ETV Bharat / business

75 ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ଆୟକର ରିଟର୍ଣ୍ଣ ଛାଡ

author img

By

Published : Feb 1, 2021, 1:17 PM IST

Updated : Feb 1, 2021, 3:39 PM IST

କେନ୍ଦ୍ର ସରକାରଙ୍କ ବଡ ଘୋଷଣା । 75 ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ଆୟକର ରିଟର୍ଣ୍ଣ ଛାଡ କଲେ ସରକାର । ଅଧିକ ପଢନ୍ତୁ...

ଆୟକର ଛାଡ
ଆୟକର ଛାଡ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ ଘୋଷଣା । 75 ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କ ଆୟକର ରିଟର୍ଣ୍ଣ ଛାଡ କରିବାକୁ ଘୋଷଣା କଲେ ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ । ସେହିପରି ବରିଷ୍ଠ ପେନସନଭୋଗୀ ITR ଭରିବେନି ବୋଲି କହିଲେ ଅର୍ଥମନ୍ତ୍ରୀ । ପେନସନରୁ ଆୟ ଉପରେ ଟିକସ ଦେବାକୁ ପଡିବନି ବୋଲି ଦର୍ଶାଇଲେ ଅର୍ଥମନ୍ତ୍ରୀ ।

ସେହିପରି ଷ୍ଟାର୍ଟଅପ ପାଇଁ ଟିକସ ରିହାତି 1 ବର୍ଷ ବଢାଯାଇଛି । 2023-24 ସୁଦ୍ଧା ଆର୍ଥିକ ନିଅଣ୍ଟ 3 ପ୍ରତିଶତକୁ ଖସାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅନ୍ୟପଟେ 6 ବର୍ଷରେ ଆୟକର ରିଟର୍ଣ୍ଣ ଦାଖଲ କରିବା କରଦାତାଙ୍କ ସଂଖ୍ୟା 2 ଗୁଣା ହୋଇଛି ବୋଲି ସେ କହିଛନ୍ତି ।

ସେପଟେ ଟ୍ୟାକ୍ସ ଅଡିଟ୍‌ ଲିମିଟ୍‌ ବଢିଛି । ଟ୍ୟାକ୍ସ ଅଡିଟ୍ ଲିମିଟ୍ 5 କୋଟିରୁ 10 କୋଟିକୁ ବୃଦ୍ଧି ପାଇଛି । ଭାରତରେ କର୍ପୋରେଟ ଟ୍ୟାକ୍ସ ପୂରା ବିଶ୍ବରେ କମ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ସରଳୀକରଣ ହେବ GST ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । 400 ବର୍ଷ ପୁରୁଣା କଷ୍ଟମ ରିହାତିର ସମୀକ୍ଷା ହେବ । ଏନଆରଆଇଙ୍କ ଉପରେ ଲାଗିବନି ଡବଲ ଟ୍ୟାକ୍ସ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Last Updated : Feb 1, 2021, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.