ETV Bharat / business

ଅର୍ଥନୀତିରେ ଓଡିଶା ଗ୍ରାମୀଣ ମହିଳାଙ୍କ ଅବଦାନ - odisha rural women

କୃଷି ଓ ଗ୍ରାମୀଣ ବିକାଶ, ଖାଦ୍ୟ ସୁରକ୍ଷା ସ୍ଥିତି, ଅର୍ଥବ୍ୟବସ୍ଥା ଆଦି କ୍ଷେତ୍ରରେ ମହିଳାଙ୍କ ଅତୁଳନୀୟ ଯୋଗଦାନକୁ ମାନ୍ୟତା ଦେବା ଲକ୍ଷ୍ୟରେ ଆଜି ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ । ଏହି ଧାରାରେ ଓଡିଶାର ଗାଉଁଲି ମହିଳାଙ୍କ ଭୂମିକା ମଧ୍ୟ କିଛି କମ ନୁହେଁ ।

ଫାଇଲ ଫଟୋ
author img

By

Published : Oct 15, 2019, 3:57 PM IST

ହାଇଦ୍ରାବାଦ: ପାଠ ହେଉ କି ସାଠ, ରାଜନୀତି ହେଉ ଅବା ବ୍ୟବସାୟ ସବୁ କ୍ଷେତ୍ରରେ ପାରଙ୍ଗମ ମହିଳା । ଘରର ଚାରିକାନ୍ଥ ବାହାରକୁ ଆସି ନିଜକୁ ସ୍ବାବଲମ୍ବୀ କରିବା ସହ ସମାଜରେ ଏକ ଗୁରୁତ୍ବପୂର୍ଣ୍ଣ ନେତୃତ୍ବ ନେଇ ନିଜର ଅନ୍ତର୍ନିହିତ ଶକ୍ତିକୁ ପ୍ରମାଣିତ କରିଛନ୍ତି ମହିଳା । ଏହି ରେସରେ କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମହିଳା ମଧ୍ୟ ଘର ଓ ବାହାର କାମରେ ସନ୍ତୁଳନ ରଖି ସୃଷ୍ଟି କରିଛନ୍ତି ଏକ ସ୍ବତନ୍ତ୍ର ସ୍ଥାନ ।

ଓଡିଶା ଏକ ଗ୍ରାମବହୁଳ ରାଜ୍ୟ । ଭୌଗଳିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଓଡିଶା 9ମ ବୃହତ୍ତ ଗ୍ରାମାଞ୍ଚଳ ରାଜ୍ୟ । କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି ଭଳି ଆଦିବାସୀ ବହୁଳ ଇଲାକା ହେଉ ଅବା ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଆଦି ଜିଲ୍ଲା । ଏଠାରେ ଭରିରହିଥିବା ଗ୍ରାମାଞ୍ଚଳର ମହିଳା ଯୁଗପଯୋଗୀ ହୋଇ ଆର୍ଥିକ କ୍ଷେତ୍ରରେ ବଡ ଯୋଗଦାନ ରଖୁଛନ୍ତି । ନିଜେ ସ୍ବାବଲମ୍ଭୀ ହେବା ସହ ପରିବାର ପ୍ରତିପୋଷଣାରେ ସହଯୋଗ କରନ୍ତି ।

ଘରର ପୁରୁଷ କାହିଁକି ମହିଳା ବି ପରିବାର ପୋଷିପାରିବ । ଏହା କେବଳ ସହରରେ ସମୀତ ନୁହେଁ ବରଂ ଆଜିକା ସମୟରେ ଗ୍ରାମାଞ୍ଚଳରେ ମଧ୍ୟ ମହିଳାମାନେ ସବୁ କ୍ଷେତ୍ରରେ ଆଗକୁ ବଢୁଛନ୍ତି । ଯଦିଓ ଏମାନେ ଏତେଟା ଶିକ୍ଷିତ ହେଇନଥାନ୍ତି , ତଥାପି ନିଜର ଦକ୍ଷ, କୁଶଳ ଓ ପ୍ରତିଭାକୁ ପ୍ରୟୋଗ କରି ରୋଜଗାରର ପନ୍ଥା ବାହାର କରନ୍ତି । ଏଥିପାଇଁ ବହୁ ସ୍ବଂୟ ସହାୟକ ଗୋଷ୍ଠୀ ତିଆରି ହୋଇଛି । ସରକାରଙ୍କ ପକ୍ଷରୁ ମଧ୍ୟ ଏମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯାଉଛି । ବ୍ୟାଙ୍କରୁ ଋଣ ଆଣି ଏମାନେ ନିଜ ବ୍ୟବସାୟକୁ ସମ୍ପ୍ରସାରିତ କରିଥାନ୍ତି । ଏଥିରୁ ଯାହା ଲାଭ ହୁଏ ସେଥିରେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଘରର ମଧ୍ୟ ହାନୀଲାଭ ବୁଝିଥାନ୍ତି ।

କେବଳ କୃଷି କିମ୍ବା ପଶୁପାଳନ ନୁହେଁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ , ପୋଷାକ, ଘରକରଣା ଜିନିଷ ଆଦି ତିଆରି କରି ବଜାରରେ ଏମାନେ ବିକ୍ରି କରନ୍ତି । ଦେଶୀ ଓ ସ୍ବଚ୍ଛତା ଯୋଗୁଁ ଲୋକେ ଏସବୁ କିଣିବାକୁ ଅଧିକ ଆଗ୍ରହୀ ମଧ୍ୟ ହୋଇଥାନ୍ତି । ଫଳରେ ଭଲ ବିକ୍ରି ଯୋଗୁଁ ପ୍ରଫିଟ ବି ହୋଇଥାଏ ।

ତେବେ ରାଜ୍ୟର ମହିଳା ବିଶେଷକରି ଗ୍ରାମାଞ୍ଚଳ ମହିଳାଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଯୋଜନା ଆରମ୍ଭ କରାଯାଇଛି । ଡିଜିଟାଲ ପ୍ଲାଟଫର୍ମରେ ସାମିଲ ପାଇଁ ସବୁ ମହିଳା ସ୍ବଂୟ ସହାୟକ ଗୋଷ୍ଠୀକୁ ସ୍ମାର୍ଟଫୋନ ଯୋଗାଇବାକୁ ଚେଷ୍ଟା କରାଯାଉଛି ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.