ETV Bharat / business

7 ପ୍ରତିଶତକୁ ସଙ୍କୁଚିତ ହୋଇପାରେ ଅର୍ଥବ୍ୟବସ୍ଥା - ଚଳିତ ଆର୍ଥିକ ବର୍ଷର ଜିଡିପି

ଚଳିତ ଆର୍ଥିକ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା 7 ପ୍ରତିଶତ ସଙ୍କୁଚିତ ହୋଇପାରେ । ଏସବିଆଇ ରିସର୍ଚ୍ଚର ସଦ୍ୟ ରିପୋର୍ଟରେ ଏ ନେଇ କୁହାଯାଇଛି । ଅଧିକ ପଢନ୍ତୁ..

7 %କୁ ସଙ୍କୁଚିତ ହୋଇପାରେ ଅର୍ଥବ୍ୟବସ୍ଥା
7 %କୁ ସଙ୍କୁଚିତ ହୋଇପାରେ ଅର୍ଥବ୍ୟବସ୍ଥା
author img

By

Published : Feb 10, 2021, 8:56 PM IST

ମୁମ୍ବାଇ: ତୃତୀୟ ଓ ଚତୁର୍ଥ ତ୍ରୟମାସରେ ଦେଶରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ବଢିବା ପରେ ବି ଚଳିତ ଆର୍ଥିକ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା 7 ପ୍ରତିଶତ ସଙ୍କୁଚିତ ହୋଇପାରେ । ଏସବିଆଇ ରିସର୍ଚ୍ଚର ସଦ୍ୟ ରିପୋର୍ଟରେ ଏ ନେଇ କୁହାଯାଇଛି ।

ଏହା ପୂର୍ବରୁ ଏସବିଆଇ ରିସର୍ଚ୍ଚ 2020-21 ମଧ୍ୟରେ ଜିଡିପିରେ 7.4 ପ୍ରତିଶତ ସଙ୍କୁଚନ ନେଇ ଆକଳନ କରିଥିଲା । ତେବେ ଏପ୍ରିଲ-ସେପ୍ଟେମ୍ବର ରେ ଅର୍ଥବ୍ୟବସ୍ଥାରେ 15.7 ପ୍ରତିଶତ ହ୍ରାସ ହୋଇଥିଲା । କିନ୍ତୁ ଯଦି ଏସବିଆଇର ବିଶ୍ଲେଷଣ ଠିକ ପ୍ରମାଣିତ ହେବ ତେବେ ଦ୍ବିତୀୟ ଛଅମାସରେ ଜିଡିପି 2.8 ପ୍ରତିଶତ ହାରରେ ବଢିପାରେ ।

ଏସବିଆଇ ଗ୍ରୁପର ମୁଖ୍ୟ ଆର୍ଥିକ ପରାମର୍ଶଦାତା ସୋମ୍ୟ କାନ୍ତି ଘୋଷ କହିଛନ୍ତି କି 41 ଗୁରୁତ୍ବପୂର୍ଣ୍ଣ ସୂଚକାଙ୍କରେ 51 ପ୍ରତିଶତ ବୃଦ୍ଧି ଦର୍ଶାଯାଉଛି , ଯେଉଁଥିପାଇଁ ତୀୟ ତ୍ରୟମାସରେ 0.3 ପ୍ରତିଶତ ବୃଦ୍ଧି ସହ ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ଟ୍ରାକକୁ ଫେରିପାରେ । ସେ କହିଛନ୍ତି କି ଅନ୍ତିମ ତଥ୍ୟ ସକାତ୍ମକ ଆଶ୍ଚର୍ଯ୍ୟଜନକ ହୋଇପାରେ ।

ତେବେ ଘୋଷ କହିଛନ୍ତି କି, ‘‘ ଏବେ ଆମର ଆଶା ଅଛି କି ଜିଡିପିରେ ହ୍ରାସ ପୂରା ବର୍ଷ ପାଇଁ 7 ପ୍ରତିଶତ ରହିବ । ଯାହା ଆମର ପୂର୍ବ ପୂର୍ବାନୁମାନ 7.4 ପ୍ରତିଶତ ତୁଳନାରେ କମ ଅଟେ । ଏଥିସହ ଚତୁର୍ଥ ତ୍ରୟମାସରେ ବୃଦ୍ଧି ସକରାତ୍ମକ ଦିଗରେ ପ୍ରାୟ 2.5 ପ୍ରତିଶତ ହୋଇପାରେ ।’’

ତେବେ ଆସନ୍ତା ଆର୍ଥିକ ବର୍ଷ 2021-22 ରେ ଆର୍ଥିକ ବୃଦ୍ଧି ଦର 11 ପ୍ରତିଶତ ରହିବା ନେଇ ଏସବିଆଇ କରିଥିବା ଅନୁମାନ ସ୍ଥିର ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.