ETV Bharat / business

ଭାରତ- ଆମେରିକା ସମ୍ମିଳନୀକୁ ସମ୍ବୋଧନ କରିବେ ପମ୍ପିଓ, ସୀତାରମଣ ଓ ଜୟଶଙ୍କର - US India Business Council

ଭାରତ ଓ ଆମେରିକାର ସୁଦୃଢ ଭବିଷ୍ୟ ଗଠନ ଦିଗରେ ଆସନ୍ତା ସପ୍ତାହରେ ହେବାକୁ ଯାଉଛି ‘ଇଣ୍ଡିଆ ଆଇଡିଆ ସମ୍ମିଳନୀ’ । ଏହି ଭର୍ଚୁଆଲ ସମ୍ମିଳନୀର ସମ୍ବୋଧନ କରିବେ ପମ୍ପିଓ, ସୀତାରମଣ ଓ ଜୟଶଙ୍କର । ଅଧିକ ପଢନ୍ତୁ..

USIBC
USIBC
author img

By

Published : Jul 14, 2020, 7:07 PM IST

ୱାଶିଂଟନ: ଆସନ୍ତା ସପ୍ତାହରେ ଭାରତ ଓ ଆମେରିକାର ବଡ ବଡ ଉଦ୍ୟୋଗତି ଓ ଆର୍ଥିକ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏକ ବୃହତ୍ତ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏହାକୁ ଆମେରିକାର ବ‌ୈଦେଶିକ ସଚିବ ମାଇକ୍ ପମ୍ପିଓ , ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ବୋଧନ କରିବେ ।

କୋଭିଡ1-9 ପ୍ରଭାବ ଓ ଚୀନ୍‌ର ଆକ୍ରମଣାତ୍ମକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏହି ଭର୍ଚୁଆଲ ସମ୍ମିଳନୀ ହେଉଛି । ଏଥିରେ ଉଭୟ ଦେଶ ଏବଂ ବିଶ୍ୱ ପାଇଁ ଏକ ଉତ୍ତମ ଭବିଷ୍ୟତ ଉପରେ ଆଲୋଚନା ହେବ।

ଆମେରିକା ଓ ଭାରତ ବ୍ୟବସାୟ ପରିଷଦ (USIBC) ଦ୍ବାରା ଆୟୋଜିତ କରାଯାଉଥିବା ଏହି ସମ୍ମିଳନୀ ଜୁଲାଇ 21 ଓ 22 , ଦୁଇଦିନ ଧରି ଚାଲିବ ।

USIBC ସଭାପତି ନିଶା ଦେଶାୟୀ ବିଶୱାଳ (Nisha Desai Biswal) ଏକ ସାକ୍ଷାତକାରରେ କହିଛନ୍ତି କି, ଏ ବର୍ଷର ସମ୍ମିଳନୀରେ ବିଷୟ ବା ଥିମ ରହିଛି ‘ଉତ୍ତମ ଭବିଷ୍ୟତ ଗଠନ’ । ଏହା ଉପରେ ଧ୍ୟାନ ଦିଆଯିବ । ଆମେ ଆମେରିକା-ଭାରତ କରିଡର ପାଇଁ ଦୃଢତା ସହ ପ୍ରତିବଦ୍ଧ । ଏହା ଦ୍ବାରା ଏକ ଉତ୍ତମ ଭବିଷ୍ୟତ ତିଆରି ହେବ ।

ବିଶୱାଳ କହିଛନ୍ତି କି, ଭାରତ ଓ ଆମେରିକା ସେମାନଙ୍କ ଉଦ୍ୟୋଗ ସହ ମିଶି କାମ କରୁଛନ୍ତି । 2 ଦେଶ ମିଶି କାମ କରିବା ଦ୍ବାରା କେବଳ ଏହି ଦେଶ ଓ ଏଠାକାକାର ବାସିନ୍ଦାଙ୍କ ଭବିଷ୍ୟତ ସୁଦୃଢ ହେବନି । ବରଂ ସମଗ୍ର ଦୁନିଆର ପାଇଁ ଉତ୍ତମ ଭବିଷ୍ୟତ ଗଠନ କରିବା ଦିଗରେ ସହାୟକ ହେବ । ଏ ବର୍ଷ ହେବାକୁ ଯାଉଥିବା ‘ଇଣ୍ଡିଆ ଆଇଡିଆ ସମ୍ମିଳନୀ’ରେ ଆମେ ଏହି ବିଷୟ ଉପରେ ଫୋକସ କରିଛୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.