ମୁମ୍ବାଇ: ଅର୍ଥନୀତି ପାଇଁ ଆଶ୍ବସ୍ତିକର ଖବର ! ଆର୍ଥିକ ବର୍ଷ 2021-22ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ 10 ପ୍ରତିଶତ ବୃଦ୍ଧି ହେବା ଆଶା ରହିଛି । ଘରୋଇ ରେଟିଂ ଏଜେନ୍ସି ଇକ୍ରା ଏ ନେଇ ଆକଳନ କରିଛି ।
ତେବେ ଏଜେନ୍ସି କହିଛି କି ଆସନ୍ତା ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦର ମୋଟ ମୂଲ୍ୟ ସେହି ସ୍ତରକୁ ସାମାନ୍ୟ ହାସଲ କରିପାରିବ, ଯାହା ଆର୍ଥିକ ବର୍ଷ 2020ରେ ଏହା ହାସଲ କରିଥିଲା ।
ଏଜେନ୍ସିର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତି ନାୟର ଏକ ରିପୋର୍ଟରେ କହିଛନ୍ତି କି, ‘‘ ଚଳିତ ଆର୍ଥିକ ବର୍ଷରେ କୋରୋନା ଭାଇରସ ମହାମାରୀ ମଧ୍ୟରେ 7.8 ପ୍ରତିଶତ ହ୍ରାସ ପରେ ଆର୍ଥିକ ବର୍ଷ 2021-22ରେ ଭାରତର ବାସ୍ତବିକ ଜିଡିପି 10.1 ପ୍ରତିଶତ ବୃଦ୍ଧି ରେକର୍ଡ କରିପାରେ । ଏହି ବୃଦ୍ଧି ଆର୍ଥିକ ଗତିବିଧି ସ୍ବାଭାବିକ , କୋରୋନା ଟୀକାକରଣର ଆରମ୍ଭ ହେବା ତଥା ଏକ ବର୍ଷର ସର୍ବନିମ୍ନ ଆଧାରରେ ଜାରି ରହିବ ।
ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ, ‘‘ ବାସ୍ତବ ଦୃଷ୍ଟିରୁ, ଆମେ ଆଶା କରୁଛୁ 2022 ମସିହାରେ ଭାରତର ଜିଡିପି ସେହି ସ୍ତରଠାରୁ ଅଧିକ ହେବ, ଯାହା ଆର୍ଥିକ ବର୍ଷ 2022ରେ ମିଳିଛି । ’’
ସେହିଭଳି ଖୁଚୁରା ମୁଦ୍ରାସ୍ପୀତି ଆର୍ଥିକ ବର୍ଷ 2021ର 6.4 ପ୍ରତିଶତରୁ କମ ହୋଇ ଆର୍ଥିକ ବର୍ଷ 2022ରେ 4.6 ପ୍ରତିଶତକୁ ଆସିବା ଆଶା ରହିଛି । ଯଦିଓ ଏହା ଲଗାତାର ତୃତୀୟ ବର୍ଷ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମିତି (ଏମପିସି) ଦେଇଥିବା 4 ପ୍ରତିଶତ ଲକ୍ଷ୍ୟରୁ ଉପରେ ରହିପାରେ ।
ଆଗାମୀ ଆର୍ଥିକ ବର୍ଷରେ 10.1 ପ୍ରତିଶତ ବଢିପାରେ ଜିଡିପି - ଭାରତ ଅଭିବୃଦ୍ଧି
ଆର୍ଥିକ ବର୍ଷ 2021-22ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ 10 ପ୍ରତିଶତ ବୃଦ୍ଧି ହେବା ଆଶା ରହିଛି । ଘରୋଇ ରେଟିଂ ଏଜେନ୍ସି ଇକ୍ରା ଏ ନେଇ ଆକଳନ କରିଛି । ଅଧିକ ପଢନ୍ତୁ...