ETV Bharat / business

କୋଭିଡ୍‌-19 ସମୟରେ ଭାରତରେ ବେକାର ସମସ୍ୟାର ଊର୍ଦ୍ଧ୍ବଗତି

କୋରୋନା ମୁକାବିଲା ପାଇଁ ଦେଶବ୍ୟାପି ଲକଡାଉନ ଜାରି । ଚଖ ଅଖ ବନ୍ଦ ସହ କାରଖାନା ଠାରୁ ଉଦ୍ୟୋଗ ଠପ । ଏଥିରେ ନିୟୋଜିତ ଶ୍ରମିକ, କର୍ମଚାରୀଙ୍କ ହାତ ବାନ୍ଧି ହୋଇପଡିଛି । ଏପରି ସ୍ଥିତିରେ ଦେଶର ବଡ ସମସ୍ୟା ରହିଆସିଥିବା ବେକାରୀ ହାର ଆହୁରୀ ବଢିଚାଲିଛି । ଅଧିକ ପଢନ୍ତୁ..

INDIA UNEMPLOYMENT SOARS AMID COVID-19
କୋଭିଡ୍‌-19 ସମୟରେ ଭାରତରେ ବେକାର ସମସ୍ୟାର ଊର୍ଦ୍ଧ୍ବଗତି
author img

By

Published : Apr 12, 2020, 12:53 AM IST

ସମଗ୍ର ବିଶ୍ବରେ ଜୀବନ ଓ ଜୀବିକାକୁ ନଷ୍ଟ କରିବାରେ ଲାଗିଛି ମାରାତ୍ମକ କୋରୋନା ଭାଇରସ । ନିଯୁକ୍ତି ସୁଯୋଗ ଅଭୂତପୂର୍ବ ହାରରେ ତଳକୁ ଖସିବାରେ ଲାଗିଛି । କେବଳ ଭାରତର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନେ ନୁହନ୍ତି, ଆଇଆଇଟି କ୍ୟାମ୍ପସରେ ନିଯୁକ୍ତି ସୁଯୋଗ ଅପେକ୍ଷାରେ ଥିବା ଯୁବବର୍ଗଙ୍କୁ ମଧ୍ୟ ଏହି ପ୍ରକୋପର ସମ୍ମୁଖୀନ ହେବାକୁ ପଡ଼ିଛି ।

ନିକଟରେ ଅନ୍ତର୍ଜାତୀୟ ଶ୍ରମ ସଂସ୍ଥା (ILO) ଆକଳନ କରିଛି ଯେ, ସାରା ବିଶ୍ବରେ 125 କୋଟି ଲୋକଙ୍କ ଜୀବିକା ପ୍ରତି ଆସନ୍ନ ବିପଦ ସମ୍ଭାବନା ରହିଛି । ଭାରତର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ 40 କୋଟି ଶ୍ରମିକ ଦାରିଦ୍ର୍ୟ ସ୍ତରକୁ ଚାଲିଯାଇପାରନ୍ତି ବୋଲି ଏହି ସଂସ୍ଥା ଚେତାଇ ଦେଇଛି । ଅନ୍ତର୍ଜାତୀୟ ଶ୍ରମ ସଂସ୍ଥା ସହିତ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍‌ ଇକୋନୋମୀ (CMIE)ର ରିପୋର୍ଟରେ ଦର୍ଶାଯାଇଛି ଯେ, ମାର୍ଚ୍ଚ ମାସ ତୃତୀୟ ସପ୍ତାହରେ ଦେଶର ବେକାର ସଂଖ୍ୟା ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି ।

ଛଅ ମାସ ତଳେ ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥାର ଧାରଣା ସ୍ପଷ୍ଟ ହେବାରେ ଲାଗିଥିଲା । କୃଷି, ଅଟୋମୋବାଇଲ୍‌, ରିଅଲ ଇଷ୍ଟେଟ୍‌, ଯୋଗାଯୋଗ ଏବଂ ହସ୍‌ପିଟାଲିଟି ବା ଆତିଥ୍ୟ କ୍ଷେତ୍ର ଭଳି ଅନେକ କ୍ଷେତ୍ରକୁ ଅର୍ଥନୈତିକ ଶିଥିଳାବସ୍ଥା ଗ୍ରାସ କରିସାରିଛି । କୋଭିଡ୍‌-19 ପ୍ରାଦୁର୍ଭାବ ଦେଖାଦେବା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଏଥିରେ ସମ୍ମତ ହୋଇଥିଲେ ଯେ, କୌଣସି ବିଶ୍ବଯୁଦ୍ଧ ବି କୋରୋନା ଭାଇରସ୍‌ ଭଳି ଏତେ ସଂଖ୍ୟକ ଦେଶକୁ ପ୍ରଭାବିତ କରି ନଥିଲା । ଏହି ସଙ୍କଟର ସମାଧାନ ପାଇବାରେ ଭାରତ ସରକାର

କେତେଦୂର ପର୍ଯ୍ୟନ୍ତ ସଫଳ ହୋଇଛନ୍ତି ?

ପୂର୍ବରୁ, ଆର୍ଥିକ ମାନ୍ଦାବସ୍ଥାର ପ୍ରତିରୋଧ ପାଇଁ ସାର୍ବଜନୀନ ଖର୍ଚ୍ଚ ବୃଦ୍ଧି କରିବା ଦିଗରେ ଯୁକ୍ତରାଷ୍ଟ୍ର ଆମେରିକା, ମିଳିତ ଗଣରାଜ୍ୟ ଏବଂ ଜର୍ମାନୀ ନେଇଥିବା ପଦକ୍ଷେପକୁ ଅର୍ଥଶାସ୍ତ୍ରୀମାନେ ବି ପ୍ରଶଂସା କରିଥିଲେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୋଭିଡ୍-19କୁ ସର୍ବବ୍ୟାପୀ ମହାମାରୀ ଘୋଷଣା କରିବାରେ ବି ଅନୁରୂପ ଦୂରଦର୍ଶିତା ଲକ୍ଷ୍ୟ କରାଯାଇଥିଲା । ମିଳିତ ଗଣରାଜ୍ୟ ବା ୟୁକେ 330 ବିଲିଅନ୍‌ ପାଉଣ୍ଡ (30 ଲକ୍ଷ କୋଟି ଟଙ୍କା)ର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଥିଲା । ଯେଉଁଥିରେ ସବୈତନିକ ଛୁଟି, ଟିକସ ରିହାତି ଏବଂ ଅନ୍ୟାନ୍ୟ ଅନୁଦାନ ସମ୍ମିଳିତ ହୋଇଥିଲା । ବିଭିନ୍ନ କମ୍ପାନୀର କର୍ମଚାରୀମାନଙ୍କୁ 80 ପ୍ରତିଶତ ଦରମା ଦେବାକୁ ସରକାର ରାଜି ହୋଇଥିଲେ । ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଏହାର କର୍ମଚାରୀମାନଙ୍କ ପାଇଁ ଏକ ବିଶାଳ ପ୍ରୋତ୍ସାହନ ପ୍ୟାକେଜ୍‌ ଘୋଷଣା କରିଛି । ବେକାରୀ ଭତ୍ତା ପରିମାଣରେ ଅଷ୍ଟ୍ରେଲିଆ ଦୁଇଗୁଣ ବୃଦ୍ଧି କରିଛି । ଜର୍ମାନୀ, ଫ୍ରାନ୍‌ସ, ସିଙ୍ଗାପୁର ଏବଂ ସଂଯୁକ୍ତ ଆରବ ସାମ୍ରାଜ୍ୟ ମଧ୍ୟ ସେମାନଙ୍କର କ୍ଷୁଦ୍ରଶିଳ୍ପ ସଂସ୍ଥାଗୁଡ଼ିକୁ ସହାୟତା ପ୍ରଦାନ କରୁଛନ୍ତି । ସ୍ବାଧୀନ ଭାରତରେ ଏହାକୁ ସର୍ବବୃହତ୍‌ ସଂକଟ ବୋଲି ବିଶେଷଜ୍ଞମାନେ ଆଖ୍ୟା ଦେଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥାଗତ ସହାୟତାର ରୂପରେଖ ପ୍ରକାଶ ପାଇନାହିଁ ।

କୌଣସି କର୍ମଚାରୀଙ୍କୁ ବରଖାସ୍ତ ନ କରିବା କିମ୍ବା ସେମାନଙ୍କ ଦରମା ନ କାଟିବା ପାଇଁ ନିକଟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO) କମ୍ପାନୀ ମାଲିକମାନଙ୍କୁ ଆହ୍ବାନ ଦେଇଥିଲା । ଭାରତୀୟ ଔଦ୍ୟୋଗିକ ମହାସଂଘ (CII) ଏକ ବାସ୍ତବ ଯୋଜନାର ରୂପରେଖ ନିର୍ଦ୍ଧାରଣ କରିସାରିଛି । ଯେଉଁ କମ୍ପାନୀଗୁଡ଼ିକରେ କର୍ମଚାରୀ ସଂଖ୍ୟା 100ରୁ କମ୍‌, ସେହି ସବୁ କମ୍ପାନୀର ଭବିଷ୍ୟନିଧି ପାଣ୍ଠି ବାବଦ ଦେୟ କେନ୍ଦ୍ର ସରକାର ଦେବା ଉଚିତ ବୋଲି CII ମତ ଦେଇଥିଲା । କର୍ମଚାରୀ ରାଜ୍ୟ ବୀମା ଯୋଜନା (ESI) ଅନ୍ତର୍ଭୁକ୍ତ କର୍ମଚାରୀ ଏବଂ GST ପଞ୍ଜୀକୃତ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କ ଦରମା କେନ୍ଦ୍ର ସରକାର ପ୍ରଦାନ କରିବା ଉଚିତ ବୋଲି CII ପ୍ରସ୍ତାବ ଦେଇଥିଲା । ନିଯୁକ୍ତି ହରାଇଥିବା କର୍ମଚାରୀଙ୍କୁ ଆର୍ଥିକ ସହାୟତା ସହିତ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହିଁ କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ ହେବା ନିହାତି ଆବଶ୍ୟକ । ସାମଗ୍ରୀ ପ୍ରସ୍ତୁତକାରୀ କ୍ଷେତ୍ରରେ 45 ପ୍ରତିଶତ ଏବଂ ରପ୍ତାନୀ କ୍ଷେତ୍ରରେ 40 ପ୍ରତିଶତ ଯୋଗଦାନ ଦେଉଥିବା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ସରକାରଙ୍କ ସହାୟତା ଅପେକ୍ଷାରେ ରହିଛନ୍ତି । ମାର୍ଚ୍ଚ ମାସରେ 70 ପ୍ରତିଶତ MSME ସେମାନଙ୍କ କର୍ମଚାରୀମାନଙ୍କୁ ଦରମା ଦେଇପାରି ନାହାନ୍ତି । ବେକାର ସମସ୍ୟା ହ୍ରାସ କରିବା ଲାଗି ସରକାରଙ୍କର ସବୁ କଲ୍ୟାଣକାରୀ ଯୋଜନା କ୍ଷୁଦ୍ର ଉଦ୍ୟୋଗରୁ ଆରମ୍ଭ ହେବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.