ETV Bharat / business

କୋଭିଡ ପରେ 90 % ବଢିଛି ଆୟୁର୍ବେଦ ଅର୍ଥନୀତି: ହର୍ଷବର୍ଦ୍ଧନ

author img

By

Published : Feb 19, 2021, 9:38 PM IST

ଆୟୁର୍ବେଦକୁ ବୈଶ୍ବିକ ସ୍ତରରେ ଗ୍ରହଣ କରିଯାଇଛି । ସ୍ବାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଲାଭପ୍ରଦ । ଏଣୁ ଆୟୁର୍ବେଦ ଅର୍ଥନୀତି 90 ପ୍ରତିଶତ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

କୋଭିଡ ପରେ 90 % ବଢିଛି ଆୟୁର୍ବେଦ ଅର୍ଥନୀତି: ହର୍ଷବର୍ଦ୍ଧନ
କୋଭିଡ ପରେ 90 % ବଢିଛି ଆୟୁର୍ବେଦ ଅର୍ଥନୀତି: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ପରେ ଆୟୁର୍ବେଦ ଅର୍ଥବ୍ୟବସ୍ଥାରେ 90 ପ୍ରତିଶତ ଯାଏଁ ବୃଦ୍ଧି ହୋଇଛି । ଏହାର କାରଣ ଆୟୁର୍ବେଦକୁ ବୈଶ୍ବିକ ସ୍ତରରେ ଗ୍ରହଣ କରିଯାଇଛି । ଏ ନେଇ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।

ଏହି କ୍ଷେତ୍ରରେ ରପ୍ତାନୀ ସହ ନିବେଶରେ ଭାରୀ ବୃଦ୍ଧି ହୋଇଛି । ସରକାରୀ ତଥ୍ୟ ଅନୁସାରେ ଆୟୁର୍ବେଦ ଉତ୍ପାଦର ବଜାର 30,000 କୋଟି ଟଙ୍କାର ରହିଛି । ଯେଉଁଥିରେ ଦୁଇ ଅଙ୍କ 15 ରୁ 20 ପ୍ରତିଶତ ବାର୍ଷିକ ବୃଦ୍ଧି ହେଉଛି । ସେ କହିଛନ୍ତି ଯେ, ‘‘ ଏହି ସଂଖ୍ୟା ପୂର୍ବ କୋଭିଡ ସମୟର । କୋଭିଡ ପରେ ଆୟୁର୍ବେଦ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ବୃଦ୍ଧି ହୋଇ 50ରୁ 90 ପ୍ରତିଶତରେ ପହଞ୍ଚିଛି । ଯେତେବେଳେ କି ଏହା ପୂର୍ବରୁ 15 ରୁ 20 ପ୍ରତିଶତ ହେଉଥିଲା । ’’ ତେବେ ଏହି ରିପୋର୍ଟ ଦର୍ଶାଉଛି କି ଭାରତ ଓ ବିଶ୍ବର ଲୋକ ଆୟୁର୍ବେଦକୁ ଗ୍ରହଣ କରିଛନ୍ତି । ସେହିଭଳି ରପ୍ତାନୀ ଓ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ଦୃଷ୍ଟିରୁ ମଧ୍ୟ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ହୋଇଛି ।

କୋଭିଡ-19 କାଳରେ ଆୟୁଷ ମନ୍ତ୍ରାଳୟ 140 ସ୍ଥାନରେ 109 ପ୍ରକାରର ଅଧ୍ୟୟନ କରିଥିଲା । ଆଉ ଯେବେ ଏହାର ପରିଣାମ ଆସିଥିଲା , ତାହା ଅତ୍ୟନ୍ତ ଉତ୍ସାହଜନକ ଓ ସକରାତ୍ମକ ଥିଲା । ଆୟୁର୍ବେଦ ଲୋକଙ୍କୁ ସୁସ୍ଥ ରଖିବା ପାଇଁ କୌଣସି ପ୍ରମାଣ ପତ୍ରର ଆବଶ୍ୟକ କରୁନି । ଯଦି ଟେକନିକ ରୂପରେ ଏହାର ଅଧ୍ୟୟନ କରିବା ତେବେ ଭାରତ ପାଖରେ ଏହାର ବଡ କ୍ଷମତା ରହିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

‘ଇଏନଟି’ (କାନ, ନାକ, ଗଳା)ରେ ବିଶେଷଜ୍ଞତା ସହ ଏମବିବିଏସ ଓ ଏମଏସ , ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯଦିଓ ମୁଁ ଆଧୁନିକ ଚିକିତ୍ସା ପଦ୍ଧତିର ଅଭ୍ୟାସ କରିଛି , କିନ୍ତୁ ଆୟୁର୍ବେଦର ଅଧ୍ୟୟନ କରିବା ପରେ, ମୁଁ ନିଷ୍କର୍ଷରେ ପହଞ୍ଚିଛି କି ଏହା ସମସ୍ତଙ୍କ ପାଇଁ ଲାଭପ୍ରଦ । ’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.