COVID-19 ପରେ ଚୀନ ସହିତ ବାଣିଜ୍ୟ କରିବାକୁ ବିଶ୍ବର ଅନିଚ୍ଛା କ’ଣ ଭାରତ ପାଇଁ ଅନୁକୂଳ ? ଆନ୍ତର୍ଜାତୀୟ ବାଣିଜ୍ୟ ଏବଂ ଯୋଗାଣ ଉପରେ ଚୀନର ଅନିଶ୍ଚିତତାର ଅନ୍ତ ଘଟିବ କି ? ବିଶେଷଜ୍ଞ ଏବଂ ସାଧାରଣ ନାଗରିକମାନେ ମଧ୍ୟ ଏବେ ଏହି ଗୋଟିଏ ପ୍ରଶ୍ନ । ଚୀନର ଏହି ଭୁଲ ପାଇଁ କଣ ସତରେ ଭାରତ ଉପକୃତ ହେବ ? ଯାହାକୁ ନେଇ ଏବେ ଏକ ଯୁକ୍ତି ବଢି ଚାଲିଛି ।
2019ରେ ଚୀନ-ଆମେରିକା ମଧ୍ୟରେ ଥିବା ବାଣିଜ୍ୟିକ ଯୁଦ୍ଧକୁ ସାରା ବିଶ୍ବ ଦେଖିଥିଲା । ସେହି ସମୟରେ ଆମେରିକାର ବଡ ବଡ ଆଇଟି କମ୍ପାନୀ ଏଚପି ଓ ଡେଲ ନିଜର ଉତ୍ପାଦନକୁ ସଂସ୍ଥାକୁ ସ୍ଥାନାନ୍ତର କରି ନେଇଥିଲେ । ସେହିପରି ଜାପାନ ମଧ୍ୟ ନିଜ କମ୍ପାନୀ ସେଇକୋ, ସୋନି ଏବଂ ଅନ୍ୟ କେତେକ ନିର୍ଭରଯୋଗ୍ୟ ଯୋଗାଣ କମ୍ପାନୀ ଚୀନରୁ ମୁହଁ ଫେରାଇ ଉତ୍ତରପୂର୍ବ ଏସିଆରେ ନିବେଶକ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବର୍ତ୍ତମାନ ଚୀନରେ କାର୍ଯ୍ୟ କରୁଥିବା ପ୍ରାୟ 1000 କମ୍ପାନୀ ଭାରତରେ ବ୍ୟବସାୟ କରିବାକୁ ସୁଯୋଗ ଖୋଜୁଛନ୍ତି । ବିଶ୍ୱ ବାଣିଜ୍ୟରେ ଚୀନର ପ୍ରାଧାନ୍ୟକୁ ରୋକିବାକୁ ଆମେରିକା ଏକ ରଣନୀତି ଆପଣାଉଛି।
ଜାପାନ ଭଳି ଦେଶ ନିଜ କମ୍ପାନୀଙ୍କୁ ଚୀନ ବ୍ୟବସାୟରୁ ହଟାଇବାକୁ ଜାପାନ ମୂଲ୍ୟରେ 25,000 କୋଟି ପ୍ୟାକେଜ ଘୋଷଣା କରିଛି । କେତେକ କୋରିଆ କମ୍ପାନୀ ମଧ୍ୟ ଭାରତରେ କାର୍ଯ୍ୟ ଆରମ୍ଭ କରିବାକୁ ଆଗ୍ରହ ଦେଖାଇଛନ୍ତି । ନୋମୁରା ରିପୋର୍ଟ ମୁତାବକ, ଚୀନରୁ 56 ଫାର୍ମ ଛାଡି ସାରିଲେଣି । ଏମାନଙ୍କ ମଧ୍ୟରୁ 26ଟି ଭିଏତନାମା, 11 ତାଇୱାନ, 8 ଥାଇଲାଣ୍ଡ ସହ 3ଟି ଭାରତରେ ନିବେଶ କରିଛନ୍ତି । ଏହି ପରିବର୍ତ୍ତନଶୀଳ ସମୀକରଣ ଉପରେ ଭାରତ କେତେ ପୁଞ୍ଜି ବିନିଯୋଗ କରିବାକୁ ସକ୍ଷମ ହେବ, ତାକୁ ନେଇ ଏକ ମୁଡିର ଏକ ରିପୋର୍ଟରେ ବର୍ଣ୍ଣନା କରାଯାଇଛି ।
ବାଣିଜ୍ୟ କ୍ଷେତ୍ରରେ ଏପରି ପରିବର୍ତ୍ତନ ପୂର୍ବ ଓ ଦକ୍ଷିଣପୂର୍ବ ଏସିଆ ଦେଶକୁ ଲାଭାନ୍ବିତ କରିବ । ଏପରି ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଇନ ଉତ୍ପାଦନ କ୍ଷେତ୍ରରେ ଅଦ୍ବିତୀୟ ସୁପରପାୱାର ହୋଇ ରହିପାରିବ ନାହିଁ । ମୁଡିର ଏହି ରିପୋର୍ଟରେ ଦର୍ଶାଇଛି ଯେ, ଉଚ୍ଚ ଘରୋଇ ଉତ୍ପାଦନ ଖର୍ଚ୍ଚ ବାହ୍ୟ ନିବେଶକ ପାଇଁ ଏକ ପ୍ରତିବନ୍ଧକ ସାଜିବ । ଭାରତରେ ପୁଞ୍ଜି ନିବେଶକ, ବିଦ୍ୟୁତ ଶୁକ୍ଳ ଓ ଟ୍ୟାକ୍ସ ସବୁଠାରୁ ଅଧିକ ରହିଛି । ତେଣୁ ଏହି ସବୁ କାରକ ଏବେ ଭାରତକୁ ଏଭଳି ଏକ ଅପ୍ରତ୍ୟାଶିତ ସୁଯୋଗର ଲାଭ ଉଠାଇବାରେ ବାଧା ସୃଷ୍ଟି କରିଛି ।
ଖାଲି ସେତିକି ନୁହେଁ ବିଶେଷଜ୍ଞମାନେ ବର୍ଷ ବର୍ଷ ଧରି କହିଆସୁଛନ୍ତି ଯେ ଅମଲାତାନ୍ତ୍ରିକ ଅଳସୁଆମି ଓ ସିଷ୍ଟମର ପ୍ରତ୍ୟେକ ପଦକ୍ଷେପ ଭାରତର ପ୍ରଗତିରେ ବାଧା ସୃଷ୍ଟି କରୁଛି। ହେଲେ ଏଥିପ୍ରତି ସରକାର ପାଖରେ କୌଣସି ଖବର ନାହିଁ । କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ସମସ୍ତ ରାଜ୍ୟକୁ ଇଲେକ୍ଟ୍ରୋନିକ ଉତ୍ପାଦନ ଶିଳ୍ପକୁ ବୃଦ୍ଧିକୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଯଦି ଭାରତକୁ ଏକ ଇଲେକ୍ଟ୍ରୋନିକ ହବରେ ପରିଣତ ହେବାକୁ ପଡେ, ତେବେ କେନ୍ଦ୍ର ପ୍ରତ୍ୟେକ ରାଜ୍ୟରେ ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା ପାଇଁ ପାଣ୍ଠି ଆବଣ୍ଟନ କରିବା ଆବଶ୍ୟକ ହୋଇପଡିବ।
ସରକାର ଯୋଗଣ ଶୃଙ୍ଖଳାରେ ବିଭିନ୍ନ ଶିଳ୍ପକୁ ଅନ୍ତର୍ଭୁକ୍ତ ସାମିଲ କରିବା ଦରକାର । ଜମି,ଶ୍ରମ ଓ ଟିକସ ନିୟମାବଳୀରେ ସଂସ୍କାର ଆଣିବା ଆବଶ୍ୟକ ହୋଇପଡିଛି । ତେବେ ଚୀନର ଏହି ଶୂନ୍ୟସ୍ଥାନକୁ ହାତେଇବାକୁ ହେଲେ ପ୍ରଥମେ ଭାରତକୁ ତାର ଭିତ୍ତିଭୂମି ଉପରେ ସରଞ୍ଚନାକୁ ବିକାଶ କରିବାକୁ ହେବ । ଏହି ପ୍ରୟାସ ଜାରି ରହିଲେ ଭାରତ ଅର୍ଥନୀତି ଆଗାମୀ 2024ରେ 5 ଟ୍ରିଲିୟନ ଡଲାର ପହଞ୍ଚିବ ।