ETV Bharat / business

ବିପଦ ସଙ୍କେତ, ଅଭିବୃଦ୍ଧି ଅନୁମାନ କମାଇଲା ମୁଡିସ - India GDP

କୋରୋନା ପ୍ରତିହିତ ପାଇଁ ଲାଗୁ ଲକଡାଉନ୍ ଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲାଗିବ । ଫଳରେ ଅଭିବୃଦ୍ଧି ହ୍ରାସ ହେବ । ଏ ନେଇ ଅନୁମାନ କରିଛି ମୁଡିସ । ଅଧିକ ପଢନ୍ତୁ..

ବିପଦ ସଙ୍କେତ,  ଅଭିବୃଦ୍ଧି ଅନୁମାନ କମାଇଲା ମୁଡିସ

author img

By

Published : May 11, 2021, 10:55 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଆର୍ଥିକ ବୃଦ୍ଧି ହାର ପୂର୍ବାନୁମାନ ସଂଶୋଧନ କଲା କ୍ରେଡିଟ ରେଟିଂ ଏଜେନ୍ସି ମୁଡିସ ଇନଭେଷ୍ଟର୍ସ । 2021-22 ଆର୍ଥିକ ବର୍ଷରେ ଦେଶର ଜିଡିପି 13.7 ନୁହେଁ 9.3 ପ୍ରତିଶତ ରହିପାରେ । ଅଭିବୃଦ୍ଧି ହାର ଆକଳନକୁ ହ୍ରାସ କରି ଏ ନେଇ ରିପୋର୍ଟ ପ୍ରକାଶ କରିଛି ମୁଡିସ ।

ମୁଡିସ୍ ଏକ ନକାରାତ୍ମକ ଦୃଷ୍ଟିକୋଣ ସହିତ ଭାରତର ସାଭରେନ ରେଟିଂକୁ BAA 3ରେ ରଖିଛି । ଏଜେନ୍ସି କହିଛି କି ଅଭିବୃଦ୍ଧିରେ ବାଧକ, ଉଚ୍ଚ ଋଣ ଏବଂ ଦୁର୍ବଳ ଆର୍ଥିକ ବ୍ୟବସ୍ଥା ଜିଡିକୁ ପ୍ରଭାବିତ କରିବ ।

ଆମେରିକା ରେଟିଂ ଏଜେନ୍ସି ଫେବୃଆରୀରେ 2021-22 ପାଇଁ ଭାରତର ଆର୍ଥିକ ବୃଦ୍ଧି ହାର 13.7 ପ୍ରତିଶତ ରହିବା ଅନୁମାନ ପ୍ରକାଶ କରିଥିଲା । ତେବେ ସରକାରୀ ଅନୁମାନ ଅନୁସାରେ ଚଳିତ ଆର୍ଥିକ ବର୍ଷର ଜିଡିପି 8 ପ୍ରତିଶତଙ୍କୁ ସଙ୍କୁଚିତ ହୋଇପାରେ ।

‘‘ଭାରତ କୋଭିଡ-19ର ଗୁରୁତର ଦ୍ବିତୀୟ ଲହରରର ସାମ୍ନା କରୁଛି । ଯାହାକି ନିକଟ ଭବିଷ୍ୟତ ଅବଧିରେ ଆର୍ଥିକ ସୁଧାରକୁ ଧୀମା ଓ ଲମ୍ବା ଅବଧିର ବିକାଶ ଗତିକୁ ହ୍ରାସ କରିପାରେ । କୋରୋନା ସଂକ୍ରମଣର ନୂଆ ମାମଲାରେ ବୃଦ୍ଧି ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ବହୁତ ଅଧିକ ଚାପ ପକାଉଛି । ଯାହା ଫଳରେ ହସ୍ପିଟାଲରେ ଚିକିତ୍ସା ଉପଯୋଗୀ ଯୋଗାଣ ସଙ୍କଟ ଉପୁଜିଛି ବୋଲି ମୁଡିସ ଦର୍ଶାଇଛନ୍ତି ।

କୋରୋନା ସଂକ୍ରମଣର ଦ୍ବିତୀୟ ଲହର ଆର୍ଥିକ ପୁନରୁଦ୍ଧାର ରାସ୍ତା ରୋକିବ । ଫଳରେ ଲମ୍ବା ଅବଧି ପାଇଁ ବିପଦ ବଢିବ । କୋରୋନା ପ୍ରତିହିତ ପାଇଁ ଲାଗୁ ଲକଡାଉନ୍ ଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲାଗିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.