ETV Bharat / business

କୋରୋନା ମୁକାବିଲାରେ ତତ୍ପର ଭାରତୀୟ ଶିଳ୍ପ ଜଗତ: HSBC

ଦୁନିଆର 14 ପ୍ରମୁଖ ବଜାର ମଧ୍ୟରୁ ପାଖାପାଖୀ 2,600 କମ୍ପାନୀଙ୍କ ମଧ୍ୟରେ ସର୍ଭେ କରି ରିପୋର୍ଟ ପ୍ରକାଶ କରିଛି ଏଚଏସବିସି । ଏଥିରୁ ଜଣାପଡିଛି କି ଭାରତୀୟ ବ୍ୟବସାୟୀ କୋରୋନା ମୁକାବିଲା ପାଇଁ ତତ୍ପରତା ଦେଖାଇଛନ୍ତି । ଅଧିକ ପଢନ୍ତୁ..

author img

By

Published : Jul 21, 2020, 8:11 PM IST

କୋରୋନା ମୁକାବିଲାରେ ତତ୍ପର ଭାରତୀୟ ଶିଳ୍ପ ଜଗତ : HSBC

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଭଳି ସଙ୍କଟରେ ମଧ୍ୟ ଅଧିକାଂଶ ବ୍ୟବସାୟୀ ବଡ ତତ୍ପରତା ସହ କାମ କରିଛନ୍ତି । କୋଭିଡ-19ର ଗଭୀର ପ୍ରଭାବ ପରେ ବି ଅନେକ ଭାରତୀୟ କାରବାର ସ୍ବାଭାବିକ ଭାବେ କାମ କରୁଛି । ଏଥି ସହିତ ପରିଚାଳନାକୁ ଜାରି ରଖିବା ପାଇଁ ସେମାନେ ଭବିଷ୍ୟତ ପାଇଁ ମଧ୍ୟ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିଛନ୍ତି । ବୈଶ୍ବିକ ଆର୍ଥିକ ୟୁନିଟ ଏଚଏସବିସିର ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ।

ଏଚଏସବିସି ‘ବିଲଡିଂ ବ୍ୟାକ୍ ବେଟର୍' ରିପୋର୍ଟ ଅନୁଯାୟୀ, ସର୍ଭେରେ ସାମିଲ ପାଖାପାଖୀ 46 ପ୍ରତିଶତ ଭାରତୀୟ ବ୍ୟବସାୟୀଙ୍କ କହିବା ଅନୁସାରେ କୋରୋନା ମହାମାରୀ ସେମାନଙ୍କ ଉପରେ ଗଊୀର ପ୍ରଭାବ ପକାଇଛି । ଏପେଟ କିନ୍ତୁ 54 ପ୍ରତିଶତ କହିଛନ୍ତି କି ଏଭଳି ସଙ୍କଟ ସମୟ ପାଇଁ ଯେଉଁଭଳି ପ୍ରସ୍ତୁତି ଦରକାର ସେ ସେ ନେଇ ସେମାନଙ୍କ ପ୍ରସ୍ତୁତ ଥିଲେ ।

ବିଶ୍ବରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ଭାରତୀୟ ବ୍ୟବସାୟୀ । ଏହି 54 ପ୍ରତିଶତ ତଥ୍ୟ ସର୍ଭେରେ ସାମିଲ ବିଭିନ୍ନ ବଜାରର ହାରାହାରୀ 45 ପ୍ରତିଶତରୁ ଅଧିକ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଏଚଏସବିସି ଦୁନିଆର 14 ପ୍ରମୁଖ ବଜାର ମଧ୍ୟରୁ ପାଖାପାଖୀ 2,600 କମ୍ପାନୀଙ୍କ ମଧ୍ୟରେ ଏହି ସର୍ଭେ କରିଛି । ଏଥିରେ 200 ପ୍ରମୁଖ କମ୍ପାନୀ ସାମିଲ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.