ETV Bharat / business

ଭାଙ୍ଗିବ ପାକିସ୍ତାନ ଆର୍ଥିକ ମେରୁଦଣ୍ଡ ! - economic

ପାକ୍‌ରେ ମୁଦ୍ରାସ୍ପୀତି ହାର ଗତ 5 ବର୍ଷ ମଧ୍ୟରେ ସର୍ବକାଳାନ ବୃଦ୍ଧି ପାଇଁ 9.41ରେ ପହଞ୍ଚିଛି । ଏପଟେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକ ସଂଖ୍ୟା 40 ଲକ୍ଷ ଟପିଲାଣି।

ପ୍ରତିକାତ୍ମକ ଫଟୋ
author img

By

Published : Apr 3, 2019, 7:55 PM IST

ନୂଆଦିଲ୍ଲୀ: ଭାରତ ଆର୍ଥିକ ଷ୍ଟ୍ରାଇକରେ ପାକିସ୍ତାନ କାରବାର ଟଳମଳ । ବଢିଚାଲିଛି ଦର ବୃଦ୍ଧି । ବିଶ୍ବର ବୃହତ୍ତମ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଭେନଜୁଆଲା ଭଳି ହେବାକୁ ଯାଉଛି ପାକିସ୍ତାନ ସ୍ଥିତି । ଏପରିକି ପାକିସ୍ତାନରେ ମୁଦ୍ରାସ୍ପୀତି ଯେଉଁ ହାରରେ ବଢୁଛି ଗରିବୀମଧ୍ୟ ସେହି ପରିମାଣରେ ବୃଦ୍ଧି ପାଇଚାଲିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ବାଟବଣା ହୋଇ ଚିନ୍ତାରେ ପଡିଛନ୍ତି ପାକ ପ୍ରଧାନମନ୍ତ୍ରୀ ଇମରାନ ଖାନ।

ପ୍ରକାଶ ଥାଉ ଯେ, ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ସମସ୍ତ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଦେଇଛି । ଖାଲିସେତିକି ନୁହେଁ ପାକିସ୍ତାନରୁ ଆସୁଥିବା ସାମଗ୍ରୀରଆମଦାନୀ ଶୁକ୍ଲ ମଧ୍ୟ ବୃଦ୍ଧି ପାଇଛି । ଫଳରେ ପାକ ବଜାରରେ ମହଙ୍ଗା ନିଆଁ ବ୍ୟାପିଲାଗିଛି । ଏହି ନିଆଁ ଏତେ ମାଡିଛି ଯେ, ଦେଶ ଅର୍ଥନୀତିର ମେରୁଦଣ୍ଡଏବେ ଭାଙ୍ଗିବା ଉପରେ ।

ଗତ ମାସରେ ପାକ୍‌ରେ ମୁଦ୍ରାସ୍ପୀତି ହାର 9.41ରେ ପହଞ୍ଚିଥିଲା । ଯାହାକି 5 ବର୍ଷରସର୍ବୋଚ୍ଚ ରେକର୍ଡ କରିଛି । ସେହିପରି ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଲୋକ ସଂଖ୍ୟା ଅଧିକ 40 ଲକ୍ଷ ଟପିଲାଣି ।

ଫେବୃଆରୀରେ ମୁଦ୍ରାସ୍ପୀତି 8.21 ପ୍ରତିଶତ ରହିଥିବା ବେଳେ ମାତ୍ର ଗୋଟିଏ ମାସରେ ଏହା 1.20 ପ୍ରତିଶତ ବଢିଛି । ଯାହାକି 2014 ଏପ୍ରିଲ ଠାରୁ ସର୍ବୋଚ୍ଚ । ଇନ୍ଧନ ଓ ଖାଦ୍ୟସାମଗ୍ରୀ ଦର ବଢୁଥିବାରୁ ମୁଦ୍ରାସ୍ପୀତି ବଢୁଛି ।

ଶୁକ୍ରବାର ପାକିସ୍ତାନ ସେୟାର ବଜାର 50 ବେସିସ୍‌ ପଏଣ୍ଟ ବଢି 10.75 ପ୍ରତିଶତରେ ପହଞ୍ଚିଛି । ସେହିପରି ପେଟ୍ରୋଲ ଲିଟର ପାଛା 98 ଟଙ୍କା ଓ ଡିଜେଲ 117 ଟଙ୍କା ରହିଛି। ଯଦି ଏପରି ଧାରା ଲାଗି ରହେ ତେବେ ପାକ ଅର୍ଥନୀତି ଭୁଶୁଡିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ନେତା ମନ୍ତ୍ରୀ ହେଇ ଯାଆନ୍ତୁ ଖୁସି ,ହେଲେ ଦେଶ ଯାଉଛି ଭାସି : ଓଡିଶା ଇଣ୍ଟର ନେସନାଲ ସେଣ୍ଟର ।

ଏପ୍ରିଲ 1 ତାରିଖ ଉତ୍କଳ ଦିବସ ଠାରୁ ଅକ୍ତେବର 2 ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଦେଶ ର 29 ଟି ରାଜ୍ୟ ରେ 100 ଟି ସହର ରେ ରେ ଓଡିଶା ଇଣ୍ଟର ନେସନାଲ ସେଣ୍ଟର 
ପ୍ରେସମିଟ ଜରିଆରେ ସରକାରଙ୍କ ପାଖରେ ପହଞ୍ଚିବ ବୋଲି କହିଥିବା ବେଳେ ଆଜି ଭୁବନେଶ୍ୱର ଗାନ୍ଧୀ ପାର୍କ ଠାରୁ ନିଜର ଅଭିଯାନ ଆରମ୍ଭ କରିଛି  ଓଡିଶା ଇଣ୍ଟର ନେସନାଲ ସେଣ୍ଟର।
 ଦେଶ ଉତ୍କଟ ଆର୍ଥିକ ସମସ୍ୟା ,ସାମାଜିକ ଦୁର୍ଗତି ତଥା ସଂସ୍କୃତିକ ଅବମୂଲ୍ୟୟନ ହାଉଛି। ତେଲିଆ ମୁଣ୍ଡ ରେ ତେଲ ଢାଳିଲା ଭଳି ଦେଶ ରେ  ଧନୀ ଆହୁରୀ ଧନୀ ଓ ଗରିବ ଆହୁରି ଗରିବ ହେବା ରେ ଲାଗୁଛି। ଅନ୍ୟ ପଟେ ବିପିଏଲ ଧାରୀ ମାନଙ୍କ ଘର ସମୁଖ ବିପିଏଲ ବୋଲି ଏକ ବୋର୍ଡ଼ ଲଗାଯାଉ । ଅନେକ ଅନୁସୂଚିତ ଜାତି ଓ ଜନ ଜାତି  ଲୋକ  ଅଛନ୍ତି ଯୋଉ ମାନଙ୍କ  ଆଥିକ ଅବସ୍ଥା ସମ୍ପୂର୍ଣ୍ଣ ସୁଧାରୀ ସରିଛି ସେମାନଙ୍କୁ ସନଗ୍ରକ୍ଷଣ ରୁ ବାଦ କରାଯାଉ । ଏଭଳି କିଭି ଦାବି କୁ ନେଇ ଓଡିଶା ଇଣ୍ଟର ନେସନାଲ ସେଣ୍ଟର ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଯେଉଁ ବି ସରକାର ଆସୁ ଲେକ ଙ୍କ ଉପରୁ ଋଣ ଭାର କାମ କରୁ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.