ETV Bharat / business

‘ଦେଶର ଦୁର୍ବଳ ମେରୁଦଣ୍ଡକୁ ଦରକାର ଆର୍ଥିକ ପ୍ରୋତ୍ସାହନ ଟନିକ’

author img

By

Published : Sep 7, 2020, 6:31 PM IST

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର କହିଛନ୍ତି ଯେ ବର୍ତ୍ତମାନ ଅର୍ଥନୈତିକ ପ୍ରୋତ୍ସାହନକୁ ଏକ ଟନିକ ବୋଲି ବିଚାର କରାଯାଉ। "ଯେତେବେଳେ ରୋଗ ସମାପ୍ତ ହେବ, ସେତେବେଳେ ରୋଗୀ ଶୀଘ୍ର ନିଜ ବିଞ୍ଛଣାରୁ ଉଠି ପାରିବ। କିନ୍ତୁ ଯଦି ରୋଗୀର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଏ, ତେବେ ପ୍ରୋତ୍ସାହନ ତାଙ୍କ ପାଇଁ ଲାଭଦାୟକ ହେବ ନାହିଁ।

ଦୁର୍ବଳ ମେରୁଦଣ୍ଡକୁ ଦରକାର  ଆର୍ଥିକ ପ୍ରୋତ୍ସାହନ ଭିଟାମିନ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ)ରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ 23.9 ପ୍ରତିଶତ ହ୍ରାସକୁ ଚିନ୍ତାଜନକ ଦର୍ଶାଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ । ସେ କହିଛନ୍ତି କି ଅମଲାତନ୍ତ୍ରକୁ ଏବେ ଆତ୍ମସନ୍ତୋଷରୁ ବାହାରକୁ ଆସି କିଛି ଅର୍ଥପୂର୍ଣ୍ଣ ପଦକ୍ଷେପ ନେବାକୁ ପଡିବ ।

ବର୍ତ୍ତମାନର ସଙ୍କଟ ସମୟରେ ଅଧିକ ବିଚାରଶୀଳ ଓ ସକ୍ରିୟ ସରକାର ଆବଶ୍ୟକ । ରାଜନ କହିଛନ୍ତି କି ‘ ଦୁର୍ଭାଗ୍ୟବଶଃତ ଆରମ୍ଭରେ ଯେଉଁ ସବୁ ଗତିବିଧି ଆକସ୍ମିତ ବୃଦ୍ଧି ପାଇଥିଲା , ତାହା ଏବେ ଥଣ୍ଡା ପଡିଯାଇଛି ।

ରାଜନ ନିଜ ଲିଙ୍କଡଇନ ପୃଷ୍ଠାରେ ଏକ ପୋଷ୍ଟରେ ଲେଖିଛନ୍ତି କି , ‘‘ଅର୍ଥନୈତିକ ଅଭିବୃଦ୍ଧିର ଏତେ ବଡ ହ୍ରାସ ଆମ ସମସ୍ତଙ୍କ ପାଇଁ ଚେତାବନୀ ଅଟେ। ଭାରତର ଜିଡିପି 23.9 ପ୍ରତିଶତ ହ୍ରାସ ହୋଇଛି (ଅସଙ୍ଗଠିତ କ୍ଷେତ୍ରର ତଥ୍ୟ ଆସିବା ପରେ ଏହି ହ୍ରାସ ଆହୁରି ଅଧିକ ହୋଇପାରେ )। ସେହିପରି କୋଭିଡ -19 ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ମଧ୍ୟରେ ଇଟାଲୀରେ 12.4 ପ୍ରତିଶତ ଏବଂ ଆମେରିକାରେ 9.5 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।

ଭାରତରେ କୋଭିଡ -19 ମାମଲା ଏବେ ମଧ୍ୟ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ, ମହାମାରୀ ନିୟନ୍ତ୍ରଣ ନ ହେବା ପର୍ଯ୍ୟନ୍ତ ରେଷ୍ଟୁରାଣ୍ଟ ପରି ସେବାଗୁଡିକରେ ଖର୍ଚ୍ଚ ଓ ଏହାସହ ଜଡିତ ରୋଜଗାର ନିମ୍ନ ସ୍ତରରେ ରହିବ ବୋଲି ରାଜନ ମତ ରଖିଛନ୍ତି ।

ଏ ନେଇ ରାଜନ ନିଜ ଯୁକ୍ତିରେ ରହିଛନ୍ତି କି, ଏଭଳି ସମୟରେ କିଛି ପଦକ୍ଷେପ ନେବକୁ ସରକାର ପଛଘୁଞ୍ଚା ଦେଉଛନ୍ତି , ଯେପରି ଭବିଷ୍ୟତରେ ସମ୍ଭାବିତ ପ୍ରୋତ୍ସାହନ ପାଇଁ ସାଧନ ବଞ୍ଚାଯାଇପାରିବ । ଯାହାକି ଏକ ଆତ୍ମଘାତୀ ରଣନୀତି ।

ଏକ ଉଦାହରଣ ଦେଇ ସେ କହିଛନ୍ତି କି, ଯଦି ଆମେ ଅର୍ଥବ୍ୟବସ୍ଥାର ରୋଗୀ ଭାବେ ନେବା ତେବେ ରୋଗୀକୁ ସେହି ସମୟରେ ସବୁଠୁ ଅଧିକ ରିଲିଫର ଆବଶ୍ୟକ, ଯେବେ ସେ ବିଞ୍ଛଣାରେ ରୋଗ ସହ ଲଢୁଥିବ ।

ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର କହିଛନ୍ତି ଯେ ବର୍ତ୍ତମାନ ଅର୍ଥନୈତିକ ପ୍ରୋତ୍ସାହନକୁ ଏକ ଟନିକ ବୋଲି ବିଚାର କରାଯାଉ। "ଯେତେବେଳେ ରୋଗ ସମାପ୍ତ ହେବ, ସେତେବେଳେ ରୋଗୀ ଶୀଘ୍ର ନିଜ ବିଞ୍ଛଣାରୁ ଉଠିପାରିବ । କିନ୍ତୁ ଯଦି ରୋଗୀର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଏ, ତେବେ ପ୍ରୋତ୍ସାହନ ତାଙ୍କ ପାଇଁ ଲାଭଦାୟକ ହେବ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.