ETV Bharat / business

ଲକଡାଉନ ହେବ ମହଙ୍ଗା, ସପ୍ତାହକୁ କ୍ଷତି ହେବ 1.25 ବିଲିୟନ ଡଲାର

author img

By

Published : Apr 14, 2021, 5:35 PM IST

କୋଭିଡ-19 ପ୍ରତିହିତ ପାଇଁ ବହୁ ରାଜ୍ୟରେ ଅଙ୍କୁଶ ଲାଗୁ ହୋଇଛି । ଆଉ ଯଦି ମେ’ ମାସ ଶେଷ ଯାଏଁ କଟକଣା ରୁହେ ତେବେ ଅନୁମାନ ରହିଛି କି ଅର୍ଥବ୍ୟବସ୍ଥାକୁ ମୋଟ ମିଶାଇ 10.5 ଅରବ ଡଲାର କ୍ଷତି ହେବ । ଅଧିକ ପଢନ୍ତୁ..

ଲକଡାଉନ ପଡିବ ମହଙ୍ଗା, ସପ୍ତାହକୁ କ୍ଷତି ହେବ  1.25 ବିଲିୟନ ଡଲାର

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ଦ୍ବିତୀୟ ଲହର ପୂର୍ବର ଶୀର୍ଷ ସ୍ତର ଅତିକ୍ରମ କଲାଣି । ଏଥିଯୋଗୁଁ ପୁଣି ଥରେ ଅନେକ ରାଜ୍ୟ ଯାତାୟତ ଓ କାରବାର ଉପରେ ଅଙ୍କୁଶ ଲଗାଉଛି । ଏଭଳି ସ୍ଥିତିରେ ଅର୍ଥବ୍ୟବସ୍ଥାକୁ ନେଇ ସାମ୍ନାକୁ ଆସିଛି ଏକ ଚକିତକର ରିପୋର୍ଟ ।

ରିପୋର୍ଟ ଅନୁସାରେ ଦେଶର ଗୁରତ୍ବପୂର୍ଣ୍ଣ ସ୍ଥାନରେ ସ୍ଥାନୀୟ ଲକଡାଉନ ଯୋଗୁଁ ଅର୍ଥବ୍ୟବସ୍ଥାକୁ ପ୍ରତି ସପ୍ତାହରେ ହାରାହାରି 1.25 ଅରବ ଡଲାର କ୍ଷତି ହେବ । ଏଥିସହ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସର ମୋଟ ଘରୋଇ ଉତ୍ପାଦ (ଜିଡିପି) ହାର 1.40 ପ୍ରତିଶତ ପ୍ରଭାବିତ ହୋଇପାରେ ।

ବ୍ରିଟେନ ବ୍ରୋକରେଜ କମ୍ପାନୀ ବାର୍କଲେସ ଏକ ରିପୋର୍ଟରେ କହିଛି କି, ଯଦି ବର୍ତ୍ତମାନର ପ୍ରତିବନ୍ଧକ ମେ ମାସ ଶେଷ ଯାଏଁ ରହିବ ତେବେ ଏହା ଦ୍ବାରା ଆର୍ଥିକ ଓ ବାଣିଜ୍ୟିକ ଗତିବିଧିକୁ ସାମୂହିତ କ୍ଷତି 10.5 ଅରବ ଡଲାର ହେବ । ବର୍ତ୍ତମାନ ମୂଲ୍ୟରେ ଜିଡିପିର କ୍ଷତି 0.34 ପ୍ରତିଶତ ରହିପାରେ ।

ଭାରତରେ ସଂକ୍ରମଣର ନୂଆ ମାମଲା ଏବେ ଦୁନିଆରେ ସବୁଠୁ ଆଗୁଆ । ଏବେ ଭାରତରେ ଦ୍ବିତୀୟ ଓ ତୃତୀୟ ସବୁଠୁ ପ୍ରଭାବିତ ଦେଶ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇଦେଇଛି । ଦେଶରେ ବୁଧବାର 1,84,372 ନୂଆ କୋଭିଡ ସଂକ୍ରମଣ ରିପୋର୍ଟ ହୋଇଛି ।

ସେହିଭଳି ବାର୍କଲେସ କହିଛି କି, ଯଦି ତ୍ରୟମାସିକ ଆଧାରରେ ଦେଖାଯିବ ତେବେ ଏହି କ୍ଷତି ଅଧିକ ବଡ ରହିବ । ଏହାଦ୍ବାରା ଜିଡିପିରେ 1.40 ପ୍ରତିଶତ ହ୍ରାସ ଦେଖାଦେବ । ବାର୍କଲେସ ଇଣ୍ଡିଆର ମୁଖ୍ୟ ଅର୍ଥନୀତିଜ୍ଞ ରାହୁଲ ବଜୋରିଆ କହିଛନ୍ତି କି କୋଭିଡ-19 ଯୋଗୁଁ ଲାଗୁ ଅଙ୍କୁଶ ଯଦି ମେ ମାସ ଶେଷ ଯାଏଁ ଲାଗୁ ରୁହେ ତେବେ ଅନୁମାନ ରହିଛି କି ଅର୍ଥବ୍ୟବସ୍ଥାକୁ ମୋଟ ମିଶାଇ 10.5 ଅରବ ଡଲାର ବା ବଜାର ଦାମରେ ଜିଡିପିରେ 0.34 ପ୍ରତିଶତ ପଏଣ୍ଟ କ୍ଷତି ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.