ETV Bharat / business

ଆମ ହାତରେ ହିଁ ଆମ ଭବିଷ୍ୟତ

author img

By

Published : Apr 13, 2020, 7:02 PM IST

କୋରୋନା ବିପଦର ମୁକାବିଲା ପାଇଁ ଲକ୍‌ଡାଉନ ଘୋଷଣା ହେଲା ପରଠାରୁ ବିଭିନ୍ନ କ୍ଷେତ୍ରରେ କାମ ଠପ୍ ହୋଇଯାଇଛି । ସଙ୍କଟ ଅପସରି ଗଲା ପରେ ଅଚଳାବସ୍ଥା ଦୂର ହେବା ଆଶା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଥିକ ସଙ୍କଟ ପ୍ରତି ଧ୍ୟାନ ଦେଇଛନ୍ତି ।

let's build our future
ଆମ ହାତରେ ହିଁ ଆମ ଭବିଷ୍ୟତ

କୋରୋନା ମହାମାରୀ ପ୍ରକୋପରେ ସାରା ବିଶ୍ୱ ଦିନକୁ ଦିନ ଅସହାୟ, ଅସୁରକ୍ଷିତ ଅନୁଭବ କରିବାରେ ଲାଗିଛି । ହାହାକାର ପରିସ୍ଥିତି । ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ । କୋରୋନା ମାଡରେ ବିଶ୍ୱ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବାକୁ ଲାଗିଛି । ଆମ ଦେଶର ଅର୍ଥନୀତି ମଧ୍ୟ କୋରୋନା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି ।

କୋରୋନା ବିପଦର ମୁକାବିଲା ପାଇଁ ଲକ୍‌ଡାଉନ ଘୋଷଣା ହେଲା ପରଠାରୁ ବିଭିନ୍ନ କ୍ଷେତ୍ରରେ କାମ ଠପ୍ ହୋଇଯାଇଛି । ତେବେ, କୋରୋନା ସଙ୍କଟ ଅପସରି ଗଲା ପରେ ଅଚଳାବସ୍ଥା ଦୂର ହେବା ଆଶା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ଥିକ ସଙ୍କଟ ପ୍ରତି ଧ୍ୟାନ ଦେଇଛନ୍ତି । ମାନୁଫାକ୍‌ଚ୍ୟୁରିଂ ଓ ରପ୍ତାନି କ୍ଷେତ୍ରକୁ ପୁଣି କିଭଳି ଗତଶୀଳ କରାଯାଇପାରିବ, ସେ ପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ନିଜ କ୍ୟାବିନେଟ ସହଯୋଗୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଫାର୍ମାସ୍ୟୁଟିକାଲ, ବସ୍ତ୍ର, ଇଲେକଟ୍ରୋନିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରତିରକ୍ଷା ଉପକରଣ ଶିଳ୍ପ ହିଁ ଶିଥିଳ ହୋଇପଡିଥିବା ଆର୍ଥିକ ଅଭିବୃଦ୍ଧିରେ ନୂଆ ଶକ୍ତି ସଂଚାର କରିପାରିବାରେ ସମର୍ଥ ହେବେ ବୋଲି ବିଶ୍ୱାସ କରାଯାଉଛି । ଆସନ୍ତା ୫ ବର୍ଷ ମଧ୍ୟରେ ୩୫ ହଜାର କୋଟିର ଅସ୍ତ୍ରଶସ୍ତ୍ର ରପ୍ତାନି ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ଧାଯ୍ୟ କରିସାରିଛନ୍ତି । ଯୋଜନା ମୁତାବକ ଯଦି ସବୁ ଲକ୍ଷ୍ୟ ହାସଲ ହୁଏ, ତାହାହେଲେ ‘ମେକ୍ ଇନ୍ ଇଣ୍ଡିଆ’ କୁ ଏକ ନୂଆ ଜୀବନ ମିଳିବ । ୫ ବର୍ଷ ତଳେ ଯେତେବେଳେ ‘ମେକ୍ ଇନ୍ ଇଣ୍ଡିଆ’ ଯୋଜନାର ଶୁଭାରମ୍ଭ ହୋଇଥିଲା, ସେତେବେଳେ କେନ୍ଦ୍ର ସରକାର ଏକ ମହତ୍ତାକାଂକ୍ଷୀ ଲକ୍ଷ୍ୟ ବାବଦରେ ଘୋଷଣା କରିଥିଲେ । ୨୦୨୨ ସୁଦ୍ଧା ମାନୁଫ୍ୟାକଚରିଂ ସେକ୍ଟର ଜିଡିପିର ୨୨ ପ୍ରତିଶତ ହେବ ଓ ଅତିରିକ୍ତ ୧୦ ମିଲିୟନ ନିଯୁକ୍ତି ସୃଷ୍ଟି ହେବ ବୋଲି ଘୋଷଣା କରିଥିଲେ କେନ୍ଦ୍ର ସରକାର ।

କିନ୍ତୁ ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ‘ମେକ୍ ଇନ୍ ଇଣ୍ଡିଆ’ ପ୍ରତି ସୃଷ୍ଟି ହୋଇଥିବା ଉତ୍ସାହ ମିଳେଇଗଲା । ନିକଟରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ‘ଷ୍ଟାର୍ଟ ଅଫ ଇଣ୍ଡିଆ’ ପାଇଁ ସଂଶୋଧିତ ଯୋଜନା ସଂପର୍କରେ ଉଲ୍ଲେଖ କରାଯାଇଛି । ଏହା ଜରିଆରେ ଆଗାମୀ ୫ ବର୍ଷ ମଧ୍ୟରେ 4 କୋଟି ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି । ତେବେ ନାଁ ଯାହା ହେଉନା କାହିଁକି, ଏକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରି କର୍ମଜୀବୀ ଶ୍ରେଣୀ ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରିବା ହିଁ ବର୍ତ୍ତମାନ ସମୟରେ ବଡ ଆବଶ୍ୟକତା ।

ଲକ୍‌ଡାଉନ ଯୋଗୁଁ କାପେର୍ଟ , ମଶିଣା ଓ କପଡା ଉତ୍ପାଦନ ବନ୍ଦ ରହିଥିଲା ବେଳେ ମାସ୍କ ଡିଜାଇନ୍ ଓ ତିଆରି ପାଇଁ ଆଗେଇ ଆସିଛି ବୟନଶିଳ୍ପ କ୍ଷେତ୍ର । ବର୍ତ୍ତମାନ ଫସଲ ଅମଳ ଋତୁରେ ବିଭିନ୍ନ ରାଜ୍ୟରେ ଅଖା ଓ ତାପୋଲି ର୍ନର ଅଭାବ ଦେଖାଦେଇଛି । ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କ୍ଷୁଦ୍ର ଉଦ୍ୟୋଗଗୁଡିକୁ ଅଖା ଓ ତାପୋଲି ର୍ନ ପ୍ରସ୍ତୁତ ପାଇଁ କୁହାଯାଇପାରେ । ତେବେ, ବର୍ତ୍ତମାନ ସ୍ଥିତି ଦୃଷ୍ଟିରୁ ହ୍ୟାଣ୍ଡ ଗ୍ଲୋଭସ ପରି ପର୍ସନାଲ ପ୍ରୋଟେକଟିଭ ଉପକରଣ ମଧ୍ୟ ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି । ଅଣସଂଗଠିତ କ୍ଷେତ୍ରର ୪୦ ମିଲିଅନରୁ ଅଧିକ ଲୋକଙ୍କ ଜୀବନ ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଥିବାରୁ ସେମାନଙ୍କ ପାଇଁ ଉପଯୁକ୍ତ ଜୀବିକା ସୃଷ୍ଟି କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଦରକାର । ଫାର୍ମାସ୍ୟୁଟିକାଲ କ୍ଷେତ୍ର ପ୍ରତି ବି ଉପଯୁକ୍ତ ଧ୍ୟାନ ଦେବା ଜରୁରୀ । ସାଂପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଚୀନରୁ ୬୭ ପ୍ରତିଶତ ଔଷଧ ଓ ଅଣପ୍ରକ୍ରିୟାକୃତ ଫାର୍ମାସ୍ୟୁଟିକାଲ ଆମଦାନୀ କରୁଛି ଭାରତ । ଫଳରେ ଆକ୍ଟିଭ ଫାର୍ମା ଇନଗ୍ରେଡିଏଂଟସ୍ ବା ଏପିଆଇ ପାଇଁ ଚୀନ୍ ଉପରେ ଭାରତକୁ ହିଁ ନିର୍ଭରଶୀଳ ହେବାକୁ ପଡୁଛି । ଏପିଆଇ ପ୍ରସ୍ତୁତ କରିବାରେ ଭାରତର ସାମର୍ଥ୍ୟ ଆଗରୁ ହିଁ ରହିଆସିଛି । ମାତ୍ର ୨୫ ବର୍ଷ ପୂର୍ବେ ବଟିକା ଓ କ୍ୟାପସୁଲ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ରାସାୟନିକ ଦ୍ରବ୍ୟର ବିଶୋଧୀକରଣ ଭାରତରେ ହିଁ ହେଉଥିଲା । ଏହି ଶିଳ୍ପର ପୁନରୁଦ୍ଧାର କରାଗଲେ ଏପିଆଇ ରପ୍ତାନିରେ ଭାରତଠାରୁ କେହି ବି ଆଗେଇପାରିବେନି ।

ବେତ ଚଉକି, ଚମଡା ନିର୍ମିତ ସାମଗ୍ରୀ,ହସ୍ତତନ୍ତ, ଝୋଟ ନିର୍ମିତ ଉପକରଣ ନିର୍ମାଣ କରୁଥିବା କ୍ଷୁଦ୍ର ଉଦ୍ୟୋଗକୁ ସରକାରୀ ସହାୟତା ଓ ସମର୍ଥନ ମିଳିବେ ସେମାନେ ଭଲ ପ୍ରଦର୍ଶନ କରିପାରିବେ । ବେକାରୀ ଦୂର ହୋଇପାରିବ । ସେହିପରି ଅର୍ଡାନାନସ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ପାଇଁ ପ୍ରୟାସ ହେବା ଦରକାର । ଆନ ପାଇଁ ଯାହା ଜରୁରୀ ଓ ଯାହା ରପ୍ତାନି ହୋଇପାରିବ, ସେସବୁ ଯଦି ଆମେ ନିଜେ ଉତ୍ପାଦନ କରିପାରିବା, ତାହା ହେଲେ ଭାରତ ଆତ୍ମନିର୍ଭରଶୀଳ ହେବା ସହ ବେକାରୀ ବି ଦୂର ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.