ETV Bharat / business

ଗରିବ କଲ୍ୟାଣ ରୋଜଗାର ଯୋଜନା, 5.5 ଲକ୍ଷଙ୍କୁ କାମ ଯୋଗାଇଲା ରେଳବାଇ - ରେଳ ମନ୍ତ୍ରଣାଳୟ

ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧୀନରେ 5.5 ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିଛି ଭାରତୀୟ ରେଳବାଇ । 6ଟି ରାଜ୍ୟରେ 2,988 କୋଟି ଟଙ୍କା ମୂଲ୍ୟର 165 ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଅଧିକ ପଢନ୍ତୁ...

ଗରିବ କଲ୍ୟାଣ ରୋଜଗାର ଯୋଜନା, 5.5 ଲକ୍ଷଙ୍କୁ କାମ ଯୋଗାଇଲା ରେଳବାଇ

author img

By

Published : Aug 16, 2020, 10:47 PM IST

ନୂଆଦିଲ୍ଲୀ: ଦେଶର 6ଟି ରାଜ୍ୟରେ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅଧୀନରେ 5.5 ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିଛି ଭାରତୀୟ ରେଳବାଇ । ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି 6ଟି ରାଜ୍ୟ ମଧ୍ୟରେ ବିହାର, ଝଡଖଣ୍ଡ, ମଧ୍ୟପ୍ରଦେଶ, ଓଡିଶା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ସାମିଲ ରହିଛନ୍ତି । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏହି ପ୍ରକଳ୍ପଗୁଡିକରେ ଅଗ୍ରଗତି ଏବଂ ଯୋଜନା ଅନ୍ତର୍ଗତ ଏହି ରାଜ୍ୟଗୁଡିକର ପ୍ରବାସୀ ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ ସୁଯୋଗ ସୃଷ୍ଟି ଉପରେ ସମସ୍ତ ଦାୟିତ୍ବର ତଦାରଖ କରୁଛନ୍ତି ।

ଏହି ରାଜ୍ୟଗୁଡିକରେ 2,988 କୋଟି ଟଙ୍କା ମୂଲ୍ୟର 165 ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଅଗଷ୍ଟ 14 ସୁଦ୍ଧା 11,296 କର୍ମଚାରୀ ଗରିବ କଲ୍ୟାଣ ରୋଜଗାର ଯୋଜନାରେ ନିଯୁକ୍ତି ପାଇଥିବା ବେଳେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପଗୁଡିକ ପାଇଁ କଣ୍ଟ୍ରାକ୍ଟରମାନଙ୍କୁ 1336.84 କୋଟି ଟଙ୍କା ପ୍ରଦାନ କରାଯାଇଛି। ଯେଉଁ ପ୍ରବାସୀ ଶ୍ରମିକମାନେ ପ୍ରକଳ୍ପରେ ନିୟୋଜିତ ଅଛନ୍ତି ସେମାନଙ୍କୁ ଠିକ ସମୟରେ ଦେୟ ପ୍ରଦାନ କରାଯିବା ନିଶ୍ଚିତ କରିବାକୁ ଗୋୟଲ ଉଭୟ ଜିଲ୍ଲା ତଥା ରାଜ୍ୟ ସ୍ତରରେ ନିଯୁକ୍ତ ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.