ନୂଆଦିଲ୍ଲୀ: ଭାରତରେ ଖୁଚୁରା ତୈଳ କାରବାର ପାଇଁ ସର୍ବନିମ୍ନ 100ଟି ପେଟ୍ରୋଲ ପମ୍ପ ଖୋଲିବା ଦରକାର । ସେଥିରୁ 5 ପ୍ରତିଶତ ଆଉଟଲେଟ ଦୁର୍ଗମ ଅଞ୍ଚଳରେ ରହିବା ଆବଶ୍ୟକ । ଲାଇସେନ୍ସଧାରୀ ପାଇଁ କମ୍ପାନୀ ଏହି ନିୟମକୁ କଡାକଡି ପାଳନ କରିବା ଦରକାର । ଯଦି ଏହାକୁ ଉଲ୍ଲଙ୍ଘନ କଲେ 3 କୋଟି ଟଙ୍କା ଜୋରିମାନା ଗଣିବାକୁ ହେବ ।
ସଂଶୋଧିତ ପେଟ୍ରୋଲ ପମ୍ପ ନୀତି ଅନୁଯାୟୀରେ ସରକାର ଏହି ନୂଆ ନିୟମ ଜାରି କରିଛନ୍ତି । ଏଥିପାଇଁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଖୁଚୁରା ତୈଲ ଲାଇସେନ୍ସ ପାଇଁ ଆବେଦନ କରିବା ସମୟରେ କମ୍ପାନୀର ନ୍ୟୁନତମ ନେଟୱର୍ଥ 250 କୋଟି ହେବା ଆବଶ୍ୟକ । ଏଥିସହ ସରକାର ପେଟ୍ରୋଲ ପମ୍ପ ପାଇଁ ଆବେଦନ ଶୁଳ୍କ 25 ଲକ୍ଷ ଟଙ୍କା ନିର୍ଦ୍ଧାରଣ କରିଛନ୍ତି ।
ପରେ ଲାଇସେନ୍ସଧାରୀ 5 ବର୍ଷ ଭିତରେ 100 ପେଟ୍ରୋଲ ପମ୍ପ ଖୋଲିବା ହେବ । ଏଥିସହ ଲାଇସେନ୍ସଧାରୀ କମ୍ପାନୀ ପେଟ୍ରୋଲ ପମ୍ପର ପରିଚାଳନା ଆରମ୍ଭର କରିବାକୁ 3 ବର୍ଷ ଭିତରେ ସିଏନଜି, ଜୈବ ଇନ୍ଧନ, ନ୍ୟାଚୁରାଲ ଗ୍ୟାସ, କମ୍ପ୍ରେସଡ, ଇଲେକ୍ଟ୍ରିକ ଭେଇକଲ, ଚାର୍ଜିଙ୍ଗ ଷ୍ଟେସନ ଆଦି ବିକଳ୍ପ ମାଧ୍ୟମରୁ ଅନ୍ତତଃ ଗୋଟିଏ ବିପଣନ ସୁବିଧା ଲାଗୁ କରିବାକୁ ପଡିବ ।
ଏହା ପର୍ବରୁ ଯେଉଁ ନିୟମ ପ୍ରଚଳନ ହେଉଥିଲା, ସେ ଅନୁଯାୟୀ ଖୁଚୁରା କାରବାର ଲାଇସେନ୍ସ ପାଇଁ ସେହି କମ୍ପାନୀକୁ ହାଇଡ୍ରୋକାର୍ବନ ଅନ୍ବେଷଣ ଏବଂ ବିଶୋଧନ, ପାଇପଲାଇନ, ଏଲଏନଜି ଟର୍ମିନାଲରେ 2000 କୋଟି ନିବେଶ କରିବାକୁ ପଡିବ ।