଥିବା ଗ୍ରାମୀଣ ବିକାଶର ଅନ୍ତର୍ନିହିତ କାରଣ ଓ ଆଗକୁ ବଢିବା ରାସ୍ତାକୁ ଖୋଜିବାକୁ ପଡିବ ।
କାହିଁକି ଖସୁଛି ଗ୍ରାମୀଣ ବିକାଶ ?
ଭାରତରେ ଗ୍ରାମୀଣ ଅଭିବୃଦ୍ଧି କମିବା ପଛରେ ବହୁତ କାରଣ ରହିଛି । ଆଉ ଏହି ସବୁ କାରଣ ଗୋଟିଏ ଅନ୍ୟ ସହ ଜଡିତ ରହିଛି । ସର୍ବପ୍ରଥମେ ଓ ସବୁଠୁ ମହତ୍ବପୂର୍ଣ୍ଣ କାରଣ ହେଉଛି, ବାସ୍ତବିକ ଗ୍ରାମୀଣ ଶ୍ରମ ବୃଦ୍ଧିରେ ହ୍ରାସ। ଏହା ବ୍ୟତୀତ ଗତବର୍ଷରେ ଗ୍ରାମୀଣ ଆୟରେ ଗତିହୀନତା ଆସିଛି ଓ ସେଠାରେ ନିଯୁକ୍ତିର ମଧ୍ୟ ଅଭାବ ରହିଛି। ଏଥିସହ ଅନିୟମିତ ବର୍ଷା ଓ ଜଳବାୟୁ ସ୍ଥିତିକୁ ଆହୁରି ଖରାପ କରିଦେଇଛି। ଯେଉଁଥିପାଇଁ ଗ୍ରାମୀଣ ଆୟ ଆହୁରି କମିଛି। ଆଉ ଆୟ ହ୍ରାସ ସାଧାରଣତଃ ଚାହିଦା ହ୍ରାସ ଓ କମ ଉପଭୋଗ ଯୋଗୁଁ ହୋଇଛି।
ସେହିପରି ଯୋଗାଣ ଦିଗକୁ ଯଦି ଦେଖିବା, ତେବେ ଗ୍ରାମୀଣ କ୍ଷେତ୍ରରେ ବେପାରୀ ଓ କୃଷକଙ୍କ ଦ୍ବାରା liquidity ହ୍ରାସ ସମାନ କରାଯାଉଛି । ଯଦିଓ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୀତିଗତ ଦର(ରେପୋରେଟ ଦର)କୁ ଲଗାତାର ଭାବେ କମାଯାଉଛି । ହେଲେ ଏହାର (ଶସ୍ତା ସୁଧହାର) ଫାଇଦା ବ୍ୟାଙ୍କ ଗ୍ରାହକଙ୍କୁ ଦେଉନାହିଁ । ଯେଉଁଥିପାଇଁ ବୃଦ୍ଧି ସମ୍ଭାବନା ଦୁର୍ବଳ ହେଉଛି । ଉଦାହରଣ ଭାବେ, ଦେଶରେ ବ୍ୟାଙ୍କ ଋଣରେ ବୃଦ୍ଧି 8.8 ପ୍ରତିଶତ ରହିଛି । ଯାହାକି 2 ବର୍ଷରେ ସର୍ବନିମ୍ନ ।
ସେହିପରି ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ(ଏନବିଏଫସି) ଗ୍ରାମୀଣ କ୍ଷେତ୍ର ଓ ଔନପଚାରିକ କ୍ଷେତ୍ରକୁ ଋଣ ଦେବା ପାଇଁ ସତର୍କ ରହୁଛି । ବିଶେଷ କରି ଭିତ୍ତିଭୂମି ଲିଜିଙ୍ଗ ଆଣ୍ଡ ଫାଇନ୍ସିଆଲ ସର୍ବିଶେଷ (IL&FS) ସବୁ ବର୍ବାଦ ହେବା ପରେ କୃଷକ କମ୍ପାନୀ ଓ ବ୍ୟପାରୀଙ୍କ ନଗଦ ପ୍ରବାହ ଉପରେ ଗଭୀର ପ୍ରଭାବ ପଡିଛି । ଏଥିଯୋଗୁଁ ଗ୍ରାମାଞ୍ଚଳରେ ଅଧିକ କ୍ଷତି ସହିବାକୁ ପଡୁଛି । ଯେତେବଳେ କି ସହରୀ ବଜାରରେ ବହୁ ସ୍ରୋତ ଦ୍ବାରା ଅଧିକ ପୁଞ୍ଜି ମିଳିପାରୁଛି । କିନ୍ତୁ ଗ୍ରାମୀଣ ବଜାରରେ ସେତିକି ପରିମାଣରେ ପୁଞ୍ଜି ପହଞ୍ଚିପାରୁନି । ଫଳରେ ଚାହିଦା କମିବା ବ୍ୟତିକ ଗ୍ରାମୀଣ ବଜାର ଉପରେ ଚାପ ଲାଗିରହୁଛି । ଏହାର ପରିଣାମ ସ୍ବରୁପ ଦେଶର ବିଗତ 7 ବର୍ଷରେ ପ୍ରଥମଥର ସହରୀ ବଜାର ତୁଳନାରେ ଗ୍ରାମୀଣ ବଜାରରେ ଧୀମା ବିସ୍ତାର ଓ ବିକାଶ ଦେଖିବାକୁ ମିଳୁଛି।
କିପରି ପୁଣି ବୃଦ୍ଧି ପାଇବ ଗ୍ରାମୀଣ ବିକାଶ?
ଗାଁ ବିକାଶ ମୁଦ୍ଦା ସାମ୍ନାକୁ ଆସିଛି, ତେବେ ନିଶ୍ଚିତ ରୂପରେ କୃଷି ସମ୍ବନ୍ଧିତ ସମସ୍ୟା ମୁଣ୍ଡ ଟେକିଛି। ଏଥିଯୋଗୁଁ କି, ଦେଶର 61 ପ୍ରତିଶତ ଜନସଂଖ୍ୟା ଗ୍ରାମୀଣ ହୋଇଥିବା ବେଳେ ଦେଶରେ ପାଖାପାଖୀ 50 ପ୍ରତିଶତ କାର୍ଯ୍ୟବଳ କୃଷି ଓ ସମ୍ବନ୍ଧିତ ଗତିବିଧି ଉପରେ ନିର୍ଭର କରିଥାଏ। ଏଥିଯୋଗୁଁ ଗ୍ରାମୀଣ ବିକାଶ ସମସ୍ୟାର ସମାଧାନ କୃଷି ସହ ଜଡିତ ବିଷୟକୁ ସମ୍ବୋଧିତ କରି ବାହାର କରାଯାଇପାରିବ। ଗ୍ରାମୀଣ ବିକାଶକୁ ପୁର୍ନଜୀବିତ କରିବା ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ଯୋଗାଣ ଓ ଚାହିଦା ସମସ୍ୟାକୁର ସମାଧାନ ଉପରେ ପ୍ରଥମେ ଧ୍ୟାନ ଦେବାକୁ ହେବ। ଆଉ ରହିଲା ଯୋଗାଣ କଥା, ଗ୍ରାମୀଣ କ୍ଷେତ୍ରରେ liquidity ସମସ୍ୟା ଦୀର କରିବା ସରକାରଙ୍କ ଦାୟିତ୍ବ। ଗ୍ରାମୀଣ ଭାରତର ବେପାର ଓ କୃଷି ଉଦ୍ଦେଶ୍ୟରେ ବ୍ୟାଙ୍କ ଯେପରି କମ ସୁଧରେ ଋଣ ଦେବ ସେଥିପାଇଁ ସୁନିଶ୍ଚିତ କରିବାକୁ ହେବ। ଏହା ଦ୍ବାରା ଯୋଗାଣ ଶୃଙ୍ଖଳାକୁ ପୁର୍ନଜୀବିତ ହୋଇପାରିବ।
ସେହିପରି ଚାହିଦା ବୃଦ୍ଧି ପାଇଁ ରୋଜଗାର ବଢିବାକୁ ହେବ । ଏଥିପାଇଁ ବିକାଶବାଦୀ ଅର୍ଥଶାସ୍ତ୍ରୀଙ୍କ ଦ୍ବାରା ଗ୍ରାମୀଣ କ୍ଷେତ୍ରରେ ସରକାରୀ ବ୍ୟୟକୁ ବଢାଇବା ପାଇଁ ଦିଆଯାଇଛି । ଯାହା ଫଳରେ ଗ୍ରାମୀଣ ଆୟ ବଢିବ ଏବଂ ଚାହିଦା ବଢିବ । ତେବେ ବଡ କଥା ଯେ, ସରକାରଙ୍କ ପିଏମ କିଶାନ, ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଯ୍ୟଭଳି ଆୟ ସହୟତା ଯୋଜନା ମାଧ୍ୟମରେ ପାଖାପାଖୀ 1.5 ଖବର ଟଙ୍କା ଖର୍ଚ୍ଚ କରାଯାଇଥିଲେ ବି, ଗ୍ରାମୀଣ ଅର୍ଥନୀତି ମାନ୍ଦା ଆଡକୁ ଗତି କରୁଛି । ଏଣୁ କେବଳ ସରକାରୀ ଖର୍ଚ୍ଚ ବଢାଇ ସମାଧାନ କରାଯାଇପାରିବ ନାହିଁ , ବରଂ ଏହି ସବୁ ତମାମ ଅସୁବିଧାର ସମାଧାନ ପାଇଁ ବହୁତ କିଛି ପ୍ରୟାସର ଆବଶ୍ୟକତା ରହିଛି । ଯେପରି ଏହା ଦୀର୍ଘକାଳୀନ ସମାଧାନ ହୋଇପାରିବ।
(ଡ. ମହେନ୍ଦ୍ର ବାବୁ କୁରୁୱା-ଲେଖକ, ସହାୟକ ପ୍ରଫେସର, ବ୍ୟବସାୟ ପ୍ରବନ୍ଧନ ବିଭାଗ, ଏହ.ଏନ.ବୀ ଗଢୱାଲ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଉତ୍ତରାଖଣ୍ଡ)