ETV Bharat / business

ପୁଣି ସୁଧହାର ଅପରିବର୍ତ୍ତିତ ରଖିଲା RBI - ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

କ୍ରମାଗତ ସପ୍ତମ ଥର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ସୁଧ ହାର ଅପରିବର୍ତ୍ତିତ ରଖିଛି । ଅଧିକ ପଢନ୍ତୁ...

ପୁଣି ସୁଧହାର ଅପରିବର୍ତ୍ତିତ ରଖିଲା RBI
ପୁଣି ସୁଧହାର ଅପରିବର୍ତ୍ତିତ ରଖିଲା RBI
author img

By

Published : Aug 6, 2021, 11:37 AM IST

ନୂଆଦିଲ୍ଲୀ: କ୍ରମାଗତ ସପ୍ତମ ଥର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ସୁଧ ହାର ଅପରିବର୍ତ୍ତିତ ରଖିଛି । ରେପୋ ରେଟ ୪ ପ୍ରତିଶତ ଓ ରିଜର୍ସ ରେପୋରେଟ ୩.୩୫ରେ ଅପରିବର୍ତ୍ତତ ରଖିଛି ଆରବିଆଇ । ଏହାକୁ ମିଶାଇ ଆଗରୁ ୬ଥର ସୁଧହାର ସ୍ଥିର ରଖାଯାଇଛି ।

କୋରୋନାର ଦ୍ୱିତୀୟ ଲହର ଯଦିଓ କ୍ରମଶଃ ଦୁର୍ବଳ ହେଉଛି ହେଲେ ତୃତୀୟ ଲହରର ଆଶଙ୍କା ରହିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ତୃତୀୟ ଲହର ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ଦେଶର ସର୍ବୋଚ୍ଚ ବ୍ୟାଙ୍କ ଏକ ଆବଶ୍ୟକତା ଅନୁଯାୟୀ ଏହି ନିଷ୍ପତ୍ତି ନେଇଛି । ସେ ଆହୁରି କହିଛନ୍ତି କୋରୋନାର ଦ୍ବିତୀୟ ଲହରରେ ଦେଶର ଅର୍ଥନୀତିରେ ସୁଧାର ଆସିଥିବାରୁ ଅଭିବୃଦ୍ଧିକୁ ପ୍ରାଥମିକତା ଦେବା ସହିତ ଅର୍ଥନୀତିରେ ଉପୁଜିଥିବା ସମ୍ୟାକୁ ଦୂର କରିବାକୁ ଏହି ପଦକ୍ଷେପ ନିଆଯାଇଛି ।

ଟୀକାକରଣ ପାଇଁ ଅର୍ଥନୈତିକ କାର୍ଯ୍ୟକଳାପ ଉପରକୁ ଉଠିଛି । ଅର୍ଥନୀତିରେ ଯୋଗାଣ ଓ ଚାହିଦାରେ ସନ୍ତୁଳନ ଏବଂ ମୁଦ୍ରାସ୍ଫୀତି ଚାପ କ୍ଷଣସ୍ଥାୟୀ ପୁନରୁଦ୍ଧାର ପାଇଁ ଅଧିକ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର । ଦ୍ବିତୀୟ ଲହର ଅବନତି ସହିତ ଇକୋନୋମି ସ୍ବାଭାବିକ ହୋଇଛି । ଜମା, ପୁଞ୍ଜି ବିନିଯୋଗ ବାହ୍ୟ ଚାହିତା ଭଲ ସ୍ଥିତିରେ ରହିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.