ହାଇଦ୍ରାବାଦ: ଉପଭୋଗ ଓ ନିବେଶ । ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରୁଥିବା ଏହି 2 କାରକ ଏବେ ମାନ୍ଦାବସ୍ଥା ଭିତରେ ଗତି କରୁଛି । 2012-14 ମଧ୍ୟରେ ଘରୋଇ ଇକ୍ୟୁଟି 66.2 ପ୍ରତିଶତ ଥିଲା । ଯାହା ଏହି 4 ବର୍ଷ(2015-19) ଭିତରେ ହ୍ରାସ ପାଇ 57.5 ପ୍ରତିଶତରେ ପହଞ୍ଚିଛି । ସେହିପରି ନିବେଶ ଦର ଖସି 32.3 ପ୍ରତିଶତ ଓ ବିକାଶ ହାର(ଜିଡିପି) ବି 5 ପ୍ରତିଶତକୁ କମି 6 ବର୍ଷର ସର୍ବନିମ୍ନ ସ୍ତରରେ ରହିଛି । ଏହି ସଂବୁ ସଂଖ୍ୟା ଆଗାମୀ ସଙ୍କଟର ଏକ ସଙ୍କେତ ।
ଆର୍ଥିକ ଅସମାନତା, ଟଳମଳ ଭିତ୍ତିଭୂମି ଢାଞ୍ଚା ଓ ଦୁର୍ବଳ ଗ୍ରାମୀଣ ଅର୍ଥବ୍ୟବସ୍ଥା ଯୋଗୁଁ ଆଜି ଏଭଳି ସମସ୍ୟା ମୁଣ୍ଡ ଟେକିଛି । ଏପଟେ କେନ୍ଦ୍ର ସରକାର ଏହି ସବୁ ସମସ୍ୟାରୁ ମୁକୁଳିବା ପାଇଁ ବହୁତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯେପରି ଅର୍ଥବ୍ୟବସ୍ଥା ମଜବୁତ ହୋଇ ପୁଣି ଟ୍ରାକକୁ ଫେରିଆସିବ । ନିବେଶକଙ୍କୁ ପ୍ରୋତ୍ସାହିତ କରିବାକୁ କର୍ପୋରେଟ ଟିକସକୁ 30 ପ୍ରତିଶତରୁ କମାଇ 22 ପ୍ରତିଶତ କରାଯାଇଛି । ନିର୍ମାଣ ପାଇଁ ଋଣ ପରିସର ବୃଦ୍ଧି ପାଇଛି । ହାଉସିଙ୍ଗ ଫାଇନ୍ସାସ କମ୍ପାନୀଙ୍କ ପାଇଁ ଫଣ୍ଡକୁ 30,000 ହଜାର କୋଟି କରିବା ପାଇଁ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ବଜେଟ ଅଧିବେଶନରେ ଏହା ଜଣାପଡିଛି ଯେ, ଭିତ୍ତିଭୂମି ଇଣ୍ଡଷ୍ଟ୍ରି ପାଇଁ 1 ହଜାର କୋଟି ଟଙ୍କା ନିବେଶ କରାଯିବ । ପ୍ରତ୍ୟେକ ପରିଯୋଜନା ଉପରେ ନିବେଶ କରାଯାଇଥିବା ବାସ୍ତବ ରାଶି କେନ୍ଦ୍ରୀୟ ଅର୍ଥ ମନ୍ତ୍ରାଣଳୟ ଦ୍ବାରା ନିଯୁକ୍ତ ବିଶେଷଜ୍ଞ ସମିତି ଦ୍ବାରା ସ୍ଥିତ କରାଯିବ । ଏଥିରେ କୌଣସି ପ୍ରଶ୍ନ ଉଠୁନି ଯେ, ଏଭଳି ଭାରୀ ନିବେଶ ଦ୍ବାରା ଇମ୍ଫ୍ରା ଇଣ୍ଡଷ୍ଟ୍ରି ପ୍ରଭାବିତ ହେବ । ଏହା ଏହି ସବୁ ନିବେଶ ଉପରେ ରିଟର୍ଣ୍ଣ ଆଣିବ । ଆଉ ଅର୍ଥବ୍ୟବସ୍ଥାକୁ ମଜବୁତ କରିବ । ଏହା ଦ୍ବାରା ଲିକ୍ୟୁଡିଟି ବଢିବ । ସେହିପରି ଲକ୍ଷ୍ୟ ଅନୁଯାୟୀ ଜିଡିପି ହାସଲ ଓ ଏହାକୁ ଲଗାତାର ସ୍ଥିର ରଖିବା ପାଇଁ ସୁଦୃଢ ରଣନୀତି ଦରକାର । କେବଳ ଖାତା ଖତିଆନରେ ଏହାକୁ ସୀମିତ ନ ରଖି ପ୍ରଭାବୀ ଢଙ୍ଗରେ ଏହାକୁ ଲାଗୁ ମଧ୍ୟ କରିବାକୁ ପଡିବ ।
ଗୋଟିଏ ରାଷ୍ଟ୍ରର ମାନବ ସମ୍ବଳ ଓ ଆର୍ଥିକ ବିକାଶ ସାମାଜିକ, କାର୍ଯ୍ୟପ୍ରଣାଳୀ ଓ ଭିତ୍ତିଭୂମି ଢାଞ୍ଚାର ନିର୍ମାଣରୁ ହାସର ପ୍ରଗତି ସହ ଜଡିତ ରହିଥାଏ । ଯଦି ଘରୋଇ ଉତ୍ପାଦ ପାଇଁ ଭିତ୍ତିଭୂମି ଢାଞ୍ଚାର ଗୁଣବତ୍ତା ମହତ୍ବପୂର୍ଣ୍ଣ ତେବେ ସାମାଜିକ ଭିତ୍ତିଭୂମି ମଧ୍ୟ ମାନବ ସମ୍ବଳ ଓ ଅର୍ଥନୀତି ବିକାଶ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ । ଉନ୍ନତ ଶିକ୍ଷା ଓ ସ୍ବାସ୍ଥ୍ୟ ସ୍ଥିତି ମାସନ ସମ୍ବଳର ବିକାଶ ପାଇଁ ଗ୍ୟାରେଣ୍ଟି ଦେଇପାରିବ । ଯଦିଓ ବହୁତ ସଙ୍ଗଠନ ସରକାରଙ୍କ ବଜେଟରେ ସର୍ବନିମ୍ନ 6 ପ୍ରତିଶତ ନିବେଶ ପାଇଁ ଆଗ୍ରହ ଦେଖାଉଛନ୍ତି । କିନ୍ତି ଏହି ହାର 4.6 ପ୍ରତିଶତରେ ସୀମିତ ରହିଥାଏ । ଯାହାକି ଅନ୍ତରାଷ୍ଟ୍ରୀୟ ହାରାହାରିରୁ ମଧ୍ୟ କମ । ଯେତେବେଳେ କି ଭାରତରେ ଏଥିପାଇଁ ମାତ୍ର 1.5 ପ୍ରତିଶତ ଖର୍ଚ୍ଚ କରାଯାଉଛି ।
ତଥ୍ୟ ଅନୁଯାୟୀ, ଆମେରିକା ସ୍ବାସ୍ଥ୍ୟ ପାଇଁ ପାଖାପାଖୀ 18 ପ୍ରତିଶତ ଖର୍ଚ୍ଚ କରୁଅଛି । ପରିମାଣସ୍ବରୁପ , ଭାରତୀୟଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ଉପରେ ଅଧିକ ଖର୍ଚ୍ଚ ପାଇଁ ବାଧ୍ୟ କରାଯାଇଥାଏ । 1991ର ଆର୍ଥିକ ସୁଧାର ପରେ , ରାଷ୍ଟ୍ରରେ ଆର୍ଥିକ ଅସମାନତା ବଢିଛି । 1993-94 ଭିତରେ ଗ୍ରାମୀଣ ଓ ସହରୀ କ୍ଷେତ୍ରରେ ଅସାମନ୍ୟ ବୃଦ୍ଧି ନେଇ ସୂଚନା ମିଳିଛି । ସେହିପରୁ 2017ରେ ସବୁଠୁ ଧନୀ ବ୍ୟାଙ୍କଙ୍କ ପାଖରେ 73 ପ୍ରତିଶତ ସମ୍ପତ୍ତି ଥିଲା । 67 ପ୍ରତିଶତ ଜନସଂଖ୍ୟାର ମାତ୍ର 1 ପ୍ରତିଶତ ବୃଦ୍ଧି ହୋଇଥିଲା ।
ସେପଟେ ବିଶ୍ବ ପ୍ରତିଯୋଗିତାପୂର୍ଣ୍ଣ ଅର୍ଥନୀତି ସୂଚକାଙ୍କ (ଗ୍ଲୋବାଲ କମ୍ପିଟେଟିଭ ଇଣ୍ଡେକ୍ସ)ରେ 10ଟି ସ୍ଥାନ ତଳକୁ ଖସି 68 ନମ୍ବରରେ ପହଞ୍ଚିଛି ଭାରତ । ଗତବର୍ଷ ସୂଚୀରେ ଏହା 58 ସ୍ଥାନରେ ରହିଥିଲା । ଏଥିସହ ବିଶ୍ବର ବୃହତ୍ତ ମହାଶକ୍ତି ଆମେରିକାକୁ ପଛରେ ପକାଇ ଚଳିତ ବର୍ଷ ସିଙ୍ଗାପୁର ଶୀର୍ଷରେ ରହିଛି । ଜେନଭାରେ ଅବସ୍ଥିତ ବିଶ୍ବ ଆର୍ଥିକ ମଞ୍ଚ (WEF) ଦ୍ବାରା ସୀକୃତ ଗ୍ଲୋବାଲ କମ୍ପିଟେଟିଭ ଇଣ୍ଡେକ୍ସ ଅନୁଯାୟୀ ଭାରତ ସହ ବ୍ରାଜଲ (71 ନମ୍ବର) ସବୁଠାରୁ ଖରାପ ପ୍ରଦର୍ଶନ କରିଛି ।
ଅନ୍ୟ ଦେଶ ତୁଳନାରେ ଭାରତ ଶିକ୍ଷା, ଦକ୍ଷତା ବିକାଶ ବ୍ୟାପର ସମ୍ପ୍ରସାରଣ ଆଦି ବିଭିନ୍ନ କ୍ଷେତ୍ରରେ ଧୀମା ପଡିଯାଇଛି । ଯେଉଁଥିପାଇଁ ଦେଶ 10 ସ୍ଥାନ ତଳମୁହାଁ ହୋଇଛି । ଭିତ୍ତିଭୂମି, ଶିକ୍ଷା, ସ୍ବାସ୍ଥ୍ୟ, ଦକ୍ଷତା ବିକାଶ, ବଜାର , ଶ୍ରମ, ଆର୍ଥିକ ପ୍ରଣାଳୀ ଆଦି 12ଟି ମୁଦ୍ଦାକୁ ନେଇ ଏହି ରିପୋର୍ଟ ନିର୍ଦ୍ଧାରିତ ହୋଇଥାଏ । ଏହି ତାଲିକାର ଶ୍ରେଷ୍ଠ 10 ଭିତରେ ସିଙ୍ଗାପୁର, ଆମେରିକା, ହଂକଂ, ନେଦରଲ୍ୟାଣ୍ଡ ଓ ସ୍ବିଜରଲାଣ୍ଡ, ଜାପାନ, ଜର୍ମାନୀ, ସ୍ବିଡେନ, ଡେନମାର୍କ ରହିଛନ୍ତି ।
ଭାରତର ପଡୋଶୀ ପ୍ରତିଯୋଗାତାମୂଳକ ରାଷ୍ଟ୍ର ମଧ୍ୟରେ ଚାଇନା 28 ନମ୍ବର ସହ ସବୁଠାରୁ ଉପରେ ରହିଥିଲା ବେଳେ ଶ୍ରୀଲଙ୍କା(84), ବାଂଲାଦେଶ(105), ନେପାଳ(108), ପାକିସ୍ତାନ (110) ତମ ସ୍ଥାନରେ ଅଛି ।
ତେବେ ଭାରତ ଭିତ୍ତିଭୂମି ସୁବିଧା ପାଇଁ ବହୁତ କମ ଖର୍ଚ୍ଚ କରୁଛି । 2019 ମାର୍ଚ୍ଚ ସୁଦ୍ଧା ଭାରତ ଜିଡିପିର କେବଳ 29.8 ପ୍ରତିଶତ ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ କରିଥିଲା । ଯାହାକି ଗତ 15 ବର୍ଷର ହାରାହାରି ଦେଖିବାକୁ ଗଲେ କମ । ଯଦି ଏହା ବୃଦ୍ଧି ପାଇବ ତେବେ ଆର୍ଥିକ ବିକାଶ ଦୌଡିବ । ସେହିପରି ଚୀନ ତୁଳନାରେ ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟ କମ ରହିଛି । ଅନ୍ୟ ବିକାଶଶୀଳ ଦେଶକୁ ଦେଖିବାକୁ ଗଲେ ଭାରତ ବିଜୁଳି ଚାହିଦା ବହୁତ କମ ରହିଛି । ପଛୁଆ ବର୍ଗଙ୍କ ଉତ୍ଥାନ ପାଇଁ ଶିକ୍ଷାରେ ସୁଧାର ଦରକାର । ଏଥିସହ ଦେଶର ଆୟ ବୃଦ୍ଧି ଉପରେ ଫୋକସ କରିବା ଦରକାର ।