ETV Bharat / business

ଭାରତ ଜିଡିପି 11 ପ୍ରତିଶତ ଖସିବ: ICRA

author img

By

Published : Sep 29, 2020, 3:42 PM IST

ଏନସିଏଆଇର , ଏସଆଣ୍ଡପି ପରେ ଏବେ ଆଇସିଆରଏ ମଧ୍ୟ ଚଳିତ ଆର୍ଥିକ ବର୍ଷର ଜିଡିପି ହାରକୁ ସଂଶୋଧିତ କରିଛି । ଅନୁମାନ ଅନୁସାରେ ଚଳିତ ଆର୍ଥିକ ବର୍ଷର ଜିଡିପି 11 ପ୍ରତିଶତ ଖସିବା ନେଇ ଆଶଙ୍କା ରହିଛି ।

ଭାରତ ଜିଡିପି 11 ପ୍ରତିଶତ ଖସିବ : ICRA
ଭାରତ ଜିଡିପି 11 ପ୍ରତିଶତ ଖସିବ : ICRA

ନୂଆଦିଲ୍ଲୀ: କୋରୋନା ପ୍ରତିହିତ ଲଢେଇ ପାଇଁ ନିଆଯାଉଥିବା ପଦକ୍ଷେପ ଯୋଗୁଁ କ୍ଷତିରେ ଭାରତୀୟ ଅର୍ଥବ୍ୟବସ୍ଥା । ଲକଡାଉନ ଓ ସଟଡାଉନ କାରଣରୁ ଘରୋଇ ବଜାରରେ କାରବାର ଗତିବିଧି ମନ୍ଥର ହୋଇଛି । ଏଥିଯୋଗୁଁ ଚଳିତ ଆର୍ଥିକ ବର୍ଷର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ବଡ ସଙ୍କୁଚନ ନେଇ ଆକଳନ କରୁଛନ୍ତି ଆର୍ଥିକ ଏଜେନ୍ସି ସଂସ୍ଥା ।

ରେଟିଂ ଏଜେନ୍ସି ଆଇସିଆରଏ 2020-21 ଆର୍ଥିକ ବର୍ଷରେ ଜିଡିପି 9.5 ପ୍ରତିଶତ ଖସିବ ବୋଲି ପୂର୍ବରୁ ଆକଳନ କରିଥିଲା। ହେଲେ ଏବେ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଅଭିବୃଦ୍ଧି ହାରକୁ ସଂଶୋଧିତ କରି 11 ପ୍ରତିଶତକୁ ବୃଦ୍ଧି କରିଛି । କାରଣ କୋଭିଡ-19 ସଂକ୍ରମଣ କାରଣରୁ ପ୍ରଥମ ତ୍ରୟମାସ (ଏପ୍ରିଲ-ଜନ)ରେ ପୂରା ଲକଡାଉନ ଲାଗୁ ଥିବା ବେଳେ ଦ୍ବିତୀୟ ତ୍ରୟମାସରେ ମଧ୍ୟ ଏହାର ପ୍ରଭାବ ରହିଛି ।

ଏହା ବ୍ୟତିତ ରେଟିଂ ଏଜେନ୍ସି ବାର୍ଷିକ ଭିତ୍ତିରେ ତୃତୀୟ ତ୍ରୟମାସ ଜିଡିପି -5.4 ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଯାହାକି ପୂର୍ବରୁ -2.3 ପ୍ରତିଶତ ନେଇ ଅନୁମାନ କରାଯାଇଥିଲା । ସେହିଭଳି ଚତୁର୍ଥ ତ୍ରୟମାସରେ ଜିଡିପି -2.5 ପ୍ରତିଶତ ରହିପାରେ , ଏହା ପୂର୍ବରୁ +1.3 ପ୍ରତିଶତ ରହିବ ବୋଲି ପୂର୍ବାନୁମାନ ରହିଛି ।

କୋଭିଡ ଯୋଗୁଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକଳାପକୁ ହ୍ରାସ ହୋଇପାରେ । ବିଶେଷତ ଭ୍ରମଣ, ପର୍ଯ୍ୟଟନ ଏବଂ ମନୋରଞ୍ଜନ ଭଳି କ୍ଷେତ୍ରରେ ସାମାଜିକ ଦୂରତା କଷ୍ଟସାଧ୍ୟ ଅଟେ। ତେବେ ଦ୍ବିତୀୟାର୍ଦ୍ଧ ପରେ ସ୍ଥିତି ସୁଧୁରିବା ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.